ETV Bharat / sukhibhava

Holi Special: ସ୍ବାସ୍ଥ୍ୟ ଓ ପରିବେଶ ଉପରେ କଣ ରହିଛି ପ୍ରଭାବ ? - ହୋଲି ୨୦୨୨

ହୋଲି ହେଉଛି ରଙ୍ଗର ପର୍ବ । ଏହି ପର୍ବ ଆସିଲେ ପରିବେଶ ଉପରେ ଏକ ସକରାତ୍ମକ ପ୍ରଭାବ ପଡିଥାଏ । ପିଠାପଣା, ମିଠା ଓ ପଣା ପିଇ ହୋଲି ଖେଳାଯାଉଥିବାରୁ ଏହି ପର୍ବ ସଭିଙ୍କଠୁ ଟିକେ ନିଆରା । ଏହା ବ୍ୟତୀତ ହୋଲି ପର୍ବ ସ୍ବାସ୍ଥ୍ୟ ଓ ପରିବେଶ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ତେବେ ଆସନ୍ତୁ ଏହାର ପ୍ରଭାବ ସମ୍ପର୍କରେ ଜାଣିବା ।

Holi 2022 special: ସ୍ବାସ୍ଥ୍ୟ ଓ ପରିବେଶ ଉପରେ ପ୍ରଭାବ

author img

By

Published : Mar 18, 2022, 10:29 PM IST

ହାଇଦ୍ରାବାଦ: ଭାରତରେ ପ୍ରତ୍ୟେକ ପର୍ବ ଅତ୍ୟନ୍ତ ଉତ୍ସାହର ସହିତ ପାଳନ କରାଯାଏ । କିନ୍ତୁ ହୋଲି ଖେଳର ରହିଛି ଟିକେ ନିଆରା ମଜା । ଲୋକମାନେ ଗୁଲାଲ୍ (ଜୈବିକ ରଙ୍ଗ), ପାଣି ବେଲୁନ୍ ସହିତ ପିଠାପଣା ଖାଇ ଏହି ପର୍ବ ପାଳନ କରୁଥିବାରୁ ଏହା ଟିକେ ଅଧିକ ଖୁସି ଆଣିଦିଏ । କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଏହି ପର୍ବ ସମୟରେ ଲୋକମାନେ କାହିଁକି ଏତେ ଶକ୍ତିଶାଳୀ ଅନୁଭବ କରନ୍ତି ? ବିଶେଷଜ୍ଞଙ୍କ ଅନୁଯାୟୀ କେତେକ ଧାର୍ମିକ ବିଶ୍ବାସ ଏବଂ ରଙ୍ଗୀନ ଗୁଲାଲ୍ ଏଥିଲାଗି ଦାୟୀ ହୋଇଥାଏ । ହୋଲିର ପର୍ବ ଆମ ମାନସିକ ସ୍ବାସ୍ଥ୍ୟ ଉପରେ ଏକ ବିଶେଷ ପ୍ରଭାବ ପକାଇଥାଏ ।

  • ଖୁସି ଓ ଉଲ୍ଲାସର ମାହୋଲ

ହୋଲି ଏକ ଦୁଇ ଦିନିଆ ପର୍ବ ହୋଇଥାଏ । ପ୍ରଥମ ଦିନ ‘ହୋଲିକା ଦହନ୍’ ପାଳୁଥିବା ବେଳେ ଦ୍ବିତୀୟ ଦିନ ଲୋକମାନେ ନିଜ ସାଙ୍ଗ ଏବଂ ପରିବାର ସହିତ ହୋଲି ଖେଳିଥାନ୍ତି । ମନସ୍ତତ୍ତ୍ବବିତ ଡକ୍ଟର ରେଣୁକା ଶର୍ମା କହିଛନ୍ତି ଯେ ଯେକୌଣସି ପର୍ବ ହେଉନା କାହିଁକି, ଆମେ ଆନନ୍ଦିତ ଅନୁଭବ କରୁ । ବିଶେଷକରି ହୋଲି ପର୍ବରେ ରଙ୍ଗ, ମିଠା ଏବଂ ସୁଗନ୍ଧିତ ସ୍ନାକ୍ସ ବିଷୟରେ କଥାବାର୍ତ୍ତା ହେଲେ ଏହା ଆମ ଶରୀରକୁ ଏକ ସକରାତ୍ମକ ପ୍ରଭାବ ପକାଇଥାଏ । ଯାହା ଆମକୁ ଖୁସି ଅନୁଭବ କରେ । ଏହାସହ ବନ୍ଧୁ ପରିଜନ ଏବଂ ପ୍ରିୟ ଲୋକଙ୍କ ସହିତ ଏକ ମଜାଳିଆ ସମୟ ଅତିବାହିତ କରିବାର ଆନନ୍ଦ ଆଣିଦିଏ । ଫଳରେ ଆମ ମନରେ ଶାନ୍ତି ଆସିବା ସହ ଆମେ ଚାପମୁକ୍ତ ହୋଇଥାଉ ।

  • ମନୋବଳ ଉପରେ ରଙ୍ଗର ପ୍ରଭାବ

ବେଙ୍ଗାଲୁରୁର ରଙ୍ଗ ଥେରାପିଷ୍ଟ କ୍ରିତିଙ୍କ ଅନୁଯାୟୀ, ହୋଲି ସହିତ ଖେଳୁଥିବା ରଙ୍ଗ ଆମ ମନର ସ୍ଥିତି ଉପରେ ବହୁତ ପ୍ରଭାବ ପକାଇଥାଏ । ରଙ୍ଗ ଆମ ମନ ଏବଂ ଶରୀରକୁ ବିଭିନ୍ନ ଉପାୟରେ ଉପକାର କରିଥାଏ । ଉଦାହରଣ ସ୍ବରୂପ, ଲାଲ ରଙ୍ଗ ଆମର ହୃଦସ୍ପନ୍ଦନ ଏବଂ ଆମର ଶ୍ବାସକ୍ରିୟାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ସେହିପରି ହଳଦିଆ ଏବଂ ନୀଳ ରଙ୍ଗ ଆମ ମନ ଉପରେ ଶାନ୍ତକାରୀ ପ୍ରଭାବ ପକାଇବା ସହିତ ଆମକୁ ଆନନ୍ଦିତ କରିଥାଏ ।

  • ପରିବେଶ ଉପରେ ସକରାତ୍ମକ ପ୍ରଭାବ

ଆୟୁର୍ବେଦିକ ଡାକ୍ତର ଡ. ରାଜେଶ ସ୍ପଷ୍ଟ କରିଛନ୍ତି ଯେ ଶୀତଦିନ ଚାଲିଯିବା ସହ ଗ୍ରୀଷ୍ମ ଋତୁ ଆସିବା ବେଳକୁ ଏହି ପର୍ବ ପାଳନ କରାଯାଏ । ଏହା ହେଉଛି ସେହି ସମୟ ଯେତେବେଳେ ବ୍ୟାକ୍ଟେରିଆ ଏବଂ ପ୍ରଦୂଷଣ ବୃଦ୍ଧି କରୁଥିବା ଉପାଦାନଗୁଡ଼ିକ ପରିବେଶରେ ବିସ୍ତାର କରିବାର ସୁଯୋଗ ପାଆନ୍ତି । ଏହା ଆମ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ ଏବଂ ସଂକ୍ରମଣର ଆଶଙ୍କା ବୃଦ୍ଧି କରାଇଥାଏ । ଏଣୁ ରୀତିନୀତି ଅନୁଯାୟୀ ହୋଲିକା ଦହନ୍‌ ମନ୍ଦ ଉପରେ ଭଲର ବିଜୟର ପ୍ରତୀକ ହୋଇଥାଏ । ଯାହାକି ପରିବେଶ ଉପରେ ଏକ ସକରାତ୍ମକ ପ୍ରଭାବ ପକାଇଥାଏ । ଅନେକ ଲୋକ ହୋଲି ଦହନ ପାଇଁ ଗୋବର ଏବଂ ଘିଅ ବ୍ୟବହାର କରନ୍ତି । ଏହାର ଧୂଆଁ ଜୀବାଣୁ ଏବଂ ପରିବେଶରୁ ପ୍ରଦୂଷକକୁ ଦୂର କରିବାରେ ସାହାଯ୍ୟ କରିଥାଏ ।

  • ହୋଲି ଖେଳିବା ବେଳେ ସାବଧାନତା

ଡକ୍ଟର ରାଜେଶଙ୍କ ଏ ନେଇ କହିଛନ୍ତି ଯେ ପୂର୍ବରୁ ଲୋକମାନେ ମନ୍ଦାର, ହେନା ପତ୍ର, ଚନ୍ଦନ ପାଉଡର ଏବଂ କଦଳୀ ଆଦିକୁ ବ୍ୟବହାର କରି ପ୍ରାକୃତିକ ରଙ୍ଗ ସହିତ ହୋଲି ଖେଳୁଥିଲେ । ଏହା ଚର୍ମ ବ୍ୟତୀତ ଆମ କେଶ ଏବଂ ଆଖି ପାଇଁ ମଧ୍ୟ ଉପକାର ରହିଥାଏ । କିନ୍ତୁ ବର୍ତ୍ତମାନ ସମୟରେ ରାସାୟନିକ ପଦାର୍ଥରେ ନିର୍ମିତ ରଙ୍ଗ ବଜାରରେ ବିକ୍ରି ହେଉଛି । ଯାହା ଆମ ସ୍ବାସ୍ଥ୍ୟକୁ ଅନେକ ଉପାୟରେ କ୍ଷତି ପହଞ୍ଚାଇଥାଏ । ଏଣୁ ରଙ୍ଗ କିଣିବା ସହିତ ଖେଳିବା ସମୟରେ ଅତି ଯତ୍ନବାନ ହେବା ଆବଶ୍ୟକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.