ETV Bharat / sukhibhava

ମହାମାରୀ ସମୟରେ ଡାକ୍ତରମାନେ ଟିକାଦାନକୁ କିପରି ଆଗକୁ ନେଇ ପାରିବେ - କୋରୋନା ଭ୍ୟାକସିନ

ମହାମାରୀ କାଳରେ ପ୍ରତ୍ୟେକଙ୍କ ପାଇଁ ଏହା ଏକ ନୂଆ ଟିକା । ଏଥିପାଇଁ ଲୋକେ ହୁଏତ ଟିକା ନେବାକୁ କୁଣ୍ଠା ପ୍ରକାଶ କରିଥାନ୍ତି ଏବଂ ଏହାର ପାର୍ଶ୍ବ ପ୍ରତିକ୍ରିୟା ନେଇ ଅଧିକ ଚିନ୍ତିତ ଥାଆନ୍ତି । ଏତିକି ବେଳେ ଯେଉଁ ରୋଗୀମାନଙ୍କର ମନରେ କିଛି ପ୍ରଶ୍ନ ଥାଏ ତାହାର ସଠିକ ଉତ୍ତର ଡାକ୍ତର ହିଁ ଦେଇଥାନ୍ତି । ଅଧିକ ପଢନ୍ତୁ...

ମହାମାରୀ ସମୟରେ ଡାକ୍ତରମାନେ ଟିକାଦାନକୁ କିପରି ଆଗକୁ ନେଇ ପାରିବେ

author img

By

Published : Mar 16, 2021, 1:56 PM IST

ୱାଶିଂଟନ (ଆଇଏଏନଏସ): ମହାମାରୀ ସମୟରେ ଟିକା ଗ୍ରହଣ କରିବା ବେଳେ ଡାକ୍ତରମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । ଏକ ଅଧ୍ୟୟନ ରିପୋର୍ଟରୁ ଏହା ଜଣାପଡ଼ିଥିବା ବେଳେ ଏହାର କାରଣ ହେଉଛି ଯେଉଁ ଲୋକମାନେ ସେମାନଙ୍କର ଡାକ୍ତରଙ୍କ ସହ କଥାବାର୍ତ୍ତା ହୋଇଥାନ୍ତି ସେମାନେ ଅଧିକ ସଂଖ୍ୟାରେ ଟିକା ନେବା ସମ୍ଭାବନା ରହିଛି । ଏହି ନୂଆ ତଥ୍ୟ ଏକ ପତ୍ରିକା ହେଲଥ କମ୍ୟୁନିକେସନରେ ପ୍ରକାଶ ପାଇଛି । 2009ରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା ମହାମାରୀ ଘୋଷିତ ହୋଇଥିବା “ସ୍ବାଇନ୍ ଫ୍ଲୁ“ ସମୟରେ ସଂଗ୍ରହ ହୋଇଥିବା ପ୍ରମାଣ ଆଧାରରେ ଏହି ତଥ୍ୟ ପ୍ରକାଶ ପାଇଛି । ଯୁକ୍ତରାଷ୍ଟ୍ର ଆମେରିକାରେ ଥିବା ୱାଶିଂଟନ୍ ଷ୍ଟେଟ୍ ୟୁନିଭର୍ସିଟି ଏବଂ ୟୁନିଭର୍ସିଟି ଅଫ୍ ୱିସକନସିନ-ମାଦିସନର ଗବେଷଣାକାରୀ H1N1 ଭାଇରସ ବା ସ୍ବାଇନ୍ ଫ୍ଲୁ ପାଇଁ ହୋଇଥିବା ଟିକା ଗ୍ରହଣ ନେଇ ସର୍ଭେ କରିଥିଲେ।

ସେମାନେ ଜାଣିବାକୁ ପାଇଥିଲେ ଯେ, ଡାକ୍ତର ଓ ରୋଗୀଙ୍କ ମଧ୍ୟରେ ଯୋଗାଯୋଗ ବଢିଲେ ଏହା ଡାକ୍ତରଙ୍କ ଉପରେ ବିଶ୍ବାସ ବଢାଇଥାଏ, ଯାହା ଫଳରେ H1N1ଭାଇରସ ପାଇଁ ଟିକା ନେବା ନେଇ ରୋଗୀଙ୍କ ମଧ୍ୟରେ ଅଧିକ ସକାରାତ୍ମକ ମନୋଭାବ ପ୍ରକାଶ ପାଇଥିଲା । ଏହା କେବଳ କଥାରେ ନଥିଲା, ପ୍ରକୃତରେ ଲୋକଙ୍କ ଟିକା ଗ୍ରହଣ ସମ୍ବନ୍ଧିତ ଥିଲା। ଟୀକାକରଣ ନେଇ ଡାକ୍ତରମାନେ ସାଧାରଣ ଲୋକଙ୍କ ମନରେ ଥିବା ନକାରାତ୍ମକ ମନୋଭାବ ଦୂର କରିପାରିବେ ବୋଲି ପୂର୍ବରୁ ପ୍ରକାଶିତ ଗବେଷଣା ତଥ୍ୟକୁ ଆଧାର କରି ଏଥର ଗବେଷଣା କରାଯାଇଥିଲା। ଏଥିରେ ମହାମାରୀ ସମୟରେ ଟୀକାକରଣରେ ଡାକ୍ତରଙ୍କ ଭୂମିକା ଉପରେ ସର୍ଭେ କରାଯାଇଛି । ୱାଶିଂଟନ୍ ଷ୍ଟେଟ୍ ୟୁନିଭର୍ସିଟି ମୁରୋ କଲେଜର ଆସୋସିଏଟ୍ ପ୍ରଫେସର ତଥା ଗବେଷଣା ଦଳର ପ୍ରମୁଖ ପୋରିସ୍ମିତା ବୋରା କହିଛନ୍ତି, ଅନ୍ୟ ସମୟ ତୁଳନାରେ ମହାମାରୀ ବେଳେ ଟିକାଦାନ ବିଶେଷକରି ଫ୍ଲୁ ଟିକା ନେଇ ଲୋକେ ବେଶ୍ ଭଲ ଭାବେ ଜାଣନ୍ତି ।

ମହାମାରୀ କାଳରେ ପ୍ରତ୍ୟେକଙ୍କ ପାଇଁ ଏହା ଏକ ନୂଆ ଟିକା । ଏଥିପାଇଁ ଲୋକେ ହୁଏତ ଟିକା ନେବାକୁ କୁଣ୍ଠା ପ୍ରକାଶ କରିଥାନ୍ତି ଏବଂ ଏହାର ପାର୍ଶ୍ବ ପ୍ରତିକ୍ରିୟା ନେଇ ଅଧିକ ଚିନ୍ତିତ ଥାଆନ୍ତି । ଏତିକି ବେଳେ ଯେଉଁ ରୋଗୀମାନଙ୍କର ମନରେ କିଛି ପ୍ରଶ୍ନ ଥାଏ ତାହାର ସଠିକ ଉତ୍ତର ଡାକ୍ତର ହିଁ ଦେଇଥାନ୍ତି । ଗବେଷଣାକାରୀ ଦେଶବ୍ୟାପୀ 19 ହଜାରରୁ ଅଧିକ ବ୍ୟକ୍ତିଙ୍କଠାରୁ ମତାମତ ସଂଗ୍ରହ କରି ଏହାର ତର୍ଜମା କରିଥିଲେ । ଡାକ୍ତରଙ୍କ ପ୍ରତି ମନୋଭାବ ଏବଂ ଟିକାଦାନ ସମ୍ପର୍କରେ ଚିକିତ୍ସକଙ୍କ ସହ ଆଲୋଚନା ପାଇଁ ସେମାନଙ୍କର ଆଗ୍ରହ ନେଇ ସ୍ୟାମ୍ପଲ ସର୍ଭେ କରାଯାଇଥିଲା । ଏହାସହିତ ଟିକା ନେବା ପାଇଁ ସେମାନେ କେତେ ଆଗ୍ରହୀ ଏବଂ ସେମାନେ H1N1 ଟିକା ନେଇଛନ୍ତି କି ନାହିଁ ସେ ନେଇ ମଧ୍ୟ ମତାମତ ସଂଗ୍ରହ ହୋଇଥିଲା।

ସେମାନେ ଜାଣିବାକୁ ପାଇଥିଲେ ଯେ, ମହାମାରୀ ବେଳେ ଟିକାଦାନ ସମ୍ପର୍କରେ ଡାକ୍ତରଙ୍କ ସହ ରୋଗୀଙ୍କ ଆଲୋଚନା ସହିତ ଡାକ୍ତରଙ୍କ ପ୍ରତି ଆସ୍ଥା ବୃଦ୍ଧି ଏବଂ ଟିକା ଗ୍ରହଣର ସମ୍ପୃକ୍ତି ରହିଛି । ଗବେଷଣାକାରୀ ଉଲ୍ଲେଖ କରିଛନ୍ତି ଯେ, ଡାକ୍ତରମାନେ ପ୍ରାୟତଃ ଭାବନ୍ତି ସେମାନେ ଏକ ନିର୍ଦ୍ଦିଷ୍ଟ ଟିକା ନେବା ନେଇ ରୋଗୀଙ୍କୁ ନୈତିକ ଦୃଷ୍ଟିରୁ କହି ପାରିବେ ନାହିଁ। ଏହା ପରିବର୍ତ୍ତେ ସେମାନେ ଚିକିତ୍ସକ ଭାବେ କେବଳ ସେମାନଙ୍କର ଦାୟିତ୍ବ ତୁଲାଇ ରୋଗୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇପାରିବେ, ସୁତରାଂ ରୋଗୀ ଉଚିତ୍ ନିଷ୍ପତ୍ତି ନେଇ ପାରିବେ । ଅବଶ୍ୟ ରୋଗୀ ସେମାନଙ୍କ ପାଖକୁ ନ ଆସିବା ଯାଏଁ ସେମାନେ ଅପେକ୍ଷା ନକରିବା ଉଚିତ୍ । ଡାକ୍ତରମାନେ ନିଜ ଆଡୁ ରୋଗୀଙ୍କ ପାଖରେ ପହଞ୍ଚିବା ଉଚିତ୍, ଇ-ମେଲ୍ ଜରିଆରେ ହେଲେ ମଧ୍ୟ ସେମାନେ କୋଭିଜ-19 ଟିକା ନେଇ ରୋଗୀଙ୍କ ସହ ଯୋଗାଯୋଗ କରିବା ଉଚିତ।

ଟିକା କିପରି ଦିଆଯିବ ? ରୋଗୀ କଣ ଆଶା କରିବା ଉଚିତ୍ ? କାହିଁକି ଦୁଇଟି ଡୋଜ ଦିଆଯାଉଛି ? ଏପରି ଅନେକ ପ୍ରଶ୍ନ ଲୋକେ ପଚାରି ପାରନ୍ତି, ଯାହାର ଉତ୍ତର ପ୍ରାଥମିକ ଚିକିତ୍ସା କରୁଥିବା ଡାକ୍ତରମାନେ ହିଁ ଦେଇପାରିବେ। କାରଣ ଏମାନଙ୍କୁ ହିଁ ସାଧାରଣ ଲୋକେ ଅଧିକ ବିଶ୍ବାସ କରିଥାନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.