ୱାଶିଂଟନ୍: ଖ୍ରୀଷ୍ଟମାସ ଋତୁ ଯେତିକି ପାଖେଇ ଆସୁଛି, ଦକ୍ଷିଣ ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ ଲୋକଙ୍କୁ ରାତିରେ ସଠିକ୍ ଶୋଇବାକୁ ଉତ୍ସାହିତ କରୁଛନ୍ତି । କାରଣ ଏକ ନୂତନ ଅନୁସନ୍ଧାନ ସୂଚାଇ ଦେଇଛି ଯେ, ଖରାପ ନିଦ ଟାଇପ୍-୨ ମଧୁମେହ ବିପଦ ସହ ଜଡିତ ହୋଇପାରେ(Sleeping difficulty might be at risk of type 2 diabetes) । ଏହାର ପ୍ରଥମ ଅଧ୍ୟୟନରେ, ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ, ଯେଉଁମାନେ ଶୋଇବାରେ ଅସୁବିଧା ଭୋଗନ୍ତି, ସେମାନଙ୍କର ହୃଦ୍ରୋଗ, ପ୍ରଦାହକାରୀ ମାର୍କର୍, କୋଲେଷ୍ଟ୍ରୋଲ୍ ଏବଂ ଶରୀରର ଓଜନ ଆଦି ବୃଦ୍ଧି ପାଇବାର ସମ୍ଭାବନା ରହିଛି, ଯାହା ଟାଇପ୍-୨ ମଧୁମେହର କାରଣ ହୋଇପାରେ ।
ଅଷ୍ଟ୍ରେଲିଆରେ ପ୍ରାୟ ଏକ ଲକ୍ଷ ବୟସ୍କଙ୍କଠାରେ ଟାଇପ୍-୨ ମଧୁମେହ ରହିଛି । ବିଶ୍ବସ୍ତରରେ ଟାଇପ୍-2 ଡାଇବେଟିସ୍ 42 କୋଟି 20 ଲକ୍ଷରୁ ଅଧିକ ଲୋକଙ୍କୁ ପ୍ରଭାବିତ କରିଥାଏ । UniSA ଅନୁସନ୍ଧାନକାରୀ ଡ. ଲିସା ମାଟ୍ରିସିଆନି କହିଛନ୍ତି ଯେ, ଶୋଇବାର ବିଭିନ୍ନ ଦିଗ ମଧୁମେହ ବିପଦ କାରଣ ସହ ଜଡିତ । ସମସ୍ତେ ଜାଣନ୍ତି ଯେ, ଶୋଇବା ଗୁରୁତ୍ୱପୂର୍ଣ୍ଣ । ଯେତେବେଳେ ଆମେ ଶୋଇବା ବିଷୟରେ ଚିନ୍ତା କରନ୍ତି, ମୁଖ୍ୟତ କେତେ ଘଣ୍ଟା ଶୋଇଥାନ୍ତି ତା' ଉପରେ ଧ୍ୟାନ ଦେଇଥାନ୍ତି ।
ଏହା ମଧ୍ୟ ପଢନ୍ତୁ:- ବାଦାମ ଏବଂ ହର୍ବାଲ ପାଉଡର ଅନ୍ତଃ ସ୍ବାସ୍ଥ୍ୟକୁ ଭଲ ରଖିପାରେ
ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ, ଯେଉଁମାନଙ୍କର ଶୋଇବାରେ ଅନିୟମିତତା ଥିଲା ସେମାନଙ୍କର ଟାଇପ୍-2 ମଧୁମେହ ହେବାର ଆଶଙ୍କା ଅଧିକ ଥିଲା । ଏହି ଅଧ୍ୟୟନରେ 1000 ରୁ ଅଧିକ ଅଷ୍ଟ୍ରେଲୀୟ ବୟସ୍କ ସାମିଲ୍ ହୋଇଥିଲେ, ଯେଉଁମାନଙ୍କର ବୟସ 44.8 ବର୍ଷ ଥିଲା । ଅନୁସନ୍ଧାନକାରୀମାନେ ବିଭିନ୍ନ ପ୍ରକାରର ନିଦ ବୈଶିଷ୍ଟ୍ୟଗୁଡିକ ପରୀକ୍ଷା କରିଥିଲେ, ଶୋଇବା ଅବଧି ଉପରେ ପରୀକ୍ଷଣ କରିଥିଲେ ।
ଡ. ମାଟ୍ରିକିଆନି କୁହନ୍ତି, "ଯେଉଁମାନେ ଶୋଇବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ, ସେମାନଙ୍କ ଶରୀରରେ ଅଧିକ ମାସ୍ ଇଣ୍ଡେକ୍ସ, କୋଲେଷ୍ଟ୍ରଲ ଏବଂ ପ୍ରଦାହର ରକ୍ତ ଚିହ୍ନ ମଧ୍ୟ ହେବାର ସମ୍ଭାବନା ଅଧିକ ଥିଲା । ତେଣୁ ଭଲ ସ୍ୱାସ୍ଥ୍ୟ ପାଇଁ ଆମ ନିଦକୁ ପ୍ରାଥମିକତା ଦେବା ଆବଶ୍ୟକ । ଏହା ଉପରେ ଆହୁରି ଅଧିକ ଅନୁସନ୍ଧାନ ଆବଶ୍ୟକ, କିନ୍ତୁ ଏହି ଅଧ୍ୟୟନରୁ ଜଣାପଡିଛି ଯେ, କେବଳ ଗୋଟିଏ ଦିଗ ଉପରେ ନୁହେଁ ଅନ୍ୟାନ୍ୟ କାରଣ ଉପରେ ମଧ୍ୟ ଚିନ୍ତା କରିବାର ଆବଶ୍ୟକତା ରହିଛି ।"