ETV Bharat / sukhibhava

Breakup Effects Heart: କାହିଁକି ବ୍ରେକ୍‌-ଅପ୍ ପରେ ହୃଦୟ ଉପରେ ପ୍ରଭାବ ପଡେ, ଜାଣନ୍ତୁ

ବିଜ୍ଞାନ ଭାଷାରେ ହୃଦୟ ଯାହା ହେଉନା କାହିଁକି, ସାହିତ୍ୟ କହେ ହୃଦୟର ଭାବନା ହିଁ ପ୍ରେମର ସଂଜ୍ଞା । ଆଉ ଯେବେ ଏଇ ପ୍ରେମ ଭାଙ୍ଗିଯାଏ, ପ୍ରିୟର ବ୍ୟକ୍ତି ସହ ସମ୍ପର୍କ ଖରାପ ହୁଏ ଏହାର ସିଧା ପ୍ରଭାବ ପଡେ ହୃଦୟ ଉପରେ ।

Breakup
Breakup
author img

By

Published : Feb 15, 2023, 1:08 PM IST

ନୂଆଦିଲ୍ଲୀ: କୁହାଯାଏ ପ୍ରେମ ହେଲେ ଉଲ୍ଲସିତ ହୋଇ ଉଠେ ମନ । ସେହି ସ୍ପେଶାଲ୍ ମଣିଷକୁ ପାଖରେ ପାଇଲେ ଦ୍ରୁତ ହୋଇଯାଏ ହୃଦ ସ୍ପନ୍ଦନ । ବିଜ୍ଞାନ ଭାଷାରେ ହୃଦୟ ଯାହା ହେଉନା କାହିଁକି, ସାହିତ୍ୟ କହେ ହୃଦୟର ଭାବନା ହିଁ ପ୍ରେମର ସଂଜ୍ଞା । ପ୍ରେମ ହେଲେ ହୃଦୟର ଭାଷା ହିଁ ଦୁଇ ମନର ମିଳନରେ ସହାୟକ ହୁଏ । ଆଉ ଯେବେ ଏଇ ପ୍ରେମ ଭାଙ୍ଗିଯାଏ, ପ୍ରିୟର ବ୍ୟକ୍ତି ସହ ସମ୍ପର୍କ ଖରାପ ହୁଏ ଏହାର ସିଧା ପ୍ରଭାବ ପଡେ ହୃଦୟ ଉପରେ । ତେବେ କାହିଁକି ଏପରି ହୁଏ, ଚିକିତ୍ସା କ୍ଷେତ୍ର ଓ ବିଜ୍ଞାନ କ'ଣ କୁହେ, ଜାଣନ୍ତୁ...

ବ୍ରୋକନ୍ ହାର୍ଟ ସିଣ୍ଡ୍ରୋମ:- ବ୍ରୋକନ୍ ହାର୍ଟ ସିଣ୍ଡ୍ରୋମ ହେଉଛି ଏକ ଘନିଷ୍ଠ ସମ୍ପର୍କ ଭାଙ୍ଗିବାର ପ୍ରଭାବ । ହୃଦଘାତ କିମ୍ବା ଷ୍ଟ୍ରୋକ୍ ସମୟରେ ଯେଉଁଭଳି ଲକ୍ଷଣ ଅନୁଭୂତ ହୋଇଥାଏ ଏହି ସମୟରେ ମଧ୍ୟ ସମାନ ଲକ୍ଷଣ ଅନୁଭୂତ ହୁଏ । ସାଧାରଣ ଲକ୍ଷଣ ମଧ୍ୟରେ ଛାତି ଯନ୍ତ୍ରଣା, ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା, ଅନିୟମିତ ହୃଦସ୍ପନ୍ଦନ, ହଠାତ୍ ଦୁର୍ବଳତା ଏବଂ ଥକା ଲାଗିବା ଇତ୍ୟାଦି ।

ଚାପ: ହୃଦୟ ଭାଙ୍ଗିଲେ ବା ବ୍ରେକ୍‌-ଅପ୍ ହେଲେ ସବୁଠୁ ଗୁରୁତ୍ବପୂର୍ଣ୍ଣ ପ୍ରଭାବ ମସ୍ତିକ ଉପରେ ପଡିଥାଏ । ଯାହା ମାନସିକ ଚାପ ରୂପରେ ପ୍ରତିଫଳିତ ହୁଏ । ଯେତେବେଳେ ଏହି ଚାପ ଏକ ନିର୍ଦ୍ଦିଷ୍ଟ ସୀମା ଅତିକ୍ରମ କରେ, ଏହା ଶରୀରର ଅନ୍ୟ ଅଙ୍ଗ ଗୁଡିକୁ ଦୁର୍ବଳ କରିଦିଏ । ଶରୀରର ଅଙ୍ଗ ଗୁଡ଼ିକର ଅତ୍ୟଧିକ କାର୍ଯ୍ୟ ଶେଷରେ ହୃଦୟର କାର୍ଯ୍ୟକଳାପ ଉପରେ ଚାପ ସୃଷ୍ଟି କରିପାରେ, ଯାହା ହୃଦଘାତର ଆଶଙ୍କା ବଢାଇଦିଏ ।

ଡିପ୍ରେସନ(ଉଦାସୀନତା):-ବ୍ରେକ-ଅପ୍‌ରେ ପ୍ରଥମେ ଜଣେ ବ୍ୟକ୍ତି ଉଦାସ୍ ହୋଇଯାଆନ୍ତି । ଏହି ଉଦାସୀନତା ବ୍ୟକ୍ତିଙ୍କ ପାଇଁ ଆଉ ଏକ ସାଂଘାତିକ ଅବସ୍ଥା । ଉଦାସୀନତା ମେଦବହୁଳତା ଏବଂ ଅତ୍ୟଧିକ ଖାଇବା ଭଳି କାରଣ ସୃଷ୍ଟି କରେ ଯାହା ବ୍ୟକ୍ତିର ସାମଗ୍ରିକ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ଉପରେ ଗୁରୁତର ପ୍ରଭାବ ପକାଇପାରେ ।

ନିଦ୍ରାର ଅଭାବ:- ହୃଦଘାତ ପ୍ରାୟତଃ ନିଦ୍ରାହୀନ ରାତି ସହ ସଂଶ୍ଲିଷ୍ଟ ଥାଏ । ଯେ ପର୍ଯ୍ୟନ୍ତ ଜଣେ ବ୍ୟକ୍ତି ଦୁଃଖ, ଚାପ ଏବଂ ଉଦାସୀନତାରୁ ଦୂରେଇ ନାହାନ୍ତି, ସେପର୍ଯ୍ୟନ୍ତ ତାଙ୍କ ପାଇଁ ଶୋଇବା କଷ୍ଟକର ହୋଇପଡେ । ଏହାର ପ୍ରଭାବ ସିଧାସଳଖ ପ୍ରଭାବ ଶରୀର ଉପରେ ପଡିଥାଏ । ଶରୀର ଏବଂ ମନକୁ ବିଶ୍ରାମ ଦେବା ପାଇଁ ଶୋଇବା ନିହାତି ଜରୁରୀ । ନଚେତ୍ ଏପରି ଦୀର୍ଘଦିନ ଲାଗିରହିଲେ ଜଣେ ବ୍ୟକ୍ତି ହୃଦ୍‌ରୋଗର ସମ୍ମୁଖୀନ ହୋଇପାରନ୍ତି ।

ଖରାପ ଜୀବନଶୈଳୀର ବିପଦ:- ଅଧିକାଂଶ ଲୋକ ବ୍ରେକ୍‌-ଅପ୍‌ ପରେ ଖାଇବା, ଶୋଇବା କାମ କରିବା ଆଦି ସବୁକିଛି ଭୁଲିଯାଆନ୍ତି । ଏହାଫଳରେ ପୂର୍ବ ଜୀବନଶୈଳୀ ହଠାତ୍ ପରିବର୍ତ୍ତୀତ ହୋଇଥାଏ । ବିଶେଷ କରି ଏହି କାରଣରୁ କିଛି ଯୁବପିଢି ଧୂମପାନ, ମଦ୍ୟପାନ, ଡ୍ରଗ୍ ଗ୍ରହଣ ଭଳି ରସାୟନ ପଦାର୍ଥ ସେବନ କରିଥାନ୍ତି । ଫଳରେ ଏହା ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ଧୀରେ ଧୀରେ ଏହି କୁଅଭ୍ୟାସ କେବଳ ହୃଦୟ ସ୍ବାସ୍ଥ୍ୟ ନୁହେଁ ବହୁ ଜଟିଳ ରୋଗର ମଧ୍ୟ କାରଣ ହୋଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.