ETV Bharat / sukhibhava

Health Tips: ମୋଟାପଣ ପାଇଁ ଚିନ୍ତିତ କି ? ଖାଆନ୍ତୁ ଏହିସବୁ ଫଳ - ଓଜନ ହ୍ରାସକାରୀ ଫଳ

ବର୍ତ୍ତମାନ ସମୟରେ ଓଜନ ବୃଦ୍ଧି ଏକ ବଡ ସମସ୍ୟା ହୋଇଗଲାଣି, ଯେଉଁଥିପାଇଁ ଉଚ୍ଚ କୋଲେଷ୍ଟ୍ରଲ, ଉଚ୍ଚ ବିପି, ମଧୁମେହ ଏବଂ ହୃଦଘାତ ଭଳି ସମସ୍ତ ପ୍ରକାରର ରୋଗର ସମ୍ମୁଖୀନ ହେବାକୁ ପଡିଥାଏ । ତେବେ କେଉଁ ଫଳ ଖାଇବା ଦ୍ବାରା ଓଜନ ହ୍ରାସ ପାଇଥାଏ ଜାଣନ୍ତୁ ।

Health Tips: ମୋଟାପଣ ପାଇଁ ଚିନ୍ତିତ କି ? ଆପଣାନ୍ତୁ ଏହିସବୁ ଫଳ

author img

By

Published : Oct 21, 2022, 2:02 PM IST

ହାଇଦ୍ରାବାଦ: ସତେଜ ଫଳଗୁଡିକ ସ୍ୱାସ୍ଥ୍ୟ ଉପକାରୀ ଭାବେ ବିବେଚନା କରାଯାଏ, କାରଣ ଏଥିରେ ସମସ୍ତ ପ୍ରକାରର ପୋଷକ ତତ୍ତ୍ୱ ରହିଥାଏ, ଯାହା ଆମ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ । ଅନେକ ଲୋକ ଓଜନ ହ୍ରାସ କରିବା ପାଇଁ ଫଳ ମଧ୍ୟ ଖାଇଥା’ନ୍ତି । ବର୍ତ୍ତମାନ ସମୟରେ ଓଜନ ବୃଦ୍ଧି ଏକ ବଡ ସମସ୍ୟା ହୋଇଗଲାଣି, ଯେଉଁଥିପାଇଁ ଉଚ୍ଚ କୋଲେଷ୍ଟ୍ରଲ, ଉଚ୍ଚ ବିପି, ମଧୁମେହ ଏବଂ ହୃଦଘାତ ଭଳି ସମସ୍ତ ପ୍ରକାରର ରୋଗର ସମ୍ମୁଖୀନ ହେବାକୁ ପଡିଥାଏ ।

ତେବେ କେଉଁ ଫଳ ଖାଇବା ଦ୍ବାରା ଓଜନ ହ୍ରାସ ପାଇଥାଏ ଆସନ୍ତୁ ଜାଣିବା(Weight Reduce Fruits)..

କିୱି(Kiwi):-

Kiwi
Kiwi

ଆପଣ ନିଶ୍ଚିତ ଭାବରେ କିୱି ଫଳ ଖାଇଥିବେ ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇପାରେ । ଏହି ଫଳରେ ଭିଟାମିନ୍ ସି, ଭିଟାମିନ୍ ଇ, ଫୋଲେଟ୍ ଏବଂ ଫାଇବର ଭରପୂର ପରିମାଣରେ ରହିଛି, ଯାହା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ । ସେହିପରି କିୱିରେ କ୍ୟାଲସିୟମ, ମ୍ୟାଗନେସିୟମ ଓ ଫସଫରସ ମାତ୍ରାଧିକ ପରିମାଣରେ ରହିଥାଏ । ହଜମ କ୍ରିୟାରେ ମଧ୍ୟ ସାହାଯ୍ୟ କରିଥାଏ କ୍ବିୱି ।

କମଳା(Orange):-

Orange
Orange

ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି, ତେବେ ନିଶ୍ଚିତ ରୂପେ କମଳାକୁ ଆପଣେଇବା ଉଚିତ୍ । ଯଦି ଆପଣ ପ୍ରତିଦିନ କମଳା କିମ୍ବା କମଳା ଜୁସ୍‌କୁ ପ୍ରତିଦିନ ପିଅନ୍ତି, ତେବେ ଓଜନ ହ୍ରାସ କରିବାରେ ବହୁତ ସାହାଯ୍ୟ କରିବ । ଫାଇବର ଥିବା ଫଳ ଖାଇବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି । କମଳାରେ ମଧ୍ୟ ଫାଇବର ଥାଏ ।

ଅମୃତଭଣ୍ଡା(Papaya):-

Papaya
Papaya

ଓଜନ ହ୍ରାସ କରିବାରେ ଅମୃତଭଣ୍ଡା ମଧ୍ୟ ଅତ୍ୟନ୍ତ ପ୍ରଭାବଶାଳୀ ହୋଇପାରେ । କାରଣ ଏହାର ପୁଷ୍ଟିକର ତତ୍ତ୍ବ ବହୁତ ଅଧିକ । ଏଥିରେ ଗାଲିକ୍ ଏସିଡ୍ ଥାଏ, ଯାହା ମେଦବହୁଳତାକୁ ଦୂର କରିଥାଏ । ସାଧାରଣତଃ କେତେକ ଲୋକେ ଅମୃତଭଣ୍ଡାକୁ କଞ୍ଚା କାଟି ଖାଇଥାନ୍ତି । ମାତ୍ର ଏହାକୁ ମଧ୍ୟ ଜୁସ୍ କରି ପିଇପାରିବେ ।

ଆପଲ୍(Apple):-

Apple
Apple

ଆପଲ୍‌ରେ ପଲିଫେନୋଲ ମିଳିଥାଏ, ଯାହା ବହୁ ପରିମାଣରେ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏଥିପାଇଁ ଆପଣଙ୍କୁ ଦୈନନ୍ଦିନ ଖାଦ୍ୟରେ ଆପଲ୍ ଅନ୍ତର୍ଭୂକ୍ତ କରିବାକୁ ପଡିବ । ଆପଲ୍ ଜୁସ୍ ମଧ୍ୟ ପିଇପାରିବେ ।

ଆମ୍ବ(Mango)

Mango
Mango

ଆମ୍ବରେ ଓଜନ ହ୍ରାସ ପାଇଁ ଆବଶ୍ୟକୀୟ ଫାଇବର୍ ରହିଥାଏ । ଗୋଟିଏ ଆମ୍ବରେ 3.31 ଗ୍ରାମ ଫାଇବର ରହିଥାଏ । ଆମ୍ବ ମଧ୍ୟ ମେଟାବୋଲିଜିମ୍(ହଜମ୍ ପ୍ରକ୍ରିୟା) ଏବଂ କମ୍ ପ୍ରଦାହକୁ ଉନ୍ନତ କରିବାରେ ମଧ୍ୟ ସାହାଯ୍ୟ କରିପାରିଥାଏ । ଏପ୍ରିଲ୍ 2017ରେ FASEB ଜର୍ଣ୍ଣାଲରେ ପ୍ରକାଶିତ ଅଧ୍ୟୟନରୁ ଜଣାପଡିଛି ଯେ, ଆମ୍ବ ରକ୍ତଚାପକୁ ହ୍ରାସ କରିଥାଏ ଏବଂ ରକ୍ତରେ ଶର୍କରା ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ।

Disclaimer: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଏବଂ ସାଧାରଣ ସୂଚନା ଉପରେ ଆଧାରିତ । ଏହାକୁ ଗ୍ରହଣ କରିବା ପୂର୍ବରୁ ବିଶେଷଜ୍ଞଙ୍କ ପରାମର୍ଶ ନେବା ଆବଶ୍ୟକ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.