ETV Bharat / sukhibhava

ମେଫଟାଲ ଖାଉଥିଲେ ସାବଧାନ! ସତର୍କ କରାଇଲେ ସରକାର - ଆବଶ୍ୟକତା ଠାରୁ ଅଧିକ ମେଫଟାଲ କ୍ଷତିକାରକ

Government Alert On Medicine: ଯନ୍ତ୍ରଣା ଉପଶମ ପାଇଁ ପେନକିଲର ଭାବେ ମେଫଟାଲ ଖାଉଛନ୍ତି କି ? ଦେଖାଦେଇପାରେ ପାର୍ଶ୍ବ ପ୍ରତିକ୍ରିୟା, ସତର୍କ କରାଇଲେ ସରକାର । ଅଧକ ପଢନ୍ତୁ

painkiller Meftal
painkiller Meftal
author img

By ETV Bharat Odisha Team

Published : Dec 8, 2023, 11:41 AM IST

ହାଇଦ୍ରାବାଦ: ସାଧାରଣତଃ ମୁଣ୍ଡବିନ୍ଧା, ଶରୀରରେ ଯନ୍ତ୍ରଣା କିମ୍ବା ଋତୁସ୍ରାବ ଜନିତ ଯନ୍ତ୍ରଣା ହେଲେ ଅନେକ ବ୍ୟକ୍ତି ଡାକ୍ତରଙ୍କ ବିନା ପରାମର୍ଶରେ ପେନକିଲରର ସେବନ କରିଥାଆନ୍ତି । ଆପଣ ବି ଡାକ୍ତରଙ୍କ ବିନା ପରାମର୍ଶରେ ଯନ୍ତ୍ରଣା ଉପଶମକାରୀ ଔଷଧ ଖାଉଛନ୍ତି, ତାହେଲେ ହୋଇଯାଆନ୍ତୁ ସାବାଧାନ । ଯନ୍ତ୍ରଣା ଉପଶମକାରୀ ଔଷଧ ହୋଇପାରେ ବିପଜ୍ଜନକ । ପେନ୍‌କିଲର ଔଷଧ ମେଫଟାଲର ପାର୍ଶ୍ବ ପ୍ରତିକ୍ରିୟା ନେଇ ଇଣ୍ଡିଆନ ଫାର୍ମାକୋପୋଇଆ କମିଶନ(ଆଇପିସି) ସତର୍କତା ଜାରି କରିଛି । ମେଫଟାଲର ଅତ୍ୟଧିକ ବ୍ୟବହାର ଗମ୍ଭୀର ଆଲର୍ଜି ସମସ୍ୟା (ଡ୍ରେସ୍‌ ସିଣ୍ଡ୍ରୋମ୍‌) ସୃଷ୍ଟି କରିପାରେ ବୋଲି କୁହାଯାଇଛି । ଏହାର ପ୍ରଭାବ ସମଗ୍ର ଶରୀର ଉପରେ ରହିପାରେ ବୋଲି କୁହାଯାଇଛି ।

  • Indian Pharmacopoeia Commission (IPC) issued a drug safety alert about Meftal painkiller, stating that its constituent, mefenamic acid, can cause adverse reactions pic.twitter.com/MHcfyoTLuI

    — ANI (@ANI) December 7, 2023 " class="align-text-top noRightClick twitterSection" data=" ">

ଏନେଇ ଆଲର୍ଟ ନଭେମ୍ବର 30 ତାରିଖରେ କରାଯାଇଥିଲା । ଔଷଧର ବ୍ୟବହାର ଏବଂ ଏହା ସହିତ ଜଡ଼ିତ ପାର୍ଶ୍ବ ପ୍ରତିକ୍ରିୟାର ସମ୍ଭାବନା ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞ ଏବଂ ରୋଗୀ-ଗ୍ରାହକଙ୍କୁ ପରାମର୍ଶ ଦିଆଯାଇଛି ।

ଆବଶ୍ୟକତାଠାରୁ ଅଧିକ ବ୍ୟବହାର ହୋଇପାରେ ହାନିକାରକ: ଇଣ୍ଡିଆନ୍‌ ଫାର୍ମାକୋପୋଇଆ କମିଶନ ହେଲଥକେୟାର ଏକ୍ସପର୍ଟ, ରୋଗୀ ଏବଂ ଗ୍ରାହକଙ୍କୁ ସତର୍କ କରାଇ କହିଛି ଯେ, ମେଫଟାଲ ଔଷଧର ସେବନ ଦ୍ବାରା ଅନେକ ପ୍ରକାର ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଉଛି । ତେଣୁ ଏହାର ବ୍ୟବହାର ବନ୍ଦ କରିବା ଉଚିତ । ଏହାର ପ୍ରଭାବ ଶରୀର ଉପରେ ଦେଖାଯାଉଥିବାରୁ ଆବଶ୍ୟକତା ଠାରୁ ଅଧିକ ବ୍ୟବହାର ବନ୍ଦ କରିବା ଉଚିତ ବୋଲି କୁହାଯାଇଛି। ଡାକ୍ତରଙ୍କ କହିବା ଅନୁସାରେ, ଯେ କୌଣସି ଔଷଧର ପ୍ରତିକ୍ରିୟା ଲୋକଙ୍କ ଠାରେ ଭିନ୍ନ ଭିନ୍ନ ହୋଇଥାଏ। ତେଣୁ ଅତ୍ୟନ୍ତ ଖରାପ ବା ଅସହ୍ୟ ସ୍ଥିତିରେ ହିଁ ବ୍ୟକ୍ତିଙ୍କୁ ମେଫଟାଲ ଖାଇବା ପାଇଁ ପରାମର୍ଶ ଦିଆଯାଇଥାଏ।

ବିନା ପ୍ରେସକ୍ରିପସନରେ ମିଳୁଛି ପେନକିଲର ଔଷଧ: ଭାରତର ପ୍ରାୟ ସମସ୍ତ ମେଡିକାଲ ଷ୍ଟୋରରେ ମେଫଟାଲ ଔଷଧ ଉପଲବ୍ଧ ରହିଥାଏ । ବିଶେଷ କଥା ହେଉଛି ଏହାକୁ କିଣିବା ପାଇଁ ଡାକ୍ତରଙ୍କ କୌଣସି ପ୍ରେସକ୍ରିପସନ୍‌ର ଆବଶ୍ୟକତା ହୋଇନଥାଏ । ଏହି ଔଷଧକୁ ଯେକୌଣସି ମେଡିକାଲ ଷ୍ଟୋରରୁ ସହଜରେ କିଣାଯାଇ ପାରେ । ତେଣୁ ଶରୀରରେ ଯେକୌଣସି ଯନ୍ତ୍ରଣା ହେଲେ ଲୋକେ ମେଫଟାଲ କିଣି ଖାଇଥାଆନ୍ତି । ଛୋଟଠାରୁ ଆରମ୍ଭ କରି ବୃଦ୍ଧଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ଔଷଧ ଖାଇ ଥାଆନ୍ତି । ମେଫଟାଲ୍‌ରେ ମେଫେନାମିକ ଏସିଡ ରହିଥାଏ । ଯାହାର ଉପଯୋଗ ବା ବ୍ୟବହାର ଭିନ୍ନ ଭିନ୍ନ ହୋଇଥାଏ ।

ଏହା ମଧ୍ୟ ପଢନ୍ତୁ: କ୍ବାଲିଟି ପରୀକ୍ଷାରେ 40ରୁ ଅଧିକ କଫସିରପ ଫେଲ, ନିମ୍ନମାନର ଦର୍ଶାଇଲା CDSCO

ଶରୀର ଉପରେ ଏହି ଔଷଧର ପ୍ରଭାବ କଣ ଥାଏ: ମେଫଟାଲର ଅତ୍ୟଧିକ ବ୍ୟବହାର ଦ୍ବାରା ଡ୍ରେସ୍‌ ସିଣ୍ଡ୍ରୋମ୍‌ ହେବାର ସମ୍ଭାବନା ଅଧିକ ରହିଥାଏ । ଏହାଏକ ପ୍ରକାର ଆଲର୍ଜି ଅଟେ । ଯାହା ପ୍ରାୟ 10 ପ୍ରତିଶତ ଲୋକଙ୍କୁ ପ୍ରଭାବିତ କରିଥାଏ । ମେଫଟାଲ କାରଣରୁ ହେଇଥିବା ଏହି ଆଲର୍ଜି କେତେକ କ୍ଷେତ୍ରରେ ଗମ୍ଭୀର ହୋଇପାରେ ବୋଲି କୁହାଯାଇଛି । ଜ୍ବର, ତ୍ବଚାରେ ନାଲି ରଙ୍ଗ ଦେଖାଯିବା, ଲିମ୍ଫୋଡେନୋପାଥି, ରକ୍ତ ସମ୍ବନ୍ଧୀୟ ସମସ୍ୟା ଏବଂ ଅନେକ କ୍ଷେତ୍ରରେ ଅଙ୍ଗ ମଧ୍ୟ ପ୍ରଭାବିତ ହୋଇଥାଏ । ମେଫଟାଲ ସେବନ କରିବାର 2ରୁ 8 ସପ୍ତାହ ମଧ୍ୟରେ ଏହି ସମସ୍ୟା ଦେଖାଯିବାର ସମ୍ଭାବନା ଅଧିକ ରହିଥାଏ । ତେଣୁ ଏହା ଘାତକ ହୋଇପାରେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.