ETV Bharat / sukhibhava

ଶୀତଋତୁରେ ଖାଆନ୍ତୁ କଞ୍ଚା ଟମାଟୋ, ମିଳିବ ଏହି ସବୁ ଫାଇଦା - କଞ୍ଚା ଟମାଟୋର ସ୍ବାସ୍ଥ୍ୟ ଉପକାରିତା

ଶୀତଋତୁରେ ଖାଆନ୍ତୁ କଞ୍ଚା ଟମାଟୋ। ଟମାଟୋରେ ରହିଥାଏ ଏହି ଅଦ୍ଭୁତ ଶକ୍ତି। ଅଧିକ ପଢନ୍ତୁ

Health Benefits of raw tomatoes
Health Benefits of raw tomatoes
author img

By ETV Bharat Odisha Team

Published : Nov 20, 2023, 12:06 PM IST

ହାଇଦ୍ରାବାଦ: ସାଧାରଣତଃ ଟମୋଟାକୁ ସମସ୍ତେ ରୋଷେଇ କରି ଖାଇଥାଆନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି, ଟମାଟୋକୁ ରୋଷେଇ ବଦଳରେ କଞ୍ଚା ଖାଇବା ସ୍ବାସ୍ଥ୍ୟପକ୍ଷେ ହିତକର । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଖାସ କରି ଶୀତଦିନରେ କଞ୍ଚା ଟମାଟୋ ଖାଇବା ଉଚିତ । ଟମାଟରେ ଭିଟାମିନ ସି ଏବଂ ଆଣ୍ଟିଅକ୍ସିଡେଣ୍ଟ ରହିଥାଏ। ତେଣୁ ଶୀତ ଋତୁ ବା ଥଣ୍ଡା ସମୟରେ ଏହାକୁ ଖାଇବା ଉଚିତ ବୋଲି କୁହାଯାଇଛି । କଞ୍ଚା ଟମାଟୋ ଖାଇବା ଦ୍ବାରା ଶରୀର ହାଇଡ୍ରେଟ୍‌ ରହିଥାଏ। ଏହା ଦ୍ବାରା ଶରୀରକୁ ମଲ୍ଟିନ୍ୟୁଟ୍ରେଣ୍ଟନ୍ସ ମିଳିଥାଏ ।

ପ୍ରତିଦିନ କଞ୍ଚା ଟମାଟୋ ଖାଇଲେ କଣ ହୁଏ:

  • ହୃଦୟ ପାଇଁ ଲାଭଦାୟୀ: ଟମାଟୋରେ ଲାଇକୋପିନ ଭରପୂର ମାତ୍ରାରେ ରହିଥାଏ । ଏଥିରେ ରହିଥିବା ଆଣ୍ଟି-ଅକ୍ସିଡେଣ୍ଟ ସ୍ବାସ୍ଥ୍ୟ ପକ୍ଷେ ହିତକର ହୋଇଥାଏ । ଏହା ହୃଦୟ ସହ ଜଡିତ ସମସ୍ୟାର ଆଶଙ୍କାକୁ 14 ପ୍ରତିଶତ କମ କରିଥାଏ । ଏହା ରକ୍ତରେ କୋଲେଷ୍ଟ୍ରଲ୍‌ ଏବଂ ଟ୍ରାଇଗ୍ଲିସେରାଇଡର ମାତ୍ରାକୁ କମ୍‌ କରିଥାଏ। ଫଳରେ ହୃଦୟ ସମ୍ବନ୍ଧୀୟ ରୋଗ ହେବାର ସମ୍ଭାବନା କମ୍ ହୋଇଥାଏ ।
  • ମଧୁମେହ ରୋଗୀଙ୍କ ପାଇଁ ଉପକାରୀ: ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ମଧୁମେହ ରୋଗୀମାନେ ପ୍ରତିଦିନ ଗୋଟିଏ କଞ୍ଚା ଟମାଟୋ ଖାଇବା ଉଚିତ । ଟମାଟରେ ରହଥିବା ଲାଇକୋପିନ ଇନସୁଲିନ ସେଲକୁ ପ୍ରୋତ୍ସାହିତ କରିଥାଏ। ଏହା ସେଲକୁ ମଜବୁତ କରିଥାଏ। ଏହାସହ ଶରୀରରେ ଫୁଲାକୁ ମଧ୍ୟ କମ କରିବା ସହିତ ରୋଗପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ । ଏହା ଶରୀରର ଫାଇବର ମେଟାବୋଲିକ୍‌ ସ୍ତରକୁ ବୃଦ୍ଧି କରୁଥିବା ବେଳେ ରକ୍ତଶର୍କରା ସ୍ତରକୁ କମ କରିଥାଏ ।

ଏହା ମଧ୍ୟ ପଢନ୍ତୁ: Tomato Ketchup: ଟମାଟୋ କେଚଅପ ସ୍ବାସ୍ଥ୍ୟ ପାଇଁ ହିତକର କି? ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ

  • ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ: ଟମାଟୋ ରସରେ ଭିଟାମିନ ସି' ଅଧିକ ପରିମାଣରେ ରହିଥାଏ। ଏହାସହ ଏଥିରେ ବିଟା କ୍ୟାରୋଟିନ୍‌ ରହିଥାଏ ଯାହା ରୋଗପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଯାହା ଦ୍ବାରା ରୋଗର ଆଶଙ୍କାକୁ କମ କରାଯାଇଥାଏ ।
  • କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି: ଟମାଟୋରେ ଅଧିକ ମାତ୍ରାରେ ପୋଷକ ତତ୍ତ୍ବ ରହିଥାଏ । ଯେଉଁଥିରେ ଅଧିକ ମାତ୍ରାରେ ଫାଇବର ରହିଥାଏ । ଟମାଟୋରେ ଉଭୟ ଦ୍ରବୀଭୂତ ଏବଂ ଅଦ୍ରବୀଭୂତ ଉପାଦାନ ରହିଥାଏ । ଯାହାକି ମେଟାବୋଲିଜିମ(ହଜମ ଶକ୍ତି)କୁ ବୃଦ୍ଧି କରିଥା ଏବଂ କୋଷ୍ଠକାଠିନ୍ୟ ସମସ୍ୟାରୁ ରକ୍ଷା କରିଥାଏ। ଏଥିପାଇଁ ପ୍ରତିଦିନ ଗୋଟିଏ ଟମାଟୋ ଖାଇବା ସ୍ବାସ୍ଥ୍ୟ ପକ୍ଷେ ଉପକାରୀ ବୋଲି କୁହାଯାଇଛି ।
  • କ୍ୟାନ୍ସରରୁ ଠାରୁ ସୁରକ୍ଷା ଦିଏ: ଟମାଟୋ ଫୁସଫୁସ, ପ୍ରୋଟେସ୍ଟ, ଅସ୍ଥି, ଓଭାରୀ ଓ ପେଟ କ୍ୟାନ୍ସରରୁ ସୁରକ୍ଷା ଦେଇଥାଏ । ଟମାଟୋରେ ରହିଥିବା ଲାଇକୋପିନ ଏକ ଶକ୍ତିଶାଳୀ ଆଣ୍ଟି କ୍ୟାନ୍ସର ଅଟେ । ଲାଇକୋପିନର ହାଇ ଇଣ୍ଟେକ କ୍ୟାନ୍ସରରୁ ସୁରକ୍ଷା ଦେଇଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.