ETV Bharat / sukhibhava

Ginger Tea Benefit: ବର୍ଷା ଋତୁରେ ରୋଗରୁ ବର୍ତ୍ତିବାକୁ ଚାହୁଁଥିଲେ ପିଅନ୍ତୁ ଅଦା ଚା' - ଅଦା ଚା ପିଇଲେ ଦୂର ହେବ ରୋଗ

ବର୍ଷା ଋତୁରେ ବୃଦ୍ଧି ପାଏ ସଂକ୍ରାମକ ରୋଗ। ଯଦି ଏଥରୁ ବର୍ତ୍ତବାକୁ ଚାହାଁନ୍ତି ତେବେ ପିଅନ୍ତୁ ଅଦା ଚା'। ଅଧିକ ପଢନ୍ତୁ

Ginger Tea Benefit
Ginger Tea Benefit
author img

By

Published : Aug 8, 2023, 10:27 PM IST

ହାଇଦ୍ରାବାଦ: ସ୍ବାସ୍ଥ୍ଯକାରୀ ମସଲା ଭାବେ ପରିଚିତ ଅଦା। ଅଦାର ସ୍ବାସ୍ଥ୍ୟ ଉପକାରିତା ସମସ୍ତେ ଜାଣନ୍ତି। ଅଦାର ଲାଭଦାୟକ ଗୁଣ ଯୋଗୁଁ ବର୍ଷସାରା ଖାଦ୍ୟ ଏବଂ ପାନୀୟରେ ବ୍ୟବହୃତ ହୁଏ। ଯଦି ଭାରତୀୟଙ୍କ କଥା କହିବା ତାହେଲେ ଭାରତର ଅଧିକାଂଶ ପରିବାର ସକାଳ ଚା'ରୁ ହିଁ ଆରମ୍ଭ ହୋଇଥାଏ। ବର୍ଷକ ଛଅ ଋତୁରେ ଘରେ ଘରେ ଚା' ରହିଥିବ। ଅଦା ଚା' ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। କାଶ, ଥଣ୍ଡା କମିବା ସହ ପ୍ରଦୂଷିତ ପରିବେଶରେ ଶରୀରକୁ ଡିଟକ୍ସିଫାଇ କରିଥାଏ। ଏହା ବ୍ୟତୀତ ଶରୀରରେ ସତେଜତା ବଜାୟୀ ରଖିବା ପାଇଁ ମଧ୍ୟ ବହୁତ ଲାଭଦାୟକ ଅଦା ଚା'।

ଓଜନ ହ୍ରାସ କରେ ଅଦା ଚା': ଓଜନ କମାଇବା ପାଇଁ ଅଦା ଚା ମଧ୍ୟ ଉପକାରୀ ବୋଲି ବିବେଚନା କରାଯାଏ। ଅଦାରେ ମିଳୁଥିବା ଗୁଣ ଭୋକକୁ ନିୟନ୍ତ୍ରଣ କରିବା ସହିତ ଚର୍ବି ହ୍ରାସ କରିବାରେ ସାହାଯ୍ୟ କରିଥାଏ। ପ୍ରତିଦିନ ଅଦା ଚା' ପିଇବା ଦ୍ବାରା ଓଜନ ନିୟନ୍ତ୍ରଣ ହୋଇଥାଏ।

ଅଦାରୁ ଅନେକ ପୋଷକ ତତ୍ତ୍ବ ମିଳିଥାଏ: ଅଦାକୁ ଔଷଧୀୟ ଗୁଣର ଭଣ୍ଡାର କୁହାଯାଏ। ଏଥିରେ ଶରୀର ପାଇଁ ଆବଶ୍ୟକୀୟ ପ୍ରୋଟିନ, କ୍ୟାଲସିୟମ, ଆଇରନ, ସମସ୍ତ ପ୍ରକାର ଭିଟାମିନ, ଫଲିକ ଏସିଡ ଏବଂ କୋଲିନ ରହିଥାଏ। ଏହି ସମସ୍ତ ତତ୍ତ୍ବ ଶରୀରରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।

ବର୍ଷା ଋତୁରେ ରୋଗର ଆଶଙ୍କାକୁ କମ କରେ: ବର୍ଷା ଋତୁରେ କାଶ, ଶର୍ଦ୍ଦି, ଥଣ୍ଡା ଲାଗିରହିବା ଏକ ସାଧାରଣ ସମସ୍ୟା ଅଟେ। ଏଥିରୁ ମୁକ୍ତି ଦେଇଥାଏ ଅଦା ଚା'। ଅଦାରେ ଆଣ୍ଟିବାୟୋଟିକ ଗୁଣ ରହିଛି ଯାହା ଦ୍ବାରା ସଂକ୍ରମଣ ସମସ୍ୟା ଦୂର ହୋଇଥାଏ।

ଏହା ମଧ୍ୟ ପଢନ୍ତୁ: ଔଷଧୀୟ ଗୁଣରେ ଭରପୂର: ବହୁ ଉପକାରୀ ଅଦା

ବ୍ଲଡ ପ୍ରେସର କମ ହୋଇଥାଏ: ଲୋକ ଭାବନ୍ତି ଯେ, ରକ୍ତଚାପ ଅଧିକ ରହିଥିଲେ ଚା' ଠାରୁ ଦୂରରେ ରହିବା ଆବଶ୍ୟକ। କିନ୍ତୁ ଏହାକୁ ଭୁଲ ବୋଲି କବିଛନ୍ତି ବୈଜ୍ଞାନିକ। କୁହାଯାଇଛି ଯେ, ରକ୍ତଚାପ ରହିଥିଲେ ଡାଏଟରେ ଅଦା ଚା' ସାମିଲ କରିବା ଉଚିତ। ଯେଉଁ ବ୍ୟକ୍ତି ପ୍ରତିଦିନ ଚା' ପିଉଛନ୍ତି, ସେମାନଙ୍କ ନିକଟରେ ଉଚ୍ଚରକ୍ତଚାପ ହ୍ରାସ ପାଇଥାଏ।

ପାଚନକ୍ରିୟାକୁ ଠିକ ରଖିବାରେ ସହାୟକ: ଅଦା ଏକ ପ୍ରାକୃତିକ ଆଣ୍ଟି-ଅକ୍ସିଡାଣ୍ଟ ଭାବରେ କାମ କରେ। ସାଧାରଣତଃ ତେଲ ମସଲା ଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ହଜମ ସମସ୍ୟା ହୋଇଥାଏ। ଏପରି ପରିସ୍ଥିତିରେ ଅଦା ଚା ’ପିଇବା ଲାଭଦାୟକ ହୋଇପାରେ। ଅଦା ଚା ଖାଦ୍ୟ ମାଧ୍ୟମରେ ଶରୀରରେ ପ୍ରବେଶ କରୁଥିବା ଜୀବାଣୁକୁ ଦୂର କରିବାରେ ସାହାଯ୍ୟ କରିଥାଏ।

ରକ୍ତ ସଞ୍ଚାଳନର ଧାରାକୁ ଠିକ ରଖେ: ଅଦା ଚା' ପିଇବା ଦ୍ବାରା ରକ୍ତ ସଞ୍ଚାଳନ ଠିକ ଭାବେ ହୋଇଥାଏ। ଅଦାରେ ରହିଥିବା କ୍ରୋମିୟମ, ମ୍ୟାଗ୍ନେସିୟମ ଏବଂ ଜିଙ୍କ ରକ୍ତଚ ସଞ୍ଚାଳନକୁ ଠିକ ରଖିବାରେ ସାହାଯ୍ୟ କରିଥାଏ।

  • ଯଦି ବାରମ୍ବାର ପରିସ୍ରା ହୁଏ ତେବେ ଦିନକୁ ଦୁଇଥର ଅଦା ଚା ପିଇବା ଲାଭଦାୟକ ଅଟେ।
  • ମୁଣ୍ଡବିନ୍ଧାରେ ତୁରନ୍ତ ଆରାମ ଦେଇଥାଏ।
  • କିଡନୀ ସମ୍ବନ୍ଧୀୟ ସମସ୍ୟାକୁ ରୋକିବାରେ ଅଦା ଚା' ସାହାଯ୍ୟକାରୀ।
  • ଅଦାରେ ଭିଟାମିନ୍-ଏ, ଭିଟାମିନ୍-ଡି, ଭିଟାମିନ୍-ଇ ପରି ଅନେକ ଭିଟାମିନ୍ ରହିଥାଏ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.