ETV Bharat / sukhibhava

Skin Care: ମୁଖ ସୌନ୍ଦର୍ଯ୍ୟ ବଢାଏ ଫଳ ଚୋପା, ଜାଣନ୍ତୁ କେମିତି - ଫଳ ଚୋପା

ଫଳ ଖାଇ ଚୋପା ଫିଙ୍ଗି ଦେଉଛନ୍ତି କି ? କରନ୍ତୁନି ଏଭଳି ଭୁଲ। ଫଳଚୋପା ବଢାଇ ଥାଏ ମୁଖ ସୌନ୍ଦର୍ଯ୍ୟ । ଅଧିକ ପଢନ୍ତୁ

fruits skins are good for skin
fruits skins are good for skin
author img

By ETV Bharat Odisha Team

Published : Oct 21, 2023, 4:09 PM IST

ହାଇଦ୍ରାବାଦ: ଶରୀରକୁ ସୁସ୍ଥ ରଖିବା ପାଇଁ ସମସ୍ତେ ଫଳ ଖାଇଥାଆନ୍ତି । ଫଳ ଖାଉଥିବା ବେଳେ ଚୋପାକୁ ଫିଙ୍ଗି ଦେଇଥାଆନ୍ତି । ଆପଣ ଜାଣିଛନ୍ତି କି ଫୋପାଡୁଥିବା ଚୋପା ଦ୍ବାରା ବୃଦ୍ଧି ପାଇପାରିବ ସୌନ୍ଦର୍ଯ୍ୟ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଫଳରେ ଚୋପାରେ ଅନେକ ପ୍ରକାର ନ୍ୟୁଟ୍ରିଆଣ୍ଟସ ରହିଥାଏ । ଯାହାକି ସୌନ୍ଦର୍ଯ୍ୟ ବୃଦ୍ଧିରେ ସହାୟକ ହୋଇପାରିବ ବୋଲି କୁହାଯାଇଛି ।

କମଳା: କମଳା ଶରୀର ପାଇଁ ଉପକାରୀ ହୋଇଥିବା ବେଳେ ଏହାର ଚୋପା ମଧ୍ୟ ସୌନ୍ଦର୍ଯ୍ୟ ବୃଦ୍ଧି ପାଇବ ବୋଲି କୁହାଯାଇଛି । ଏଥରେ ଭିଟାମିନ ସି ସହିତ ନେଚୁରାଲ ଅଏଲ ରହିଥାଏ । ତେବେ କମଳା ଚୋପାକୁ ସୁଖାଇ ଗୁଣ୍ଡ କରି ସେଥିରେ ଅଳ୍ପ ପରିମାଣର ଦହି ମିଶାଇ ମୁହଁରେ ଲଗାନ୍ତୁ । ଏହା ଦ୍ବାରା ତ୍ବଚା ଚିକ୍କଣ ହେବା ସହିତ ରଙ୍ଗରେ ମଧ୍ୟ ପରିବର୍ତ୍ତନ ହୋଇଥାଏ । ବ୍ରଣ ସମସ୍ୟା ଦୂର କରିବାରେ ଏହା ଫଳଦାୟୀ ବୋଲି କୁହାଯାଇଛି ।

ଲେମ୍ବୁ: ଏଥିରେ ରହିଥିବା ସାଇଟ୍ରିକ ଏସିଡ ତ୍ବଚାର ରଙ୍ଗରେ ଉନ୍ନତି ଆଣିଥାଏ । ପ୍ରଥମେ ଲେମ୍ବୁ ଚୋପାକୁ ଗୁଣ୍ଡ କରି ସେଥିରେ ଅଳ୍ପ ପରିମାଣର ମହୁ ମିଶାଇ ଏକ ଫ୍ୟାସପାକ ପ୍ରସ୍ତୁତ କରନ୍ତୁ । ଏହାକୁ ମୁହଁରେ ଲଗାଇ ଅଧଘଣ୍ଟା ଛାଡି ଧୋଇ ଦିଅନ୍ତୁ । ଏହା ଦ୍ବାରା କେବଳ ଆକନି ସମସ୍ୟା ନୁହେଁ ବରଂ ମୁହଁର ତେଲିଆ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

କଦଳୀ: କଦଳୀରେ ଭିଟାମିନ ଏ, ବି, ସି ଏବଂ ଆଣ୍ଟିଅକ୍ସିଡେଣ୍ଟ ରହିଥାଏ। ଏକ କଦଳୀ ଚୋପା ନେଇ ମୁହଁରେ ଘଷନ୍ତୁ । ଏହା ଚର୍ମକୁ ମଶ୍ଚୁରାଇଜ ରଖିବା ସହିତ କଳା ଦାଗ ଦୂର କରିବାରେ ସାହାଯ୍ୟ କରିଥାଏ ।

ଅମୃତଭଣ୍ଡା: ଅମୃତଭଣ୍ଡାର ଚୋପାକୁ ବାହାର କରି ଏହାର ଏକ ପେଷ୍ଟ ତିଆରି କରନ୍ତୁ। ଏଥିରେ ରହିଥିବା ପୋଷକତତ୍ତ୍ବ ତ୍ବଚାରେ ଗ୍ଲୋ ଆଣିବାରେ ସାହାଯ୍ୟ କରିଥାଏ।

ଏହା ମଧ୍ୟ ପଢନ୍ତୁ: Guava Leaves Face Pack: ଚମକୁଥିବା ତ୍ବଚା ଚାହୁଁଛନ୍ତି କି? ଲଗାନ୍ତୁ ଏହି ଫେସ୍‌ ପ୍ୟାକ୍‌

ଅଙ୍ଗୁର: ଆପଣ ତ୍ବଚାରେ ଫ୍ରେସନେସ ଚାହୁଁଛନ୍ତି କି? ଅଙ୍ଗୁର ଚୋପାକୁ ସୁଖାଇ ଗୁଣ୍ଡ କରନ୍ତୁ। ଏହାପରେ ସେଥିରେ ଅଳ୍ପ ପରିମାଣର ନଡିଆ ତେଲ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ଆଣ୍ଟିଅକ୍ସିଡେଣ୍ଟ ରେଡିକାଲ ସହ ଲଢିବାରେ ସାହାଯ୍ୟ କରିବା ସହିତ କୋଲେଜନ ଉତ୍ପାଦନକୁ ପ୍ରୋତ୍ସାହିତ କରିଥାଏ।

କିଓ୍ବି: ଏହି ଫଳ ଶରୀର ପାଇଁ ଉପକାରୀ ବୋଲି ବିବେଚନା କରାଯାଏ। ଏଥିରେ ଭିଟାମିନ ଇ ଅଧିକ ପରିମାଣରେ ରହିଥାଏ। ଚୋପାକୁ ଗ୍ରାଇଣ୍ଡିଂ କରି ସେଥିରେ କିଛି ଦହି ମିଶାଇ ମୁହଁରେ ଲଗାନ୍ତୁ। ଏହା ଦ୍ବାରା ବ୍ରଣ ଜନିତ ଦେଖାଯାଇଥିବା ସମସ୍ୟା ଦୂର ହୋଇଥାଏ।

ସପୁରୀ: ଏହି ଚୋପାରେ ଅଧିକ ପରିମାଣରେ ବ୍ରୋମିଲାଇନ ରହିଥାଏ। ଏହି ପାଉଡରରେ ମହୁ ମିଶାଇ ତ୍ବଚାରେ ଲଗାନ୍ତୁ । ଏହା ମୁହଁରୁ ମୃତକୋଷ ବାହାର କରିବା ସହିତ ତ୍ବଚାରେ ଚମକ ଆଣିବାରେ ସାହାଯ୍ୟ କରିଥାଏ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.