ସବୁଜ ଓ ସତେଜ ପନିପରିବା ଯୁକ୍ତ ଖାଦ୍ୟ ଅଧିକ ପରିମାଣରେ ଖାଇବା ଏବଂ ସବୁଜ ମାତ୍ରା କମ୍ ରହୁଥିବା ଖାଦ୍ୟ ଅଳ୍ପ ଆହାର ଦ୍ବାରା ଷ୍ଟ୍ରୋକ୍ ହେବାର ବିପଦ ଅନେକାଂଶରେ କମିପାରେ ବୋଲି ଏକ ନୂଆ ଅନୁଧ୍ୟାନରୁ ଜଣାଯାଇଛି । ଅନୁଧ୍ୟାନମୂଳକ ଏହି ରିପୋର୍ଟ ଅନୁଯାୟୀ ସୁସ୍ଥ ସବୁଜ ଖାଦ୍ୟ ହେଉଛି ଶାଗ, ସମସ୍ତ ପନିପରିବା, ମୂଳ ଶସ୍ୟ ଏବଂ ବିନସ୍ ଆଦି ଯାହାକି ଅଧିକ ପରିମାଣରେ ଖାଇବା ଉଚିତ୍ । ବିଶୋଧିତ ଶସ୍ୟ, ଆଳୁ ଏବଂ ଶର୍କରାଯୁକ୍ତ ସାମଗ୍ରୀ ଭଳି ଖାଦ୍ୟ ପଦାର୍ଥରେ କମ୍ ସବୁଜତା ଥାଏ ଯାହାକି କମ୍ ପରିମାଣରେ ଖାଇବା ଉଚିତ୍ । ଏହାଦ୍ବାରା ମୋଟୋମୋଟି ଷ୍ଟ୍ରୋକ୍ ବିପଦ 10 ପ୍ରତିଶତ ଯାଏଁ କମିଯାଇପାରେ ।
ହାଭାର୍ଡ ଟି.ଏଚ୍ ସ୍କୁଲ ଅଫ୍ ପବ୍ଲିକ ହେଲଥର ପ୍ରଥମ ଅଥର ମେଗୁ ବାଦେନ୍ କହନ୍ତି, ଜନସ୍ବାସ୍ଥ୍ୟ ଉପରେ ସେମାନଙ୍କ ଅନୁଧ୍ୟାନର ଗୁରୁତ୍ବପୂର୍ଣ୍ଣ ପ୍ରଭାବ ରହିଛି । ଷ୍ଟ୍ରୋକ୍ ବିପଦ କମାଇବା ପାଇଁ ଭବିଷ୍ୟତରେ ଗ୍ରହଣ କରିବାକୁ ଥିବା ପୁଷ୍ଟିକର ନୀତିଗୁଡ଼ିକରେ ଖାଦ୍ୟର ଗୁଣବତ୍ତା ପ୍ରତି ନଜର ଦେବାକୁ ପଡ଼ିବ । ଗବେଷଣାକାରୀଙ୍କ ଏକ ଟିମ୍ 2 ଲକ୍ଷ 9 ହଜାର 508 ଜଣ ପୁରୁଷ ଓ ମହିଳାଙ୍କ ସ୍ବାସ୍ଥ୍ୟ ସମ୍ପର୍କିତ ତଥ୍ୟ ସଂଗ୍ରହ କରି ଏହାକୁ ଅନୁଧ୍ୟାନ କରିବା ସହ ଏହାର ରିପୋର୍ଟ ନ୍ୟୁରୋଲୋଜି ଜର୍ଣ୍ଣାଲରେ ପ୍ରକାଶ କରିଛନ୍ତି । ଯେଉଁମାନଙ୍କର ଏହି ତଥ୍ୟ ନିଆଯାଇଛି, ତଥ୍ୟ ଦେବା ବେଳେ ସେମାନଙ୍କର କାର୍ଡିଓଭାସ୍କୁଲାର ରୋଗ କିମ୍ବା କ୍ୟାନସର ରୋଗ ନଥିଲା । 25 ବର୍ଷରୁ ଅଧିକ କାଳ ହେଲା ସେମାନଙ୍କ ସହ ଯୋଗାଯୋଗ ରଖାଯାଇ ପ୍ରତି ଦୁଇରୁ ଚାରି ବର୍ଷରେ ଥରେ ସେମାନଙ୍କଠାରୁ ସେମାନଙ୍କର ଖାଇବା ସମ୍ପର୍କୀତ ତଥ୍ୟ ନିଆଯାଉଥିଲା । ସେମାନେ ଖାଉଥିବା ସ୍ବାସ୍ଥ୍ୟ ଉପଯୋଗୀ ସବୁଜ ପନିପରିବାକୁ ଆଧାର କରି ଭାଗ ନେଇଥିବା ବ୍ୟକ୍ତିଙ୍କୁ ପଏଣ୍ଟ ଦିଆଯାଉଥିଲା ।
ଏପରି ଅନୁଧ୍ୟାନରୁ ଗବେଷଣାକାରୀ ଜାଣିବାକୁ ପାଇଛନ୍ତି ଯେ, ସତେଜ ସବୁଜ ପନିପରିବା ଯୁକ୍ତ ଖାଦ୍ୟ ଖାଉଥିବା ଲୋକଙ୍କ ପାଖରେ ଷ୍ଟ୍ରୋକ୍ ବିପଦ ମୋଟାମୋଟି 10 ପ୍ରତିଶତ କମ୍ ରହୁଛି। ମସ୍ତିଷ୍କକୁ ହେଉଥିବା ରକ୍ତ ପ୍ରବାହ ବନ୍ଦ ହୋଇଗଲେ ଇସକେମିକ୍ ଷ୍ଟ୍ରୋକ୍ ହୋଇଥାଏ। ଏହି ଧରଣର ଷ୍ଟ୍ରୋକ୍ ସାଧାରଣତଃ ହୋଇଥାଏ। ସବୁଜ ପନିପରିବା ଖାଇବା ଦ୍ବାରା ଏହି ଧରଣର ଷ୍ଟ୍ରୋକ୍ ବିପଦ କମିଥାଏ । କିନ୍ତୁ ଗବେଷଣାକାରୀଙ୍କ ଟିମ୍ ରିପୋର୍ଟରେ ଆଉ ଏକ ପ୍ରକାର ଷ୍ଟ୍ରୋକ୍ ଯାହାକୁ ହେମୋରାଜିକ୍ ଷ୍ଟ୍ରୋକ୍ କୁହାଯାଏ ତାହା କମିବା ସହିତ ସବୁଜ ପନିପରିବା ଖାଦ୍ୟର କୌଣସି ସମ୍ବନ୍ଧ ନାହିଁ । ମସ୍ତିଷ୍କରେ ଧମନୀ ରକ୍ତ ଲିକ୍ ହେବା କିମ୍ବା ଛିଣ୍ଡିବା ସମୟରେ ହେମୋରାଜିକ୍ ଷ୍ଟ୍ରୋକ୍ ହୋଇଥାଏ ।