ହାଇଦ୍ରାବାଦ: ଅନେକ ପ୍ରକାରର କର୍କଟ ଅଛି । କିନ୍ତୁ ବିଗତ କିଛି ବର୍ଷ ମଧ୍ୟରେ ମୁଣ୍ଡ ଏବଂ ବେକ କର୍କଟ ରୋଗରେ ଅନେକ ଲୋକ ଆକ୍ରାନ୍ତ ହେଉଥିବା ଜଣାପଡିଛି । ଏହି କ୍ୟାନ୍ସର ବିଶ୍ବର ଷଷ୍ଠ ସାଧାରଣ କର୍କଟ ମଧ୍ୟରୁ ଅନ୍ୟତମ । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି 57.5 ପ୍ରତିଶତ ମାମଲା ଏସିଆରେ ପଞ୍ଜିକୃତ ହୋଇଛି । ସେଥିମଧ୍ୟରୁ ବିଶେଷ କରି ଭାରତ ଏପରି ଏକ ଦେଶ ଯେଉଁଠାରେ ଏହି କର୍କଟ ରୋଗର ଅଧିକା ଲୋକ ଆକ୍ରାନ୍ତ ହୋଇଥିବା ଦେଖିବାକୁ ମିଳିଛି । କର୍କଟ ରୋଗ ଉପରେ ଅନ୍ତର୍ଜାତୀୟ ଏଜେନ୍ସି ଅନୁଯାୟୀ 2040 ସୁଦ୍ଧା ଏହାର ସଂଖ୍ୟା 50 ରୁ 60 ପ୍ରତିଶତ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।
ଏହି ରିପୋର୍ଟରେ ଆଉ ଏକ ଆଶ୍ଚର୍ଯ୍ୟଜନକ କଥା ମଧ୍ୟ ସାମ୍ନାକୁ ଆସିଛି ଯେ, ଏହି କର୍କଟ ରୋଗ ପୁରୁଷଙ୍କ ଠାରେ ଅଧିକ ଦେଖାଯାଇଛି । ମହିଳାମାନଙ୍କ ମଧ୍ୟରେ ଏହା ଚତୁର୍ଥ ସ୍ଥାନରେ ରହିଛି । 60 ରୁ 70 ବର୍ଷ ବୟସର ଲୋକମାନେ ଏହି କର୍କଟ ରୋଗରେ ଅଧିକ ପ୍ରଭାବିତ ହୁଅନ୍ତି । ଏଥି ସହିତ, 20 ରୁ 50 ବର୍ଷ ବୟସର 24 ରୁ 33 ପ୍ରତିଶତ ଲୋକ ଏହି କର୍କଟ ରୋଗରେ ପୀଡିତ ଅଛନ୍ତି । ଏଥି ସହିତ, ଆଶା କରାଯାଉଛି ଯେ ଆଗାମୀ ସମୟରେ ଏହି କର୍କଟ ଯୁବକମାନଙ୍କୁ ଶୀଘ୍ର ଆକ୍ରାନ୍ତ କରିବ । ଏହି କର୍କଟ ରୋଗର ମୁଖ୍ୟ କାରଣ ହେଉଛି ଖରାପ ଜୀବନଶୈଳୀ, ବୟସ ବୃଦ୍ଧି, ତମାଖୁ ସେବନ, ଧୂମପାନ, ମଦ୍ୟପାନ ଇତ୍ୟାଦି ।
ମୁଣ୍ଡ ଏବଂ ବେକ କର୍କଟ ରୋଗର ଲକ୍ଷଣ:
ଏହି କର୍କଟ ରୋଗର ଲକ୍ଷଣ ଭିନ୍ନ ଅଟେ । ଯେଉଁଥି ପାଇଁ ବିଭିନ୍ନ ଶରୀରରେ ବିଭିନ୍ନ ପ୍ରକାରର ଲକ୍ଷଣ ଦେଖାଯାଏ । କର୍କଟ ରୋଗର ମୁଖ୍ୟ ଲକ୍ଷଣ ହେତୁ ଏହା କଥା କହିବା ଏବଂ ଖାଇବା ଗିଳିବାରେ ଅସୁବିଧା ହୁଏ। ଭାରତରେ 60-70 ପ୍ରତିଶତ ରୋଗୀ ଉନ୍ନତ ପର୍ଯ୍ୟାୟରେ ଆସନ୍ତି, ଯାହାର ପରିଣାମ ଶରୀର ଉପରେ ଏହାର ବିପଦପୂର୍ଣ୍ଣ ପ୍ରଭାବ ଦେଖିବାକୁ ମିଳିଥାଏ। ତମାଖୁ (ଧୂମପାନ କିମ୍ବା ଚୋବାଇବା), ମଦ୍ୟପାନ, ସୁପାରୀ (ପାନ ମସାଲା), ଏବଂ ଖାଦ୍ୟପେୟର କୁପୋଷଣ ହେଉଛି ସାଧାରଣ ଇଥିଓଲୋଜିକାଲ କାରକ ଯାହା ଗଳା ଏବଂ ବେକ କର୍କଟ ରୋଗର କାରଣ ହୋଇପାରେ ।
ଏହା ମଧ୍ୟ ପଢନ୍ତୁ: ଦୈନିକ ବ୍ୟାୟାମ କର୍କଟ ରୋଗର ଆଶଙ୍କାକୁ 32% କମ କରେ
ଯଦି ଆପଣ ମୁଣ୍ଡ ଏବଂ ଗଳା କ୍ୟାନ୍ସରରୁ ଦୂରେଇ ରହିବାକୁ ଚାହାଁନ୍ତି ତେବେ ଏହି ଜୀବନଶୈଳୀରେ ପରିବର୍ତ୍ତନ ଆଣନ୍ତୁ...
ଖାଦ୍ୟରେ ଭିଟାମିନ୍ A, C, E, ଆଇରନ୍, ସେଲେନିୟମ୍ ଏବଂ ଜିଙ୍କ ଅଭାବ ମଧ୍ୟ କ୍ୟାନ୍ସର ରୋଗ ହେବାର ସମ୍ଭାବନାକୁ ବଢାଇଥାଏ। ଖାଦ୍ୟରେ ଅତ୍ୟଧିକ ଲୁଣ, ଗ୍ରିଲ୍ଡ ମାଂସ, ଅତ୍ୟଧିକ ଫ୍ରିଜ୍ (ଅଧିକ ଦିନ ଜମା ହୋଇରହିଥିବା) ଖାଦ୍ୟ ମଧ୍ୟ କ୍ୟାନ୍ସର ରୋଗର କାରଣ ହୋଇପାରେ । ଅତ୍ୟଧିକ ସୂର୍ଯ୍ୟ କିରଣ ଏବଂ ଜୀବାଣୁ ହେତୁ HPV, EBV, Herpes ଏବଂ HIV ମଧ୍ୟ କର୍କଟ ରୋଗ ହେବାର ସମ୍ଭାବନା ବଢାଇଥାଏ । ଏହା କ୍ୟାନ୍ସର ରୋଗ ଜେନେଟିକ କାରଣରୁ ମଧ୍ୟ ହୋଇପାରେ । ଯଦି ପରିବାରର କେହି ଗଳା ଏବଂ ମୁଣ୍ଡ କର୍କଟ ରୋଗରେ ଆକ୍ରାନ୍ତ ହୋଇଛନ୍ତି, ତେବେ ଏହି ରୋଗ ବଢିବା ଆଶଙ୍କା 3.5 କିମ୍ବା 3. 8. ପ୍ରତିଶତ ରହିଥାଏ ।