ETV Bharat / sukhibhava

Home Remedies For Loose Motion: ପ୍ରବଳ ଖରା ପାଇଁ ହୋଇଥାଏ ଝାଡା, ଜାଣନ୍ତୁ ଚିକିତ୍ସା ଉପାୟ

author img

By

Published : Jun 10, 2023, 1:50 PM IST

ତାପମାତ୍ରା ବୃଦ୍ଧି କାରଣରୁ ଗ୍ରୀଷ୍ମଋତୁରେ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଏ । ଝାଡା ମୁଖ୍ୟ ସମସ୍ୟା ହୋଇଥାଏ । ତେବେ ଏହାକୁ ଏଡାଇବା ପାଇଁ ଜାଣନ୍ତୁ ରୋଗର ଲକ୍ଷଣ ଓ କେମିତି କରିବେ ନିରାକରଣ । ଅଧିକ ପଢନ୍ତୁ

Home Remedies For Loose Motion
Home Remedies For Loose Motion

ହାଇଦ୍ରାବାଦ: ଖରାଦିନରେ ପେଟ ସମସ୍ୟା ଅତି ସାଧାରଣ ଅଟେ । ଅନେକ ଲୋକ ପେଟ ସମ୍ବନ୍ଧୀୟ ଅଭିଯୋଗ କରିଥାଆନ୍ତି । ଅଧିକ ଉତ୍ତାପ ଯୋଗୁଁ ପେଟ ଗରମ ହୋଇ ଝାଡା ହୋଇଥାଏ । ଅନ୍ୟପଟେ ମସଲାଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ମଧ୍ୟ ହଜମ ନହୋଇ ଝାଡା ହୋଇଥାଏ । ପାଣିର ଅଭାବ ହେତୁ ଡିହାଇଡ୍ରେସନ ହୋଇଯାଇଥାଏ । ଏହା ଦ୍ବାରା ଅନ୍ତନଳୀରେ ଫୁଲା, ପେଟ ଯନ୍ତ୍ରଣା, ବାନ୍ତି, ମୁଣ୍ଡବିନ୍ଧା, ମୁଣ୍ଡ ବୁଲାଇବା ଭଳି ସମସ୍ୟା ସୃଷ୍ଟି କରିଥାଏ ।। ଯଦି ଏହାର ସଠିକ୍ ସମୟରେ ଚିକିତ୍ସା କରା ନଯାଏ, ତେବେ ସମସ୍ୟା ଗୁରୁତର ହୋଇପାରେ ଏବଂ କିଛି ଲୋକ ଡାକ୍ତରଙ୍କ ଦ୍ବାରସ୍ଥ ମଧ୍ୟ ହୋଇଥାଆନ୍ତି । ତେବେ ଏଥରୁ ମୁକ୍ତି ପାଇବା ପାଇଁ ଆପଣ କିଛି ଘରୋଇ ଉପଚାର ଆପଣାଇ ପାରିବେ ।

1.ଦହି: ଝାଡା ହେବା ସମୟରେ ଆପଣ ଦହି ଖାଇପାରିବେ ଏଥିରେ ପ୍ରୋବୋଟିକ୍ସ ଥାଏ ଯାହା ଅନ୍ତନଳୀରେ ଉତ୍ତମ ବ୍ୟାକ୍ଟେରିଆ ବଢାଇଥାଏ ଏବଂ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ । ଏହା ପେଟକୁ ଥଣ୍ଡା ମଧ୍ୟ ଦେଇଥାଏ । ପେଟ ସମସ୍ୟା ସମୟରେ ଦହି ଖାଇବା ଦ୍ବାରା ଶୀଘ୍ର ହଜମ ମଧ୍ୟ ହୋଇଥାଏ।

2.ଲେମ୍ବୁ ପାଣି: ଲେମ୍ବୁ ପାଣି ପଇବା ଦ୍ବାରା ଝାଡା କମିଯାଇଥାଏ । ଲେମ୍ବୁରେ ଅମ୍ଳୀୟ ଗୁଣ ଏବଂ ଆଣ୍ଟି-ମାଇକ୍ରୋବାୟଲ୍ ଗୁଣ ରହିଛି ଯାହା ଡାଇରିଆ କରାଉଥିବା ଜୀବାଣୁକୁ ନଷ୍ଟ କରିବାରେ ସାହାଯ୍ୟ କରିଥାଏ। ଅନ୍ୟପଟେ ଏହା ଶରୀରରେ ଜଳର ଅଭବକୁ ମଧ୍ୟ କମାଇଥାଏ ।

3. କଦଳୀ: ଝାଡା ସମସ୍ୟାରେ କଦଳୀ ଖାଇବା ମଧ୍ୟ ଅତ୍ୟନ୍ତ ଲାଭଦାୟକ ହୋଇପାରେ । ଏଥିରେ ଫାଇବର ଏବଂ ପୋଟାସିୟମ ପରିମାଣ ରହିଥାଏ ଯାହା ହଜମ ପାଇଁ ଠିକ୍ ବୋଲି ବିବେଚନା କରାଯାଏ । ଏହା ବ୍ୟତୀତ ଏଥିରେ ପେକ୍ଟିନ୍ ନାମକ ଏକ ଉପାଦାନ ଥାଏ, ଯାହା ଝାଡାକୁ ରୋକିବାରେ ସାହାଯ୍ୟ କରିଥାଏ।

ଏହା ମଧ୍ୟ ପଢନ୍ତୁ: Blood Sugar Control Tips: ମଧୁମେହ ରୋଗୀ ଅଧିକ ଖାଆନ୍ତୁ ଡାଲି, ମିଳିବ ଏସବୁ ଫାଇଦା

4. ଧନିଆ ଚାହା: ଝାଡା ଏବଂ ପେଟ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଆପଣ ଧନିଆ ଚା ପିଇପାରିବେ । ଏହି ଚା ଏକ ଟନିକ୍ ଭଳି କାମ କରେ ଏବଂ ଶରୀରରୁ ବିଷାକ୍ତ ପଦାର୍ଥ ମଧ୍ୟ ବାହାର କରିଥାଏ । ଚା ତିଆରି କରିବା ପାଇଁ ଅଧା ଚାମଚ ଧନିଆ ମଞ୍ଜିକୁ ଏକ ଗ୍ଲାସ ପାଣିରେ ପକାଇ ଏହାକୁ ହାଲୁକା ଫୁଟାନ୍ତୁ । ଏହାପରେ ଛାଣି ଏହି ପାଣିକୁ ପିଅନ୍ତୁ । ଧନିଆରେ ଭିଟାମିନ୍ ଏ, ଭିଟାମିନ୍ ସି, ଭିଟାମିନ୍ କେ ରହିଛି ଯାହା ପେଟ ପାଇଁ ବେଶ ଲାଭଦାୟକ ଅଟେ ।

5. ଜିରା ପାଣି: ଏଭଳି ସମସ୍ୟାରେ ଜିରା ପାଣି ମଧ୍ୟ ପିଇପାରିବେ । ହଜମ ସମ୍ବନ୍ଧୀୟ ସମସ୍ୟା ପାଇଁ ଏହା ଭଲ କାମ କରିଥାଏ । ଏଥିରେ ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି, ଯାହା ଅନ୍ତନଳୀରେ କ୍ଷତିକାରକ ଜୀବାଣୁକୁ ଦୂର କରିଥାଏ । ଗୋଟିଏ ଚାମଚ ଜିରା ଭାଜନ୍ତୁ ଏବଂ ତା’ପରେ ଗ୍ରାଇଣ୍ଡ୍ କରନ୍ତୁ । ଏବେ ଏଥିରେ କଳା ଲୁଣ ମିଶାଇ ଗରମ ପାଣିରେ ପିଅନ୍ତୁ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.