ETV Bharat / sukhibhava

ସାବଧାନ ! ଅତ୍ୟଧିକ ପ୍ରକ୍ରିୟାକୃତ ଖାଦ୍ୟ କର୍କଟ ସହ ଜଡିତ

ଅଲ୍ଟ୍ରା-ପ୍ରୋସେସ୍ଡ ଅର୍ଥାତ୍ ଅତ୍ୟଧିକ ପ୍ରକ୍ରିୟାକୃତ ଖାଦ୍ୟ ଖାଉଥିଲେ ସାବଧାନ । ହୋଇପାରେ ଏହି ଜଟିଳ ରୋଗ । ଅଧିକ ପଢନ୍ତୁ

ultra-processed foods
ultra-processed foods
author img

By

Published : Feb 2, 2023, 5:30 PM IST

ଲଣ୍ଡନ: ଅଲ୍ଟ୍ରା-ପ୍ରୋସେସ୍ଡ ଅର୍ଥାତ୍ ଅତ୍ୟଧିକ ପ୍ରକ୍ରିୟାକୃତ ଖାଦ୍ୟ ଖାଉଥିଲେ ସାବଧାନ । ଏହି ଅଭ୍ୟାସ କର୍କଟ ସମସ୍ୟା ବୃଦ୍ଧି କରିବା ସାଙ୍ଗକୁ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ । ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଏହା ସ୍ପଷ୍ଟ ହୋଇଛି । ଅଧ୍ୟୟନରୁ ଏହା ଜଣାପଡିଛି ଯେ, ପ୍ରକ୍ରିୟାକୃତ ଖାଦ୍ୟ, ଯେପରିକି ଫିଜି ପାନୀୟ, ପ୍ୟାକେଜ୍ ହୋଇଥିବା ବ୍ରେଡ୍, ରେଡି଼ ମିଲ୍ ଏବଂ ଅଧିକାଂଶ ପ୍ରକ୍ରିୟାକୃତ ବ୍ରେକ୍‌ଫାଷ୍ଟ, କର୍କଟ ରୋଗର ବିକାଶ ଏବଂ ମୃତ୍ୟୁ ହେବାର ଆଶଙ୍କା ସହିତ ଜଡିତ ହୋଇପାରେ ।

ଏହା ମଧ୍ୟ ପଢନ୍ତୁ:-Rheumatoid Arthritis Awareness Day: ଜାଣନ୍ତୁ ରୋଗର କାରଣ ଓ ନିରାକରଣ

ବ୍ରିଟେନ ଭିତ୍ତିକ ଇମ୍ପେରିଆଲ୍ ସ୍କୁଲ୍ ଅଫ୍ ପବ୍ଲିକ୍ ହେଲ୍‌ଥ ଏହି ଅନୁସନ୍ଧାନ କରିଛି । ଅନୁସନ୍ଧାନରୁ ଜଣାପଡିଛି ଯେ, ଅଲ୍ଟ୍ରା-ପ୍ରୋସେସ୍ଡ ଖାଦ୍ୟର ଅଧିକ ବ୍ୟବହାର କର୍କଟ ରୋଗ ହେବାର ଆଶଙ୍କା ଅଧିକ, ବିଶେଷ ଭାବରେ ଓଭାରିଆନ୍ ଏବଂ ମସ୍ତିଷ୍କ କର୍କଟ ସୃଷ୍ଟି କରିପାରେ ଏହି ଅଭ୍ୟାସ । ଅଧ୍ୟୟନରେ ଦର୍ଶାଯାଇଛି ଯେ, ଜଣେ ବ୍ୟକ୍ତିଙ୍କ ଖାଦ୍ୟରେ ଅଧିକ ପ୍ରକ୍ରିୟାକୃତ ଖାଦ୍ୟର ପ୍ରତି 10 ପ୍ରତିଶତ ବୃଦ୍ଧିରେ କର୍କଟ ରୋଗ ସମ୍ଭାବନାରେ 2 ପ୍ରତିଶତ ବୃଦ୍ଧି ଘଟିଛି ଏବଂ ବିଶେଷ ଭାବରେ ଓଭାରି କ୍ୟାନସରରେ 19 ପ୍ରତିଶତ ବୃଦ୍ଧି ଘଟିଛି ।

ଏହା ମଧ୍ୟ ପଢନ୍ତୁ:- WhatsApp Case in SC: ବ୍ୟବହାରକାରୀଙ୍କ ନାମ, ନଂ ଛଡା କୌଣସି ଡାଟା ରଖେନି କହିଲା ହ୍ବାଟସ୍‌ଆପ୍

ଅଧିକନ୍ତୁ, ଅଲ୍ଟ୍ରା-ପ୍ରୋସେସ୍ଡ ଖାଦ୍ୟ ବ୍ୟବହାରରେ ପ୍ରତ୍ୟେକ 10 ପ୍ରତିଶତ ବୃଦ୍ଧି କର୍କଟ ମୃତ୍ୟୁହାରରେ 6 ପ୍ରତିଶତ ବୃଦ୍ଧି ସହିତ ସ୍ତନ କର୍କଟରେ 16 ପ୍ରତିଶତ ବୃଦ୍ଧି ଏବଂ ଓଭାରି କ୍ୟାନସରରେ 30 ପ୍ରତିଶତ ବୃଦ୍ଧି ସହିତ ଜଡିତ ଥିଲା । ଅନୁସନ୍ଧାନକାରୀମାନେ ଏହା ମଧ୍ୟ ଜାଣିବାକୁ ପାଇଛନ୍ତି ଯେ, ଅଲ୍ଟ୍ରା-ପ୍ରୋସେସ୍ଡ ଖାଦ୍ୟର ଅଧିକ ବ୍ୟବହାର ବ୍ରିଟେନର ବୟସ୍କମାନଙ୍କଠାରେ ମେଦବହୁଳତା ଏବଂ ଟାଇପ୍-୨ ମଧୁମେହ ହେବାର ଆଶଙ୍କା ସହିତ ଜଡିତ ।

ଏହା ମଧ୍ୟ ପଢନ୍ତୁ:-ପାରମ୍ପାରିକ ଔଷଧ ପ୍ରସ୍ତୁତି ପ୍ରଣାଳୀ Ayush ସେବାକୁ ବଜେଟରେ ଗୁରୁତ୍ବ, ଫୋକସ୍‌ରେ ରିସର୍ଚ୍ଚ

ବ୍ରିଟେନର ସାଧାରଣ ବ୍ୟକ୍ତି ଅଲ୍ଟ୍ରା-ପ୍ରୋସେସ୍ଡ ଖାଦ୍ୟରୁ ସେମାନଙ୍କର ଦୈନନ୍ଦିନ ଶକ୍ତି ଗ୍ରହଣର ଅଧାରୁ ଅଧିକ ଖର୍ଚ୍ଚ କରନ୍ତି । ଖାଦ୍ୟକୁ ରଙ୍ଗୀନ, ଆକର୍ଷଣୀୟ ଏବଂ ସ୍ବାଦିଷ୍ଟ କରିବା ପାଇଁ ଖାଦ୍ୟରେ ଅନେକ ପ୍ରକାର ରସାୟନ ମିଶାଇଥାନ୍ତି । WHO ଏବଂ ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ ଏକ ସୁସ୍ଥ ସ୍ଥାୟୀ ଖାଦ୍ୟର ଅଂଶ ଭାବରେ ଅଲ୍ଟ୍ରା-ପ୍ରୋସେସ୍ଡ ଖାଦ୍ୟ ଉପରେ ପ୍ରତିବନ୍ଧକ ଲଗାଇବାକୁ ପରାମର୍ଶ ଦେଇଛନ୍ତି ବୋଲି ଅଧ୍ୟୟନରେ କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.