ହାଇଦ୍ରାବାଦ: ଧୂମପାନ ନେଇ ଅନେକ ପ୍ରକାର ବିଜ୍ଞାପନ ଏବଂ ସଚେତନତାମୂଳକ କାର୍ଯ୍ୟକ୍ରମ କରାଯାଉଥିଲେ ହେଁ ଧୂମପାନ ନିଶାରେ ଯୁବପିଢି । ଯେଉଁମାନେ ଅଧିକ ଧୂମପାନ କରନ୍ତି, ସୋମାନଙ୍କର ଠାରେ ଫୁସଫୁସ କର୍କଟ ହେବାର ଆଶଙ୍କା ଅଧିକ ରହିଥାଏ । ଏହି କ୍ୟାନ୍ସର ଶରୀରରେ ଶୀଘ୍ର ବିସ୍ତାରିତ ହୋଇଯାଇଥାଏ । ଧୂମପାନ କରୁଥିବା ଲୋକଙ୍କ ପାଇଁ ଫୁସଫୁସର ସ୍ୱାସ୍ଥ୍ୟକୁ ସମୟ ସମୟରେ ଯାଞ୍ଚ କରିବା ଅତ୍ୟନ୍ତ ଜରୁରୀ ଅଟେ । ଯାହା ଦ୍ବାରା କୌଣସି ବିପଦ ଠିକ୍ ସମୟରେ ଚିହ୍ନଟ ହୋଇପାରିବ ଏବଂ ଉପଯୁକ୍ତ ଚିକିତ୍ସା ଦ୍ୱାରା ଏହା ଭଲ ହୋଇପାରିବ । ଧୂମପାନ ଫୁସଫୁସ ଉପରେ କ୍ଷତିକାରକ ପ୍ରଭାବ ପକାଇପାରେ ଏବଂ ବିଭିନ୍ନ ଶ୍ବାସକ୍ରିୟା ରୋଗର ଆଶଙ୍କାକୁ ବୃଦ୍ଧି କରିପାରେ । ତେବେ ଜାଣନ୍ତୁ କେଉଁ ଉପାୟରେ ଫୁସଫୁସର ସୁସ୍ଥତାକୁ ପରୀକ୍ଷା କରାଯାଇଥାଏ ।
ସ୍ପାଇରୋମେଟ୍ରି ଟେଷ୍ଟ: ସ୍ପାଇରୋମେଟ୍ରି ପରୀକ୍ଷା ହେଉଛି ଏକ ସାଧାରଣ ଟେଷ୍ଟ ଯାହା ଦ୍ବାରା ଫୁସଫୁସ କେତେ ଭଲ କାମ କରୁଛି ତାହା ଜଣାପଡିଥାଏ । ଏହା ଫୁସଫୁସ କ୍ଷମତା, ବାୟୁ ପ୍ରବାହ ଏବଂ ନିଶ୍ବାସରର ଗତିକୁ ନେଇ ମୂଲ୍ୟାଙ୍କନ କରିଥାଏ । ଏହି ଚେଷ୍ଟରେ ପ୍ରଥମେ ଦୀର୍ଘ ନିଶ୍ବାସ ନେବାକୁ କୁହାଯାଇଥାଏ ଏହଂ ସ୍ପିରୋମିଟର ସହିତ ଲାଗିଥିବା ଏକ ଟ୍ୟୁବରେ ପ୍ରଶ୍ବାସ ଛାଡିବା ପାଇଁ କୁହାଯାଇଥାଏ । ଏହାର ଫଳାଫଳ କ୍ରନିକ୍ ଅବଷ୍ଟ୍ରକ୍ଟିଭ୍ ପଲମିନେରି ରୋଗ (COPD) କିମ୍ବା ଆଜମା ଭଳି ରୋଗ ଚିହ୍ନଟ କରିବାରେ ସାହାଯ୍ୟ କରିବ । ଧୂମପାନ କରୁଥିବା ଲୋକଙ୍କୁ ଏହି ରୋଗ ହେବାର ସମ୍ଭାବନା ଅଧିକ ରହିଥାଏ ।
ଛାତି ଏକ୍ସରେ: ଏକ ଛାତି ଏକ୍ସ-ରେ ହେଉଛି ଏକ ନନଇନଭେନସିଭ ଇମେଜିଙ୍ଗ୍ ପରୀକ୍ଷା ଯାହା ଆପଣଙ୍କ ଛାତିର ଏକ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆଣିଥାଏ । ଏହି ପରୀକ୍ଷା ଆପଣଙ୍କ ଫୁସଫୁସ ସହିତ ଜଡିତ ସମସ୍ତ ସମସ୍ୟାକୁ ଚିହ୍ନଟ କରିବାରେ ସାହାଯ୍ୟ କରିଥାଏ । ପ୍ରଦାହ, ସଂକ୍ରମଣ, ଟ୍ୟୁମର ଭଳି ରୋଗ ଏହି ଏକ୍ସରେ ଦ୍ବାରା ଜଣାପଡିଥାଏ । ନିୟମିତ ଛାତି ଏକ୍ସ-ରେ କରି ଫୁସଫୁସର ସ୍ୱାସ୍ଥ୍ୟ ସହଜରେ ଜାଣିହେବ ।
ସିଟି ସ୍କାନ: ସିଟି ସ୍କାନ୍ ହେଉଛି ଏକ ଅଧିକ ହାଇ-ଟେକ୍ ଇମେଜିଙ୍ଗ୍ ଟେକନିକ । ଯାହା ଫୁସଫୁସରର ଭିତର ଭାଗର ଛବିକୁ ସାମ୍ନାକୁ ଆଣିଥାଏ । ଫୁସଫୁସରେ କର୍କଟ, ଏମ୍ଫିସେମା କିମ୍ବା ରକ୍ତ ଜମାଟ ଚିହ୍ନଟ ପାଇଁ ଏହା ଉପଯୋଗୀ । ଦୀର୍ଘ ସମୟ ଧରି ଧୂମପାନ କରିଥିବା ଲୋକଙ୍କ ପାଇଁ, ଫୁସଫୁସ କର୍କଟ ରୋଗର ଶୀଘ୍ର ଚିହ୍ନଟ ପାଇଁ ସିଟି ସ୍କାନିଂ ଏକ ପ୍ରଭାବଶାଳୀ ସ୍କ୍ରିନିଂ ଉପକରଣ ହୋଇପାରେ ।
ଏବିଜି ଟେଷ୍ଟ: ABG ଟେଷ୍ଟ ରକ୍ତରେ ଅମ୍ଳଜାନ ଏବଂ କାର୍ବନ ଡାଇଅକ୍ସାଇଡର ସ୍ତର ମାପ କରିଥାଏ । ଶ୍ବାସରୋଗ ଲକ୍ଷଣ ଥିବା ଧୂମପାନକାରୀଙ୍କ ପାଇଁ ଏହି ପରୀକ୍ଷା ଅତ୍ୟନ୍ତ ଜରୁରୀ । କାରଣ ଏହା ଫୁସଫୁସର ରକ୍ତ ପ୍ରବାହରେ ଅମ୍ଳଜାନ ସ୍ଥାନାନ୍ତର କରିବା ଏବଂ ଅଙ୍ଗାରକାମ୍ଳ ବାହାର କରିବା କ୍ଷମତାକୁ ଆକଳନ କରିବାରେ ସାହାଯ୍ୟ କରିଥାଏ ।
ଏହା ମଧ୍ୟ ପଢନ୍ତୁ: World Lung Cancer Day 2023: ଫୁସଫୁସ କ୍ୟାନ୍ସରର ପ୍ରାଥମିକ ଲକ୍ଷଣ କଣ ଜାଣନ୍ତୁ
ଅକ୍ସିମେଟ୍ରି ଟେଷ୍ଟ: ଏହି ଅକ୍ସିମେଟ୍ରି ଟେଷ୍ଟ ପ୍ଲସ ଅକ୍ସିମିଟର ସହିତ କରାଯାଇଥାଏ । ଏହା ଦ୍ବାରା ରକ୍ତରେ ଅମ୍ଳଜାନର ପରିମାଣ ମାପ କରାଯାଇଥାଏ । ଏହା ଏକ ସରଳ, ଯନ୍ତ୍ରଣାହୀନ ପରୀକ୍ଷା । ସାଧାରଣତ COPD ପରି ଶ୍ବାସ ରୋଗରେ ଧୂମପାନ କରୁଥିବା ବ୍ୟକ୍ତିଙ୍କ ଫୁସଫୁସ କାର୍ଯ୍ୟକୁ ଯାଞ୍ଚ କରିବା ପାଇଁ ଏହି ଟେଷ୍ଟ କରାଯାଇଥାଏ ।
ପିକ ଏକ୍ସପିରେଟ୍ରି ଫ୍ଲୋ ଟେଷ୍ଟ: PEF ଟେଷ୍ଟ ପ୍ରଶ୍ବାସକୁ ମାପିଥାଏ । ଏହା ଫୁସଫୁସ କାର୍ଯ୍ୟର ପରିବର୍ତ୍ତନକୁ ଯାଞ୍ଚ କରିବା ସହିତ ଆସ୍ଥମା କିମ୍ବା COPD ଚିକିତ୍ସାର ପ୍ରଭାବକୁ ଆକଳନ କରିବା ପାଇଁ ଏହା ଏକ ଅତ୍ୟାବଶ୍ୟ ଟେଷ୍ଟ ।
ସିବିସି: ସିବିସି ହେଉଛି ଏକ ରକ୍ତ ପରୀକ୍ଷା ଯାହା ଆପଣଙ୍କ ଶରୀରର ଅମ୍ଳଜାନ ଗ୍ରହଣ କରିବାର କ୍ଷମତାକୁ ଯାଞ୍ଚ କରିବା ସହିତ ସାମଗ୍ରିକ ସ୍ୱାସ୍ଥ୍ୟର ମୂଲ୍ୟାଙ୍କନ କରିଥାଏ । ଏହା ରକ୍ତରେ ଲୋହିତ ରକ୍ତ କଣିକା, ଶ୍ବେତ ରକ୍ତ କଣିକା ଏବଂ ପ୍ଲେଟଲେଟ୍ ସଂଖ୍ୟାକୁ ମାପିଥାଏ । ଲୋହିତ ରକ୍ତ କଣିକାର ନିମ୍ନ ସ୍ତର ରକ୍ତହୀନତାକୁ ସୂଚାଇଥାଏ ।
ଧୂମପାନ ଯୋଗୁଁ ସମସ୍ୟା ହେବାର ଆଶଙ୍କା ଥିବାରୁ ଧୂମପାନକାରୀଙ୍କ ଫୁସଫୁସ ସ୍ୱାସ୍ଥ୍ୟ ଉପରେ ନଜର ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସ୍ପାଇରୋମେଟ୍ରି, ଛାତି ଏକ୍ସ-ରେ, ସିଟି ସ୍କାନ୍, ଏବିଜି, ଅକ୍ସିମେଟ୍ରି, PEF ଏବଂ CBC ଭଳି ଜରୁରୀ ପରୀକ୍ଷା ଆପଣଙ୍କ ଫୁସଫୁସର ଅବସ୍ଥା ଏବଂ ସାମଗ୍ରିକ ଶ୍ବାସକ୍ରିୟା କାର୍ଯ୍ୟ ବିଷୟରେ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଥାଏ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ