ETV Bharat / sukhibhava

ବର୍ଷା ଦିନେ ଖାଆନ୍ତୁ ନାହିଁ ସବୁଜ ପତ୍ରର ପନିପରିବା

ବର୍ଷା ଦିନେ ସବୁଜ ପତ୍ରର ପନିବାର ଠାରୁ ଦୂରେଇ ରୁହନ୍ତୁ । କାରଣ ବର୍ଷା ସମୟରେ ଆଦୌ ସ୍ବାସ୍ଥ୍ୟକର ହୋଇନଥାଏ ଓ ବିଭିନ୍ନ ରୋଗ ଆଣିଥାଏ । ତେବେ ଏଗୁଡିକ କାହିଁକି ବର୍ଷା ଦିନେ ଖାଇବା ପାଇଁ ମନା କରାଯାଏ ତାହା ଜାଣିବା ପାଇଁ ଅଧିକ ପଢନ୍ତୁ...

author img

By

Published : Jul 28, 2020, 6:41 AM IST

ବର୍ଷା ଦିନେ ଖାଆନ୍ତୁ ନାହିଁ ସବୁଜ ପତ୍ରର ପନିପରିବା
ବର୍ଷା ଦିନେ ଖାଆନ୍ତୁ ନାହିଁ ସବୁଜ ପତ୍ରର ପନିପରିବା

ଏକ ସନ୍ତୁଳିତ ଆହାରରେ ସବୁ ପୋଷଣ ସହ ସବୁଜ ପତ୍ରଯୁକ୍ତ ପନିପରିବା ବି ଥାଏ । କିନ୍ତୁ ବର୍ଷା ଦିନେ ସବୁଜ ପତ୍ରର ପନିପରିବା ନ ଖାଇବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି । ବର୍ଷା ଦିନେ ସେଗୁଡିକ ଆଦୌ ସ୍ୱାସ୍ଥ୍ୟକର ହୋଇ ନ ଥାଏ ଓ ବିଭିନ୍ନ ରୋଗ ଆଣିଥାଏ । ଏଗୁଡିକ କାହିଁକି ବର୍ଷା ଦିନେ ଖାଇବା ପାଇଁ ମନା, ତାହାର କାରଣ ନିମ୍ନରେ ଦିଆଗଲା ।

୧. କୀଟପତଙ୍ଗ ଓ ବ୍ୟାକଟେରିଆ : ବର୍ଷା ଦିନେ ସବୁଜ ପତ୍ରର ପନିପରିବା କୀଟପତଙ୍ଗ, ବ୍ୟାକଟେରିଆ ଓ ମାଇକ୍ରୋଅର୍ଗାନିଜିମ ଗୁଡିକ ବଂଶ ବୃଦ୍ଧି କରିବାରେ ସହାୟକ ହୋଇଥାଏ । ଏଗୁଡିକ ପନିପରିବାଗୁଡିକୁ ପ୍ରଦୂଷିତ କରିଥାଆନ୍ତି । ତେଣୁ ଏ ପ୍ରକାର ପନିପରିବା ଖାଇଲେ ବିଭିନ୍ନ ରୋଗ ହେବା ହିଁ ସାର ।

୨. ଅପରିଷ୍କାରତା : ବର୍ଷା ଦିନେ ପନିପରିବାଗୁଡିକ ଭଲ ଭାବେ ସଫା କରାଯାଇ ନ ଥାଏ । ତେଣୁ ଏଥିରେ କିଛି ମଇଳା ଲାଗି ରହିଥାଏ । ଫଳରେ ପେଟରେ ଏହା ସଂକ୍ରମଣର ଆଶଙ୍କା ସୃଷ୍ଟି କରିଥାଏ । ତେଣୁ ଆପଣ ଯଦି ଏହି ଧରଣର ପନିପରିବାଗୁଡିକ ଖାଇବା ପାଇଁ ଚାହାନ୍ତି, ତାହାହେଲେ ଭଲ ଭାବେ ଧୋଇ ଓ ଠିକ୍ ଭାବେ ରୋଷେଇ କରନ୍ତୁ ଖାଆନ୍ତୁ ।

୩. ସନ୍ତସନ୍ତିଆ ଜାଗାରେ ଉତ୍ପାଦନ : ଅଧିକାଂଶ ସବୁଜ ପତ୍ରଯୁକ୍ତ ପନିପରିବା ବର୍ଷା ପାଣି ଜମି ରହୁଥିବା ସନ୍ତସନ୍ତିଆ ଜାଗାରେ ଲଗାଯାଇଥାଏ,ଯେଉଁଠି କି ବ୍ୟାକଟେରିଆ ବଢିଥାଏ । ତେଣୁ ଭଲ ଭାବେ ନ ଧୋଇ ଖାଇଲେ ଝାଡାବାନ୍ତି ହୋଇଥାଏ ।

୪. ସୂର୍ଯ୍ୟକିରଣର ଅଭାବ : ଅଲଗା ଋତୁରେ ସୂର୍ଯ୍ୟକିରଣ ପନିପରିବା ପାଇଁ ବିଶୋଧକ ସାବ୍ୟସ୍ତ ହୋଇଥାଏ । କିନ୍ତୁ ବର୍ଷା ଦିନେ ସୂର୍ଯ୍ୟକିରଣ ଅଭାବରୁ ବିଭିନ୍ନ କୀଟପତଙ୍କ ପନିପରିବା ମଧ୍ୟରେ ସକ୍ରିୟ ରହିଥାନ୍ତି । ତେଣୁ କୀଟପତଙ୍ଗଙ୍କ ଦ୍ୱାରା ବିଭିନ୍ନ ରୋଗର ସଂକ୍ରମଣ ଆଶଙ୍କା ରହିଥାଏ । ତେଣୁ କଲେରା, ଟାଇଫଏଡ୍ ଓ ଡାଇରିଆ ହେବାର ଆଶଙ୍କା ଥାଏ ।

୫. ମେଟାବଲିଜିମ ପ୍ରଭାବିତ ହୁଏ : ବର୍ଷା ଦିନେ ଆମର ମେଟାବଲିଜିମ୍ ଦୁର୍ବଳ ହୋଇଯାଏ । ଏଥିପାଇଁ ବିଶେଷ ଯତ୍ନ ଦରକାର ହୋଇଥାଏ । ତେଣୁ ସବୁଜ ପତ୍ରଯୁକ୍ତ ପନିପରିବା ସହ ତୈଳାକ୍ତ, ମସାଲା ଓ ଭଲଭାବେ ରନ୍ଧା ହୋଇ ନ ଥିବା ଖାଦ୍ୟରୁ ଦୂରେଇ ରହିବା ଉଚିତ । କାରଣ ଏସବୁ ଖାଇଲେ ଅଜୀଣ୍ଣର୍ତା ଓ ବାନ୍ତି ହେବା ଆଶଙ୍କା ଥାଏ ।

୬. ଶରୀରରେ ପିତ ମାତ୍ରା ବୃଦ୍ଧି ହୁଏ : ଆୟୁର୍ବେଦ ଅନୁସାରେ ବର୍ଷା ଦିନେ ଶରୀରରେ ବାତ ଓ ପିତ ଦୋଷ ବଢିଥାଏ । ବିଲାତି ବାଇଗଣ, ତେନ୍ତୁଳି, ଆଚାର ଓ ସବୁଜ ପନିପରିବା ଖାଇଲେ ପିତ ଦୋଷ ବଢିଥାଏ । ସେହିପରି ଦୁଗ୍ଧଜାତ ଖାଦ୍ୟ ଖାଇଲେ ବାତଦୋଷ ବଢିଥାଏ । ତେଣୁ ବର୍ଷାଦିନେ ଏଭଳି ଖାଦ୍ୟରୁ ଦୂରେଇ ରହିବା ଦରକାର । ବର୍ଷା ଦିନେ ଆମ ଶରୀର ସାମାନ୍ୟ ଦୁର୍ବଳ ହୋଇଯାଏ । ତେଣୁ ଖାଇବା ପିଇବାରେ ଟିକେ ସତର୍କ ହେବା ଆବଶ୍ୟକ । କଣ ଖାଇଲେ ଭଲ, କଣ ଖାଇଲେ ଖରାପ ତାହା ସ୍ଥିର କରିବା ଉଚିତ । ଠିକ୍ ଭାବେ ହଜମ ହୋଇପାରୁ ନ ଥିବା ଖାଦ୍ୟ ସହ ସବୁଜ ପତ୍ରଯୁକ୍ତ ପନିପରିବାଠାରୁ ବି ଦୂରେଇ ରହିଲେ ଭଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.