ETV Bharat / sukhibhava

Hysterectomy: ଭାରତୀୟ ମହିଳାଙ୍କ ମଧ୍ୟରେ ବଢୁଛି ଗର୍ଭାଶୟ ଅପସାରଣ ଟ୍ରେଣ୍ଡ୍‌ - ମହିଳାଙ୍କ ସ୍ବାସ୍ଥ୍ୟର ଯତ୍ନ

ଭାରତରେ ହିଷ୍ଟେରେକ୍ଟୋମି ଏକ ଟ୍ରେଣ୍ଡ ହୋଇଗଲାଣି । ଏନେଇ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ (Health experts express concern over growing trend of uterus removal) । ଅଧିକ ପଢନ୍ତୁ

Health experts express concern over growing trend of uterus removal
ଭାରତୀୟ ମହିଳାଙ୍କ ମଧ୍ୟରେ ବଢୁଛି ଗର୍ଭାଶୟ ଅପସାରଣ ଟ୍ରେଣ୍ଡ୍‌
author img

By

Published : Nov 24, 2022, 4:06 PM IST

ନୂଆଦିଲ୍ଲୀ: ଆମ ଦେଶର ମହିଳାମାନଙ୍କ ମଧ୍ୟରେ ହିଷ୍ଟେରେକ୍ଟୋମି(Hysterectomy) ବା ଗର୍ଭାଶୟ ସର୍ଜରୀ ଧୀରେ ଧୀରେ ବୃଦ୍ଧି ପାଉଛି । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ଏନେଇ ମହିଳା ସ୍ବାସ୍ଥ୍ୟ କାର୍ଯ୍ୟକ୍ରମର ଆବଶ୍ୟକତା ଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ଏଥିସହ ଅନାବଶ୍ୟକ ହିଷ୍ଟେରେକ୍ଟୋମି ବିଷୟରେ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି(Health experts express concern over growing trend of uterus removal) ।

Health experts express concern over growing trend of uterus removal
ଭାରତୀୟ ମହିଳାଙ୍କ ମଧ୍ୟରେ ବଢୁଛି ଗର୍ଭାଶୟ ଅପସାରଣ ଟ୍ରେଣ୍ଡ୍‌

ତେବେ ପୂର୍ବରୁ ସ୍ୱାସ୍ଥ୍ୟଗତ କାରଣରୁ ମହିଳାମାନଙ୍କ ଗର୍ଭାଶୟ ସର୍ଜରୀ କରାଯାଉଥିଲା, କିନ୍ତୁ ବର୍ତ୍ତମାନ ଏହା ପଛରେ ଅନ୍ୟାନ୍ୟ ବିଭିନ୍ନ କାରଣ ରିହିଛି, ଯାହା ଅତ୍ୟନ୍ତ ସାଧାରଣ । କାରଣ ଏହି ଛୋଟ ଛୋଟ ସାଧାରଣ ସମସ୍ୟାକୁ ନେଇ ମହିଳାଙ୍କ ଗର୍ଭାଶୟ ସର୍ଜରୀ ଉଦ୍‌ବେଗଜନକ ବୋଲି ସ୍ବାସ୍ଥ୍ୟ ବିଶେଷଜଜ୍ଞ କହିଛନ୍ତି । ବିଶେଷଜ୍ଞମାନେ କହିଛନ୍ତି ଯେ, ଭାରତରେ ବହୁ ସଂଖ୍ୟକ ମହିଳା ଗର୍ଭାଶୟ ଅପସାରଣ କରୁଛନ୍ତି । ଏପରିକି ବହୁ ଯୁବତୀମାନେ ମଧ୍ୟ ଶାରୀରିକ, ସାମାଜିକ ଏବଂ ମାନସିକ ସ୍ବାସ୍ଥ୍ୟ ସମସ୍ୟାକୁ ଦାୟୀ କରି ହିଷ୍ଟେରେକ୍ଟୋମିକୁ ଆପଣାଉଛନ୍ତି ।

ମହିଳାମାନଙ୍କ ସ୍ୱାସ୍ଥ୍ୟ ବିଷୟରେ ପରିବାରବର୍ଗ ଆମ ସମାଜର ପ୍ରମୁଖ ନିଷ୍ପତ୍ତି ନିଅନ୍ତି, ତେଣୁ ସେମାନେ ଏଭଳି ସମସ୍ୟା ବିଷୟରେ ସଚେତନ ହେବା ଆବଶ୍ୟକ, ଯାହାଦ୍ୱାରା ମହିଳାମାନେ ଉତ୍ତମ ଚିକିତ୍ସା ପରାମର୍ଶ ପାଇବାରେ ବୋଲି ସରକାରଙ୍କ Decentralized Distributed Generation(DDG) ଅମିତା ବଲି ବୋହରା କହିଛନ୍ତି । ଦେଶରେ ଅନାବଶ୍ୟକ ହିଷ୍ଟେରେକ୍ଟୋମି ଉପରେ ସଚେତନତା ସୃଷ୍ଟି କରିବା ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ବୋହରା କହିଛନ୍ତି ଯେ, "ଭାରତରେ ଅଧିକରୁ ଅଧିକ ଯୁବତୀ ହିଷ୍ଟେରେକ୍ଟୋମି ପାଇଁ ହସ୍ପିଟାଲ ଯାଉଛନ୍ତି, ଏହି ମହିଳାମାନଙ୍କୁ ମାର୍ଗଦର୍ଶନ କରିବା ପାଇଁ ନିର୍ଦ୍ଦେଶାବଳୀ ରହିବା ଉଚିତ୍ ।"

ଦେଶବ୍ୟାପୀ ଏକ ଅଭିଯାନ ଭାବରେ 'ସଂରକ୍ଷଣ ଗର୍ଭାଶୟ'(Preserve the Uterus) କାର୍ଯ୍ୟକ୍ରମ କରାଯାଇଥିଲା । ମହିଳା ଏବଂ ସ୍ୱାସ୍ଥ୍ୟସେବା ଅଭ୍ୟାସକାରୀଙ୍କ ମଧ୍ୟରେ ସ୍ତ୍ରୀ ରୋଗର ଆଧୁନିକ ତଥା ବିକଳ୍ପ ପଦ୍ଧତି ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ହିଷ୍ଟେରେକ୍ଟୋମିର ପ୍ରଭାବ ଉପରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ।

ସେହିପରି ଜଣେ ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ଯେ, "ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ସ୍କ୍ରିନିଂ ଏବଂ ଡାଇଗ୍ନୋଷ୍ଟିକ୍ ଯତ୍ନ ପାଇଁ ପଦକ୍ଷେପ ଗ୍ରହଣ କରିବାର ଅଛି । ହିଷ୍ଟେରେକ୍ଟୋମି ପରେ, ଅନେକ ମହିଳା ଚିକିତ୍ସା ସମ୍ବନ୍ଧୀୟ ସମସ୍ୟା ଯେପରିକି ବ୍ୟାକ ପେନ୍, ଯୋନୀ ଡିସଚାର୍ଜ, ଦୁର୍ବଳତା, ଯୌନ ସ୍ୱାସ୍ଥ୍ୟରେ ସମସ୍ୟା ଏବଂ ଅସନ୍ତୋଷ ଇତ୍ୟାଦିର ସମ୍ମୁଖୀନ ହୋଇଥାନ୍ତି ।" ଅଳ୍ପ ବୟସରେ ହିଷ୍ଟେରେକ୍ଟୋମି ହୃଦ୍‌ରୋଗ, ଷ୍ଟ୍ରୋକ୍ ଏବଂ ଅଷ୍ଟିଓପୋରୋସିସ୍ ରୋଗର ଅଧିକ ବିପଦ ସହିତ ଜଡିତ ଥିବାବେଳେ, ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଭାରତରେ ହିଷ୍ଟେରେକ୍ଟୋମି ହେଉଛି ଦ୍ୱିତୀୟ ସାଧାରଣ ସ୍ତ୍ରୀ ରୋଗର ଅସ୍ତ୍ରୋପଚାର ।

ସର୍ବଶେଷ NFHS(National Family Health Survey) ତଥ୍ୟ ଅନୁଯାୟୀ, ଏହି ପଦ୍ଧତି ଆପଣାଇବାର ମଧ୍ୟମା ବୟସ ୩୪ ବର୍ଷ ହେବା ଉଚିତ୍ । ମାତ୍ର ଏହି ବୟସ ପୂର୍ବରୁ ହିଷ୍ଟେରେକ୍ଟୋମି ଏକ ଟ୍ରେଣ୍ଡ୍ ହେଉଛି, ଯାହା ମେନୋପୋଜ୍ ଆଶଙ୍କାକୁ ବୃଦ୍ଧି କରୁଛି । ତେଣୁ ଏଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞ ଆହ୍ବାନ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.