ETV Bharat / sukhibhava

ପ୍ରାତଃ ସମୟରେ 2 ମିନିଟ କରନ୍ତୁ ସ୍କିପିଂ, ଶୀତ ଋତୁରେ ମିଳିବ ଅନେକ ଫାଇଦା

Skipping Benefits: ସ୍କିପିଂ ହେଉଛି ଏକ କାର୍ଡିଓ ବ୍ୟାୟାମ, ଯାହା ସାମଗ୍ରିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ସାହାଯ୍ୟ କରେ। ଶୀତ ଋତୁରେ ସ୍କିପିଂ କରିବା ଦ୍ବାରା ଏହି ଫାଇଦା ମିଳିଥାଏ..

author img

By ETV Bharat Odisha Team

Published : Dec 18, 2023, 5:28 PM IST

Skipping Benefits
Skipping Benefits

ହାଇଦ୍ରାବାଦ: ଦଉଡି ଡିଆଁ ବା ସ୍କିପିଂ ଏକ ଉତ୍ତମ ବ୍ୟାୟାମ ଅଟେ ଯାହା ଛୁଆ ସମୟରୁ ଖେଳିବା ସମୟରେ ଶିଖାଯାଇଥାଏ। କିନ୍ତୁ ଆପଣ ଜାଣଛନ୍ତି କି ସ୍କିପିଂ କେବଳ ପିଲାମାନଙ୍କ ପାଇଁ ଲାଭଦାୟକ ନୁହେଁ ବରଂ ସମସ୍ତ ବର୍ଗର ଲୋକଙ୍କ ପାଇଁ ଏକ ଉତ୍ତମ ବ୍ୟାୟାମ ଅଟେ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଶୀତ ଋତୁରେ ନିଜକୁ ଫିଟ ରଖିବାକୁ ଚାହୁଁଥିଲେ ସ୍କିପିଂ କରିବା ନିହାତି ଉଚିତ। ଏହା ଦ୍ବାରା ଅନେକ ସ୍ବାସ୍ଥ୍ୟ ଉପରାକିତା ମିଳିଥାଏ। ଦଉଡି ଡିଆଁ ବା ସ୍କିପିଂ ହେଉଛି ଏକ କାର୍ଡିଓ ବ୍ୟାୟାମ। ଯାହା ଶରୀରର ସାମଗ୍ରିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ସାହାଯ୍ୟ କରେ। ଏହା ଓଜନ ହ୍ରାସ କରିବା ସହିତ ହୃଦରୋଗକୁ ରୋକିବାରେ, ମାନସିକ ସ୍ବାସ୍ଥ୍ୟରେ ଉନ୍ନତି ଆଣିବା ଏବଂ ହାଡକୁ ଦୃଢ ରଖିବାରେ ସାହାଯ୍ୟ କରିଥାଏ।

ସ୍କିପିଂର ଫାଇଦା:

  • ହାର୍ଟକୁ ସୁସ୍ଥ ରଖେ: ଏହା ହାଇ ଇଣ୍ଟନସିଟି ଓ୍ବାର୍କଆଉଟ ବା ବ୍ୟାୟାମ ଅଟେ। ଯାହା ହୃଦୟର ଗତିକୁ ବୃଦ୍ଧି କରିବା ସହିତ ରକ୍ତ ପ୍ରବାହରେ ଉନ୍ନତି ଆଣିଥାଏ। ଏହାସହିତ ହାର୍ଟକୁ ମଜଭୁତ କରିବା ସହିତ ହୃଦରୋଗର ଆଶଙ୍କାକୁ ମଧ୍ୟ କମ କରିଥାଏ।
  • ମାନସିକ ସ୍ବାସ୍ଥ୍ୟ: ସ୍କିପିଂ ମାନସିକ ସ୍ତରରେ ଏକ ଚାଲେଞ୍ଜିଂ ଯୁକ୍ତ ବ୍ୟାୟାମ ଅଟେ। ଏହା ଧ୍ୟାନ ଏବଂ ସ୍ମୃତିଶକ୍ତିରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ। ଏହାସହିତ ଚାପ ଏବଂ ଚିନ୍ତାକୁ ମଧ୍ୟ ହ୍ରାସ କରିଥାଏ।
  • ଷ୍ଟାମିନା ବୃଦ୍ଧି : ଏହାକୁ ଏରୋବିକ ବ୍ୟାୟାମ ମଧ୍ୟ କୁହାଯାଏ। ଯାହା ଷ୍ଟାମିନା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଏହା ଯଦା ଥକ୍କା ହ୍ରାସ ପାଇବା ସହିତ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ।
  • ହାଡକୁ ମଜଭୁତ ରଖେ: ଦଉଡି ଡିଆଁ ଏକ ଓଜନ ବିୟରିଂ ଏକ୍ସରସାଇଜ ଅଟେ। ଯାହା ହାଡକୁ ମଜଭୁତ କରିବାରେ ସାହାଯ୍ୟ କରିଥାଏ। ଏହା ଦ୍ବାରା ଅଷ୍ଟିଓପରୋସିସ ହେବାର ଆଶଙ୍କା କମ ହୋଇଥାଏ।
  • ଓଜନ କମ କରିବାରେ ସହାୟକ: ଏହା ଏକ ପ୍ରକାର କ୍ୟାଲୋରୀ ବର୍ଣ୍ଣିଂ ବ୍ୟାୟାମ ଅଟେ। ଯାହା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ। ଏହା ପେଟର ଚର୍ବିକୁ ହ୍ରାସ କରିବା ସହିତ ଶରୀରର ଆକାରରେ ମଧ୍ୟ ପରିବର୍ତ୍ତନ ଆଣିଥାଏ। ଯେଉଁମାନେ ଛଅ ସପ୍ତାହ ପାଇଁ ଦୈନିକ 10 ମିନିଟ୍ ଜମ୍ପ ବା ସ୍କିପିଂ କରିଥାନ୍ତି, ସେମାନଙ୍କ ହୃଦୟ ସ୍ବାସ୍ଥ୍ୟରେ ଉନ୍ନତି ଆସିଥାଏ।
  • ମସ୍ତିଷ୍କର କାର୍ଯ୍ୟକ୍ଷମତାରେ ଉନ୍ନତି: ମସ୍ତିଷ୍କକୁ ଆକ୍ଟିଭ ରଖିବାରେ ଅର୍ଥାତ କାର୍ଯ୍ୟକାରିତାରେ ଉନ୍ନତି ଆଣିବାରେ ବେସ ସହାୟକ ସ୍କିପିଂ। ଏହା ଏକାଗ୍ରତା ବୃଦ୍ଧି କରିବାରେ ସହାୟକ ହୋଇଥାଏ।

ଏହା ମଧ୍ୟ ପଢନ୍ତୁ: ସ୍କିପିଂର ଉପକାରିତା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ !

ସ୍କିପିଂ ପୂର୍ବରୁ ଟିପ୍ସ:

  • ସ୍କିପିଂ କରିବା ସମୟରେ ପ୍ରଥମେ ଗତିକୁ ବୃଦ୍ଧି କରିବା ଅନୁଚିତ। ଧୀରେ ଧୀରେ ସମୟ ସହିତ ଗତିକୁ ବୃଦ୍ଧ କରିବା ଆବଶ୍ୟକ।
  • ଯଦି କୌଣସି ଶାରୀରିକ ସମସ୍ୟା କିମ୍ବା ଗୋଡରେ ଆଘାତ ଲାଗିଥାଏ ତାହେଲେ ସ୍କିପିଂ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ।
  • ଉତ୍ତମ ଗୁଣାବତ୍ତା ଯୁକ୍ତ ଦଉଡି ବ୍ୟବହାର କରିବା ଉଚିତ।
  • ଡେଇଁବା ସମୟରେ ଶରୀରକୁ ସିଧା ରଖିବା ସହିତ କାନ୍ଧକୁ ଆରାମ ଦିଅନ୍ତୁ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.