ETV Bharat / sukhibhava

ବାର୍ଦ୍ଧକ୍ୟରେ ଦୁର୍ବଳ ହାଡ ସମସ୍ୟାକୁ ଦୂର କରିବ ବିପୁଳ ପରିମାଣରେ Vitamin-K ଗ୍ରହଣ

ଏକ ନୂତନ ଅନୁସନ୍ଧାନ ଅନୁଯାୟୀ, ବିପୁଳ ପରିମାଣରେ ଭିଟାମିନ୍ K1 ଗ୍ରହଣ ବାର୍ଦ୍ଧକ୍ୟ ସମୟରେ ଦୁର୍ବଳ ହାଡ ସମସ୍ୟାକୁ ଦୂର କରିପାରିବ(Higher vitamin K intake linked to lower bone fracture risk late in life) । ଅଧିକ ପଢନ୍ତୁ

author img

By

Published : Nov 30, 2022, 6:02 PM IST

ବାର୍ଦ୍ଧକ୍ୟରେ ଦୁର୍ବଳ ହାଡ ସମସ୍ୟାକୁ ଦୂର କରିବ ବିପୁଳ ପରିମାଣରେ Vitamin-K ଗ୍ରହଣ
ବାର୍ଦ୍ଧକ୍ୟରେ ଦୁର୍ବଳ ହାଡ ସମସ୍ୟାକୁ ଦୂର କରିବ ବିପୁଳ ପରିମାଣରେ Vitamin-K ଗ୍ରହଣ

ହାଇଦ୍ରାବାଦ: ହାଡ ଭାଙ୍ଗିବା ସମସ୍ୟା ବୟସ ବୃଦ୍ଧି କାରଣରୁ ହୋଇପାରେ, ଜୀବନର ପ୍ରର୍ଯ୍ୟାୟ କ୍ରମେ ବାର୍ଦ୍ଧକ୍ୟ ମାଡି ବସିଲେ ନାନା ରୋଗ ସୃଷ୍ଟି ହୁଏ । ଏହି କାରଣରୁ ଧୀରେ ଧୀରେ ଶରୀରର ବିଭିନ୍ନ ଅଙ୍ଗ ଦୁର୍ବଳ ହୋଇଯାଏ, ଫଳରେ ଜଣେ ବ୍ୟକ୍ତି ଅକ୍ଷମ ହୋଇଯାଏ । ଏସବୁ ସମସ୍ୟାର ସମାଧାନ ପାଇଁ ମିଳିଛି ଖୁସି ଖବର । ବାର୍ଦ୍ଧକ୍ୟ ସମୟରେ ମଧ୍ୟ କିପରି ଏହି ସମସ୍ୟାରୁ ରକ୍ଷା ମିଳିପାରିବ, ତା'ର ସନ୍ଧାନ ପାଇଛନ୍ତି ବୈଜ୍ଞାନିକ ।

ଏଡିଥ୍ କାଉନ୍ ୟୁନିଭରସିଟିର ପୁଷ୍ଟିକର ଏବଂ ସ୍ୱାସ୍ଥ୍ୟ ଇନୋଭେସନ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ର ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, ବାର୍ଦ୍ଧକ୍ୟ ସମୟରେ ଫ୍ରାକ୍ଚର ଜନିତ ସମସ୍ୟାକୁ ଦୂର କରାଯାଇପାରିବ । ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟ ମିଳିତ ସହଯୋଗରେ, ଏହି ଅଧ୍ୟୟନ କରାଯାଇଥିଲା । ଏଥିରୁ ଜଣାପଡିଛି ଯେ, ଅତ୍ୟଧିକ ଭିଟାମିନ୍ K1 ଗ୍ରହଣ ବାର୍ଦ୍ଧକ୍ୟ ସମୟରେ ଦୁର୍ବଳ ହାଡ ସମସ୍ୟାକୁ ଦୂର କରିପାରିବ(Higher vitamin K intake linked to lower bone fracture risk late in life) । 1400 ବୟସ୍କ ଅଷ୍ଟ୍ରେଲିୟା ମହିଳାଙ୍କୁ ନେଇ କରାଯାଇଥିବା ଅଧ୍ୟୟନରୁ ଏହା ସ୍ପଷ୍ଟ ହୋଇଛି ।

ଅନୁସନ୍ଧାନ ଅନୁଯାୟୀ, ଅଧ୍ୟୟନରେ ସାମିଲ୍ ହୋଇଥିବା 1400 ବୟସ୍କ ମହିଳାଙ୍କ ମଧ୍ୟରେ, ଯେଉଁମାନେ 100 ମାଇକ୍ରୋଗ୍ରାମ୍‌ରୁ ଅଧିକ ଭିଟାମିନ୍ K1 ବ୍ୟବହାର କରିଥିଲେ, ଯାହା ପ୍ରାୟ 125 ଗ୍ରାମ ଗାଢ ପତ୍ରଯୁକ୍ତ ପନିପରିବା କିମ୍ବା ଗୋଟିଏରୁ ଦୁଇଟି ଅନ୍ୟାନ୍ୟ ପନିପରିବା ସେବନ ସହିତ ସମାନ, ସେମାନଙ୍କର 60 ମାଇକ୍ରୋଗ୍ରାମ୍‌ରୁ କମ୍ ଖାଉଥିବା ଅଂଶଗ୍ରହଣକାରୀଙ୍କ ତୁଳନାରେ 31% କମ୍ ହାଡ ଭଙ୍ଗା ହେବାର ସମ୍ଭାବନା ଥିବା ଦେଖିବାକୁ ମିଳିଥିଲା ।

ହିପ୍ ଫ୍ରାକ୍ଚର୍ ସମ୍ବନ୍ଧରେ ଆହୁରି ଅଧିକ ସକରାତ୍ମକ ଫଳାଫଳ ମିଳିଥିଲା, ଯେଉଁମାନେ ଅଧିକ ଭିଟାମିନ୍ K1 ଖାଇଥିଲେ, ସେମାନଙ୍କ ହସ୍ପିଟାଲରେ ଭର୍ତ୍ତି ହେବାର ଆଶଙ୍କା ପ୍ରାୟ ଅଧା(49 ପ୍ରତିଶତ) କମ୍ ହୋଇଯାଇଥିଲା । ଅଧ୍ୟୟନର ମୁଖ୍ୟ ଡ. ମାର୍କ ସିମ୍ କହିଛନ୍ତି ଯେ, ଫଳାଫଳଗୁଡିକ ଭିଟାମିନ୍ K1 ର ଉପକାରିତା ବିଷୟରେ ଅଧିକ ପ୍ରମାଣ ପ୍ରଦାନ କରେ, ଯାହା କାର୍ଡିଓ ଭାସ୍କୁଲାର ସ୍ୱାସ୍ଥ୍ୟକୁ ବଢାଇବା ପାଇଁ ମଧ୍ୟ ଦର୍ଶାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.