ହାଇଦ୍ରାବାଦ: ଭିଟାମିନ୍ K ଏକ ଅତ୍ୟନ୍ତ ଜରୁରୀ ଭିଟାମିନ୍ ଯାହା ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସାହାଯ୍ୟ କରେ । ଶରୀରରେ ଭିଟାମିନ୍ Kର ଅଭାବ ଅନେକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ । ଭିଟାମିନ୍ K ରକ୍ତ ଜମାଟ ବାନ୍ଧିବାରେ ସାହାଯ୍ୟ କରେ । ଏପରିକି ଏହାର ଅଭାବରେ ରକ୍ତସ୍ରାବ ବି ବଢିପାରେ । ଏହା ହାଡକୁ ମଜବୁତ କରିବାରେ ମଧ୍ୟ ସାହାଯ୍ୟ କରେ । ଭିଟାମିନ୍ Kର ଅଭାବ ହେତୁ ହାଡକୁ ଦୁର୍ବଳ କରିଥାଏ । ଏହା ବ୍ୟତୀତ ଶରୀରର କୋଷ ଗୁଡ଼ିକ ପାଇଁ ଭିଟାମିନ୍ K ମଧ୍ୟ ଜରୁରୀ ଅଟେ । ଭିଟାମିନ୍ Kର ଅଭାବରୁ ରକ୍ତସ୍ରାବ, ତ୍ବଚାରେ ନୀଳ ଦାଗ ଏବଂ ଆଘାତରୁ ଅତ୍ୟଧିକ ରକ୍ତସ୍ରାବ ଭଳି ସମସ୍ୟା ସୃଷ୍ଟି ହୋଇପାରେ ।
ଭିଟାମିନ୍K ଅଭାବରେ ଏହି ରୋଗ ହୋଇଥାଏ:-
ରକ୍ତସ୍ରାବ ଜନିତ ରୋଗ (Bleeding Disorder): ଭିଟାମିନ୍K ରକ୍ତ ଜମାଟ ବାନ୍ଧିବା ପ୍ରକ୍ରିୟାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ରକ୍ତ ଜମାଟ ବାନ୍ଧିବା ଏକ ପ୍ରକ୍ରିୟା ଯାହା ଶରୀର ଭିତରେ ଏବଂ ବାହାରେ ଅତ୍ୟଧିକ ରକ୍ତସ୍ରାବକୁ ରୋକିଥାଏ। ରକ୍ତ ଜମାଟ ବାନ୍ଧିବା ପ୍ରକ୍ରିୟାରେ ଜଡିତ ପ୍ରୋଟିନ୍ ଉତ୍ପାଦନ ପାଇଁ ଶରୀରରେ ଭିଟାମିନ୍ K ଆବଶ୍ୟକ ହୁଏ।
ଏଥିସହ ଯଦି ଶରୀରରେ ଭିଟାମିନ୍ କେର ପରିମାଣ ସାଧାରଣ ଠାରୁ କମ୍, ତେବେ ଆପଣଙ୍କ ଶରୀରରେ ଥିବା ପ୍ରୋଟିନ୍ ମଧ୍ୟ କମିଯାଏ। ଭିଟାମିନ୍ K ର ଅଭାବ ସାଧାରଣତଃ ଖରାପ ଖାଦ୍ୟ ଅଭ୍ୟାସ ହେତୁ ହୋଇଥାଏ । ସିଷ୍ଟିକ୍ ଫାଇବ୍ରୋସିସ୍, ଗଲ୍ ବ୍ଲାଡର ସମସ୍ୟା ଏବଂ ଯକୃତ ରୋଗ ଇତ୍ୟାଦିର କାରଣ ମଧ୍ୟ ଭିଟାମିନ୍ K ର ଅଭାବ ଦ୍ବାରା ହୋଇପାରେ।
ଅଷ୍ଟିଓପୋରୋସିସ୍: ଉଚ୍ଚ ସ୍ତରର ଭିଟାମିନ୍ K ହାଡ ଟିସୁରେ ହାଡ ସହ ଜଡିତ ଖଣିଜ ପଦାର୍ଥର ଉପସ୍ଥିତି ବଢାଇଥାଏ। ଯଦି ଭିଟାମିନ୍ K ଅଭାବ ହୁଏ ତାହାହେଲେ ହାଡ ଦୁର୍ବଳ ହୁଏ ଏବଂ ଅଷ୍ଟିଓପୋରୋସିସ୍ ହୋଇପାରେ । ଅଷ୍ଟିଓପୋରୋସିସ୍ ହେଉଛି ଏକ ହାଡ ସହ ଜଡିତ ରୋଗ । ଯାହା ହାଡର ଦୁର୍ବଳତା ଦ୍ୱାରା ହୋଇଥାଏ ।
ହେମାଟୁରିଆ: ଏହା ଏକ ରୋଗ ଯେଉଁଥିରେ ମୂତ୍ରରେ ରକ୍ତ ବାହାରେ ଏବଂ ଏହା ଭିଟାମିନ୍ K ଅଭାବରୁ ଏହି ରୋଗ ହୋଇଥାଏ।
ଚର୍ମ ନୀଳ ପଡିବା: ଭିଟାମିନ୍ Kର ଅଭାବ ହେତୁ ନୀଳ ରଙ୍ଗ କିମ୍ବା ଫୁଲା ଭଳି ସମସ୍ୟା ଦେଖାଦେଇପାରେ । ଏହି ସମସ୍ୟା ଗୁଡ଼ିକ ପରେ କ୍ରମାଗତ ଭାବେ ରକ୍ତସ୍ରାବ ଭଳି ସମସ୍ୟାର ରୂପ ନେବା ଆରମ୍ଭ କରେ । ଭିଟାମିନ୍ K ପର୍ଯ୍ୟାପ୍ତ ପରିମାଣର ଖାଇବା ଦ୍ବାରା ଚର୍ମ ନୀଳ ରଙ୍ଗ କିମ୍ବା ଫୁଲା ଭଳି ସମସ୍ୟାକୁ ହ୍ରାସ କରାଯାଇପାରେ ।
ବାର୍ଦ୍ଧକ୍ୟ: ଭିଟାମିନ୍ K ଅଭାବରୁ ଗାଲରେ କୁଞ୍ଚନ ମଧ୍ୟ ହୋଇପାରେ । ସେଥିପାଇଁ ଯୁବା ରହିବାକୁ ଭିଟାମିନ୍ K ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ।
ଜନ୍ମ ଦୋଷ: ଭିଟାମିନ୍ Kର ଅଭାବ ପିଲାମାନଙ୍କଠାରେ ଜନ୍ମଗତ ତ୍ରୁଟି ସମ୍ବନ୍ଧୀୟ ସମସ୍ୟା ମଧ୍ୟ ସୃଷ୍ଟି କରିପାରେ । ଏଥିରେ ଆଙ୍ଗୁଠି ଛୋଟ ହୋଇଯିବା, ନାକ ସଂପୂର୍ଣ୍ଣ ବିକଶିତ ନହେବା, ପାଟି ଏବଂ ମସ୍ତିଷ୍କ ସମ୍ବନ୍ଧୀୟ ବିକୃତି ଇତ୍ୟାଦି ଅନ୍ତର୍ଭୁକ୍ତ ।
ପ୍ରତିଦିନ କେତେ ଭିଟାମିନ୍ K ନେବା ଉଚିତ୍:-
- ଗର୍ଭବତୀ ମହିଳା- 90 ମାଇକ୍ରୋଗ୍ରାମ୍
- ସ୍ତନ୍ୟପାନ କରାଉଥିବା ମହିଳା- 120 ମାଇକ୍ରୋଗ୍ରାମ୍
- ଅନ୍ୟ ମହିଳା- 90 ମାଇକ୍ରୋଗ୍ରାମ୍
- ପୁରୁଷ- 120 ମାଇକ୍ରୋଗ୍ରାମ୍
- 0ରୁ 6 ମାସ ପିଲାଙ୍କୁ- 2 ମାଇକ୍ରୋଗ୍ରାମ୍
- 7ରୁ 12 ମାସ ପିଲାଙ୍କୁ- 2.5 ମାଇକ୍ରୋଗ୍ରାମ୍
- 1ରୁ 3 ବର୍ଷ ପିଲାଙ୍କୁ- 30 ମାଇକ୍ରୋଗ୍ରାମ୍
- 4ରୁ 8 ବର୍ଷ ବୟସର ପିଲାଙ୍କୁ- 55 ମାଇକ୍ରୋଗ୍ରାମ୍
- 9ରୁ13 ବର୍ଷ ବୟସର ପିଲାଙ୍କୁ- 60 ମାଇକ୍ରୋଗ୍ରାମ୍
କେଉଁ ପନିପରିବାରେ ଭିଟାମିନ୍ K ମିଳିଥାଏ:-
ପାଳଙ୍ଗ(Spinach): ପାଳଙ୍ଗ ଭିଟାମିନ୍ Kର ଏକ ଉତ୍ତମ ଉତ୍ସ, ଏବଂ ସାଧାରଣତଃ ଭିଟାମିନ୍ Kର ପ୍ରମୁଖ ଉତ୍ସ ଭାବରେ ପାଳଙ୍ଗକୁ ବିବେଚନା କରାଯାଏ
ସୋରିଷ ଶାଗ(Mustard Green): ସୋରିଷ ଶାଗ ମଧ୍ୟ ଭିଟାମିନ୍ K ମିଳିଥାଏ ଏବଂ ଏହାକୁ ବି ନିଜ ଖାଦ୍ୟରେ ସାମିଲ କରିପାରିବେ।
ପୋଦିନା (Mint): ପୋଦିନା ପତ୍ରରେ ମଧ୍ୟ ଭିଟାମିନ୍ K ଭରପୁର ମାତ୍ରାରେ ରହିଛି ଏବଂ ଏହାକୁ ମଧ୍ୟ ନିଜ ଖାଦ୍ୟରେ ଅନ୍ତର୍ଭୁକ୍ତ ଖାଇ ପାରିବେ ।
ବ୍ରୋକୋଲି: ବ୍ରୋକୋଲି ମଧ୍ୟ ଭିଟାମିନ୍ Kର ଏକ ଉତ୍ତମ ଉତ୍ସ ଏବଂ ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ।
ଫୁଲକୋବି: ଫୁଲକୋବିରେ ଭିଟାମିନ୍ Kର ପରିମାଣ ଭରପୁର ରହିଛି ଏବଂ ଏହାକୁ ପନିପରିବା ଭାବରେ ଖାଇପାରିବେ।
ବନ୍ଧା କୋବି: ବନ୍ଧା କୋବି ବି ଭିଟାମିନ୍ Kର ଏକ ଭଲ ଉତ୍ସ ଅଟେ ।
ଏହା ମଧ୍ୟ ପଢନ୍ତୁ: ବାର୍ଦ୍ଧକ୍ୟରେ ଦୁର୍ବଳ ହାଡ ସମସ୍ୟାକୁ ଦୂର କରିବ ବିପୁଳ ପରିମାଣରେ Vitamin-K ଗ୍ରହଣ