ETV Bharat / sukhibhava

Orange Peel: କେବଳ ଚର୍ମ ପାଇଁ ନୁହେଁ ସ୍ୱାସ୍ଥ୍ୟ ପାଇଁ ବି ଲାଭଦାୟକ କମଳା ଚୋପା, ଜାଣନ୍ତୁ ଏହାର ଫାଇଦା

author img

By ETV Bharat Odisha Team

Published : Sep 17, 2023, 5:06 PM IST

ଭିଟାମିନ୍ 'C'ରେ ଭରପୁର ଥିବା କମଳା ସମସ୍ତେ ପସନ୍ଦ କରନ୍ତି । ଏହା ଅନେକ ଉପାୟରେ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ଏହାର ଚୋପା ବି ସ୍ବାସ୍ଥ୍ୟ ଉପଯୋଗୀ ଅଟେ । ତେବେ କମଳା ଚୋପାରୁ କଣ ଫାଇଦା ମିଳେ ? ଜାଣନ୍ତୁ

କେବଳ ଚର୍ମ ପାଇଁ ନୁହେଁ ସ୍ୱାସ୍ଥ୍ୟ ପାଇଁ ବି ଲାଭଦାୟକ କମଳା ଚୋପା, ଜାଣନ୍ତୁ ଏହାର ଫାଇଦା

ହାଇଦ୍ରାବାଦ: କମଳା ଏକ ଅତ୍ୟନ୍ତ ସ୍ୱାଦିଷ୍ଟ ଫଳ । ଏହି ଫଳ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ଏଥିରେ ଅନେକ ଭିଟାମିନ୍ ଏବଂ ମିନେରାଲ୍ସ ମିଳିଥାଏ, ଯାହା ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ, କିନ୍ତୁ ଆପଣ ଜାଣନ୍ତି କି କମଳା ଚୋପା ମଧ୍ୟ ବହୁତ ଲାଭଦାୟକ ଅଟେ। ଏଗୁଡିକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର କରିଥାଏ। ଭିଟାମିନ୍ 'C', କ୍ୟାଲସିୟମ୍, ଫାଇବର, ଫୋଲେଟ୍ ପରି ଅନେକ ପୋଷକ ତତ୍ତ୍ୱ କମଳା ଚୋପା ରେ ମିଳିଥାଏ । ଯାହା ଶରୀରକୁ ଅନେକ ଉପାୟରେ ଉପକାର କରିଥାଏ ।

ଏହା ଚର୍ମ ସମ୍ବନ୍ଧୀୟ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବାରେ ସାହାଯ୍ୟ କରେ । ଏଥିସହ ଏହା ହଜମ ପ୍ରକ୍ରିୟାରେ ସାହାଯ୍ୟ କରେ ଏବଂ ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ଲାଭଦାୟକ ଅଟେ । କମଳା ଚୋପାର ଉପକାରିତା ବିଷୟରେ ଜାଣନ୍ତୁ...

ହାର୍ଟକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ

କମଳା ଚୋପା ହାର୍ଟକୁ ସୁସ୍ଥ ରଖିବାରେ ବହୁତ ସାହାଯ୍ୟ କରିଥାଏ । ଏଥିରେ ଫ୍ଲାଭୋନାଏଡ୍ ହେସ୍ପରିଡିନ୍ ଥାଏ, ଯାହା ଖରାପ କୋଲେଷ୍ଟ୍ରଲ୍‌ର ସ୍ତରକୁ ହ୍ରାସ କରିବାରେ ସହାୟକ ହୋଇଥାଏ। ଫଳରେ ହାର୍ଟ ସମ୍ବନ୍ଧୀୟ ରୋଗରୁ ରକ୍ଷା କରିଥାଏ।

ଫୁସଫୁସ ପାଇଁ ଲାଭଦାୟକ

କମଳା ଚୋପା ରେ ଭିଟାମିନ୍ 'C' ପର୍ଯ୍ୟାପ୍ତ ପରିମାଣରେ ମିଳିଥାଏ, ଯାହା ଫୁସ୍‌ଫୁସ୍‌କୁ ଅନେକ ପ୍ରକାରର ସଂକ୍ରମଣରୁ ରକ୍ଷା କରିଥାଏ ।

ହଜମ ପାଇଁ ଲାଭଦାୟକ

ହଜମ ଜନିତ ସମସ୍ୟା ହ୍ରାସ କରିବାରେ କମଳା ଚୋପା ଅତ୍ୟନ୍ତ ପ୍ରଭାବଶାଳୀ । ଅପଚ କିମ୍ବା କୋଷ୍ଠକାଠିନ୍ୟରେ ସମସ୍ୟା ଥିଲେ କମଳା ଚୋପାରେ ଥିବା ପେକ୍ଟିନ୍ ପେଟରେ ଭଲ ଜୀବାଣୁକୁ ବଢ଼ାଇବାରେ ସାହାଯ୍ୟ କରିଥାଏ । ଯାହାଦ୍ବାରା ଏହି ସମସ୍ୟା ଦୂର ହୋଇଥାଏ। ତେବେ ହଜମ ଜନିତ ସମସ୍ୟାକୁ ହ୍ରାସ କରିବା ପାଇଁ କମଳା ଚୋପା ଚା' ପିଇପାରିବେ । ଏହାକୁ ଖାଲି ପେଟରେ ପିଇବା ଦ୍ବାରା ଲାଭ ମିଳିଥାଏ ।

ରକ୍ତରେ ଶର୍କରା ନିୟନ୍ତ୍ରଣ କରେ

ମଧୁମେହ ରୋଗୀଙ୍କ ପାଇଁ କମଳା ଚୋପା ଯାଦୁ ଭାବରେ କାମ କରେ । ଏଗୁଡ଼ିକରେ ଥିବା ପେକ୍ଟିନ୍ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିଥାଏ ।

ଏହା ମଧ୍ୟ ପଢନ୍ତୁ: ଅଧିକ ଶର୍କରା ରୋଗର କାରଣ, ଏହି ଉପାୟରେ ଛାଡନ୍ତୁ ମିଠା

ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ

କମଳା ଚୋପା କ୍ୟାଲୋରୀରେ କମ୍ ଥାଏ । ଏହା ବ୍ୟତୀତ ଏହା ଫାଇବରରେ ମଧ୍ୟ ଭରପୁର ଅଟେ । ଯାହା ଭୋକକୁ ନିୟନ୍ତ୍ରଣ କରିଥାଏ । ଓଜନ ହ୍ରାସ ଡାଏଟ୍‌ରେ କମଳା ଚୋପା ଚା' ଅନ୍ତର୍ଭୁକ୍ତ କରିପାରିବେ । ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିବ ।

​(Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.