ETV Bharat / sukhibhava

Hair Care Tips: ଲମ୍ବା ଘନ ସୁନ୍ଦର କେଶ ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ - କଦଳୀ ଉପକାରିତା

କଦଳୀ ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ ତାହା ଜାଣିଥିବେ ନିଶ୍ଚୟ, ହେଲେ ଏହା କେଶ ପାଇଁ ମଧ୍ୟ ଲାଭକର ଜାଣନ୍ତି କି ? ଆଜ୍ଞା ହଁ, କେବଳ ସ୍ୱାସ୍ଥ୍ୟ ପାଇଁ ନୁହେଁ ବରଂ କେଶ ପାଇଁ ମଧ୍ୟ ବହୁତ ଲାଭଦାୟକ କଦଳୀ । କେଶ ପାଇଁ ଆପଣ କେଉଁ ଉପାୟରେ କଦଳୀ ବ୍ୟବହାର କରିପାରିବେ ଆସନ୍ତୁ ଜାଣିବା ।

Beautiful long hair
Beautiful long hair
author img

By

Published : Jan 15, 2023, 10:07 AM IST

ହାଇଦ୍ରାବାଦ: ଶାରୀରିକ ଗଠନକୁ ଆକର୍ଷଣୀୟ କରିବାରେ କେଶ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥାଏ । ସୁନ୍ଦର କେଶ ସୁନ୍ଦର ତ୍ବଚାର ପରିଚୟ । ମାତ୍ର ପରିବର୍ତ୍ତିତ ଜଳବାୟୁ ଏବଂ ଜୀବନଶୈଳୀ କେଶର ସୁନ୍ଦରତାକୁ ହ୍ରାସ କରି ଦେଉଛି । କାରଣ ଅଧିକାଂଶ ଲୋକେ ବର୍ତ୍ତମାନ କେଶ ଝଡିବା, ଦୁର୍ବଳ ହୋଇଯିବା ଏବଂ କେଶ ରଫ୍ ହୋଇଯିବା ଆଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଥିପାଇଁ ଆମେ ଅନେକ ପ୍ରକାର ପ୍ରାକୃତିକ ଏବଂ କୃତ୍ରିମ ଉପାୟ ମଧ୍ୟ ଆପଣାଇଥାନ୍ତି, ମାତ୍ର ଅଧିକାଂଶ ସମୟରେ ଏହା ଫଳପ୍ରଦ ହୋଇନଥାଏ । ଆପଣ ଜାଣନ୍ତି କି, ଆମେ ଏପରି ଏକ ଫଳ ଖାଇଥାଉ ଯାହା ସ୍ବାସ୍ଥ୍ୟ ଉପକାରୀ ସହ କେଶ ପାଇଁ ମଧ୍ୟ ବେଶ୍ ଲାଭଦାୟକ । ଆଜ୍ଞା ହଁ, ତାହା ହେଉଛି କଦଳୀ । କଦଳୀ କେବଳ ସ୍ବାସ୍ଥ୍ୟ ପାଇଁ ନୁହେଁ ଏହା ମଧ୍ୟ କେଶ ପାଇଁ ବେଶ୍ ଉପକାରୀ । ତେବେ କଦଳୀ କେଶର କେଉଁ କେଉଁ ସମସ୍ୟାକୁ ଦୂର କରେ ଏବଂ ଏହାକୁ କିପରି ବ୍ୟବହାର କରିବେ, ଜାଣନ୍ତୁ ।

କଦଳୀରେ ପୋଟାସିୟମ୍ ଭରପୂର ଥାଏ । ଏଥିରେ ଭିଟାମିନ୍ ସି, ବି, ଲୌହ ଏବଂ ମାଙ୍ଗାନିଜ୍ ପରି ଅନେକ ଖଣିଜ ପଦାର୍ଥ ଥାଏ । ତା' ସାଙ୍ଗକୁ କଦଳୀରୁ ପ୍ରୋଟିନ୍ ମଧ୍ୟ ମିଳିଥାଏ । କଦଳୀକୁ ହେୟାର ମାସ୍କ ଭାବରେ ମଧ୍ୟ ବ୍ୟବହାର କରିପାରିବେ । ପୋଷକ ତତ୍ତ୍ୱରେ ଭରପୂର ଥିବା କଦଳୀ କେଶକୁ ଶୀଘ୍ର ବଢାଇବାରେ ସାହାଯ୍ୟ କରେ ।

ରୁପି ଦୂର କରେ କଦଳୀ:-ସାଧାରଣତଃ ଶୀତଦିନେ ରୁପି ସମସ୍ୟା ଅଧିକ ଦେଖାଯାଏ । ଏଭଳି ପରିସ୍ଥିତିରେ କଦଳୀରେ ପ୍ରସ୍ତୁତ ହେୟାର ମାସ୍କ ବ୍ୟବହାର କରିପାରିବେ । ଏଥିପାଇଁ ଏକ ପାତ୍ରରେ କଦଳୀ ନିଅନ୍ତୁ, ଏଥିରେ 2 ଚାମଚ ଲେମ୍ବୁ ରସ ଓ ଟି' ଟ୍ରି ଅଏଲ୍ ମିଶାନ୍ତୁ । ଏହାକୁ ଭଲଭାବେ ମିଶାଇବେ ପରେ କେଶର ଲଗାଇ 20 ରୁ 30 ମିନିଟ୍ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ଏହାପରେ ନିୟମିତ ବ୍ୟବହାର କରୁଥିବା ସାମ୍ପୋରେ କେଶ ଧୋଇଦିଅନ୍ତୁ ।

ଉତ୍ତମ କେଶ ଗଠନ ପାଇଁ କଦଳୀ:- ଏକ ପାତ୍ରରେ ଅଣ୍ଡା ଏବଂ କଦଳୀ ନେଇ ସେଥିରେ ଅଲିଭ୍ ତେଲ ମିଶାନ୍ତୁ । ସବୁକିଛି ଭଲ ଭାବରେ ମିଶିଯିବା ପରେ କେଶରେ ଲଗାନ୍ତୁ । ଏହାକୁ 20 ରୁ 30 ମିନିଟ୍ ଲଗାଇବା ପରେ ସାମାନ୍ୟ ସାମ୍ପୁରେ କେଶକୁ ଧୋଇଦିଅନ୍ତୁ । ଏହି ହେୟାର ମାସ୍କ କେଶ ଗଠନରେ ଉନ୍ନତ ଆଣିଥାଏ ।

ସାଇନିଂ କେଶ ପାଇଁ କଦଳୀ:- ଧୂଳି, ସୂର୍ଯ୍ୟ କିରଣ ଏବଂ ପ୍ରଦୂଷଣ ହେତୁ କେଶ ନିଜର ଉଜ୍ଜ୍ୱଳତା ହରାଇଥାଏ । ଏପରି ସ୍ଥିତିରେ, କେଶ ଚମକ୍‌କୁ ରକ୍ଷା କରିବା ପାଇଁ, ଏକ ପାତ୍ରରେ କଦଳୀ ମିଶାନ୍ତୁ, ଏଥିରେ 2 ରୁ 3 ଚାମଚ ମହୁ ମିଶାନ୍ତୁ । ଏହା ସହ ଏକ ଚାମଚ ୱଟ୍‌ମିଲ୍ ପାଉଡର ନିଅନ୍ତୁ । ଏହ ସମସ୍ତ ସାମଗ୍ରୀକୁ ଭଲ ଭାବେ ମିଶାଇ ଏକ ପ୍ୟାକ୍ ପ୍ରସ୍ତୁତ କରନ୍ତୁ । ଏହି ପ୍ୟାକକୁ 10 ରୁ 15 ମିନିଟ୍ ପର୍ଯ୍ୟନ୍ତ କେଶରେ ଲଗାଇବା ପରେ ସାମାନ୍ୟ ସାମ୍ପୁରେ କେଶ ଧୋଇ ଦିଅନ୍ତୁ । ଏପରି ନିୟମିତ କରିବା ଦ୍ବାରା କେଶ ସାଇନିଂ କରିଥାଏ ।

ଲଙ୍ଗ୍ ହେୟାର୍ ପାଇଁ କଦଳୀ:- ଲମ୍ବା କେଶ ପାଇଁ, ଏକ ପାତ୍ରରେ କଦଳୀ ନିଅନ୍ତୁ, ସେଥିରେ ପାଚିଲା ଅମୃତଭଣ୍ଡା ମିଶାନ୍ତୁ । ଭଲ ଭାବେ ମିଶ୍ରଣ ହେବା ପରେ ମାସ୍କକୁ କିଛି ସମୟ ପାଇଁ କେଶରେ ଲଗାନ୍ତୁ । ଏହା ପରେ ସାମାନ୍ୟ ସାମ୍ପୁ ସହିତ କେଶ ଧୋଇ ଦିଅନ୍ତୁ । ଏହି ହେୟାର ମାସ୍କ କେଶକୁ ଶୀଘ୍ର ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।

Disclaimer: ଉପରସ୍ତ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ । ଯଦି ଆପଣଙ୍କ କ୍ଷେତ୍ରରେ ଜଟିଳ ନିଦ୍ରା ସମସ୍ୟା ଦେଖା ଦେଉଛି ତେବେ ନିଶ୍ଚିତ ରୂପେ ଡାକ୍ତରଙ୍କ ପରାମର୍ଶ କରାଇ ନିଅନ୍ତୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.