ETV Bharat / sukhibhava

ଭାରତକୁ ବ୍ୟାପିଲା ଚୀନରେ କାୟା ବିସ୍ତାର କରୁଥିବା ଓମିକ୍ରନ୍ ସବ୍ ଭାରିଆଣ୍ଟ BF.7 ! - ଭାରତକୁ ବ୍ୟାପିଲା ଚୀନର ନୂଆ ଭାରିଆଣ୍ଟ

ପୁଣି ଚିନ୍ତା ବଢାଇଲାଣି ନୂଆ ଭାରିଆଣ୍ଟ । ଚୀନରେ କାୟା ବିସ୍ତାର କରୁଥିବା ଓମିକ୍ରନ୍ ସବ୍ ଭାରିଆଣ୍ଟ BF.7 ର ପ୍ରଥମ ମାମଲା ଚିହ୍ନଟ(new Omicron sub variant BF.7 detected in India) । ଅଧିକ ପଢନ୍ତୁ

ଭାରତକୁ ବ୍ୟାପିଲା ଚୀନରେ କାୟା ବିସ୍ତାର କରୁଥିବା ଓମିକ୍ରନ୍ ସବ୍ ଭାରିଆଣ୍ଟ BF.7 !

author img

By

Published : Oct 17, 2022, 10:39 PM IST

ନୂଆଦିଲ୍ଲୀ: ଦେଶରେ କୋଭିଡ ସଂକ୍ରମଣ ହ୍ରାସ ପାଉଥିବା ସମୟରେ ଚିନ୍ତା ବଢାଉଛି ଆଉ ଏକ ନୂଆ ଓମିକ୍ରନ୍ ସବ୍ ଭାରିଆଣ୍ଟ । କେତେକ ରିପୋର୍ଟ ଅନୁଯାୟୀ, ଗୁଜୁରାଟ ବାୟୋଟେକ୍ନୋଲୋଜି ରିସର୍ଚ୍ଚ ସେଣ୍ଟର ଦ୍ୱାରା BF.7ର ପ୍ରଥମ ମାମଲା ଚିହ୍ନଟ ହୋଇଛି(new Omicron sub variant BF.7 detected in India) । ଏହି ନୂତନ ଓମିକ୍ରନ୍ ଭାରିଆଣ୍ଟର ସଂକ୍ରାମକ କ୍ଷମତା ଅଧିକ ଥିବାବେଳେ ଏହା ଅଧିକ ବ୍ୟାପିପାରେ (Transmissibility) ବୋଲି ଅନୁମାନ କରାଯାଉଛି ।

ଓମିକ୍ରନ୍ ଉପ-ପ୍ରକାରଗୁଡିକ - BA.5.1.7 ଏବଂ BF.7 - ଚାଇନାର ମୋଙ୍ଗୋଲିଆର ଏକ ଅଞ୍ଚଳରୁ ଚିହ୍ନଟ ହେବା ପରେ ପ୍ରଥମ କରି ଭାରତରେ ଏହି ସବ୍-ଭାରିଆଣ୍ଟରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି କାରଣରୁ ପୁଣି ଥରେ ଚିନ୍ତା ବଢିପାରେ ବୋଲି କୁହାଯାଉଛି । ଖବର ଅନୁଯାୟୀ, ଚାଇନାରେ କୋଭିଡ୍ -19 ମାମଲାରେ ବୃଦ୍ଧି ହେତୁ ଓମିକ୍ରନ୍ ପ୍ରକାରଗୁଡିକ BF.7 ଏବଂ BA.5.1.7 କମ୍ ଅଛି । ତେବେ ଆମ ଦେଶରେ ପାର୍ବଣ ଋତୁ ସମୟରେ ପୂର୍ବରୁ ସତର୍କତା ଏବଂ କୋଭିଡ କଟକଣା ଠିକ୍ ଭାବେ ପାଳନ ପାଇଁ ବିଶେଷଜ୍ଞମାନେ ପରାମର୍ଶ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ:- ଚୀନରେ ପୁଣି ଲକଡାଉନ, ବ୍ୟାପୁଛି ଆଉ ଏକ ଭୂତାଣୁ

ଭାରତର ଦୈନିକ ସଂକ୍ରମଣ ହାର 1.86 ପ୍ରତିଶତ ହୋଇଥିବାବେଳେ ସାପ୍ତାହିକ ପଜିଟିଭିଟ ହାର ଆଜି(ସୋମବାର) 1.02 ପ୍ରତିଶତ ରହିଛି । ଗତ 24 ଘଣ୍ଟା ମଧ୍ୟରେ ମୋଟ 2,060 ନୂଆ କୋଭିଡ ମାମଲା ଚିହ୍ନଟ ହୋଇ ଥିବାବେଳେ ପୂର୍ବ ଦିନ ରିପୋର୍ଟ ଅନୁସାରେ 2,401 କୋଭିଡ ମାମଲା ଚିହ୍ନଟ ହୋଇଛି ।

ସୂଚନା ଅନୁସାରେ, କିଛିଦିନ ତଳେ ଚୀନରେ ଓମିକ୍ରନର ସବ୍ ଭାରିଆଣ୍ଟ BF.7 ଦୃତଗତିରେ ସଂକ୍ରମଣ ହେଉଥିବା ନେଇ ଖବର ପ୍ରକାଶ ପାଇଥିଲା । ଏହି କାରଣରୁ ମଧ୍ୟ ଚୀନରେ ପୁଣିଥରେ ପରିବହନ କଟକଣା ସାଙ୍ଗକୁ ଲକଡାଉନ୍ କରାଯାଇଥିଲା । ଏକାସାଙ୍ଗରେ, ଦେଶ ନୂତନ ଓମିକ୍ରନ୍ ସବ୍-ଭାରିଆଣ୍ଟସ୍ BF.7 ଏବଂ BA.5.1.7 (Omicron sub variants BF7 and BA517) ଚିହ୍ନଟ କରାଯାଇଥିଲା, ଯାହା ଦୃତଗତିରେ ସଂକ୍ରମିତ ହେଉଥିବା ବେଳେ ମାରାତ୍ମକ ମଧ୍ୟ ।

BF.7 (BA.2.75.2 ଭାବରେ ମଧ୍ୟ ଜଣାଶୁଣା) କୋଭିଡ୍ ଓମିକ୍ରନ୍ ପ୍ରକାର BA.5.2.1 ର ଏକ ସବ୍-ଭାରିଆଣ୍ଟ । ସ୍ଥାନୀୟ ରିପୋର୍ଟ ଅନୁଯାୟୀ, ଅକ୍ଟୋବର 4ରେ ୟନ୍ତାଇ ଏବଂ ଶୋଗୁଆନ୍ ସହରରେ BF.7 ଚିହ୍ନଟ ହୋଇଥିଲା । ଗ୍ଲୋବାଲ୍ ଟାଇମ୍ସର ରିପୋର୍ଟ ଅନୁଯାୟୀ, ସବ୍-ଭାରିଆଣ୍ଟ BA.5.1.7 ପ୍ରଥମ ଥର ପାଇଁ ଚୀନରେ ଚିହ୍ନଟ ହୋଇଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମାରାତ୍ମକ Bf.7 ସବଭାରିଆଣ୍ଟ ବିରୋଧରେ ଚେତାବନୀ ଦେଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.