ETV Bharat / sukhibhava

ପେଟର ଡାହାଣ ପାର୍ଶ୍ବରେ ଯନ୍ତ୍ରଣା ହେଉଥିଲେ ସାବଧାନ! ହୋଇପାରେ ଏହି ସବୁ ରୋଗ - ପେଟର ଡାହାଣ ପାର୍ଶ୍ବରେ ଯନ୍ତ୍ରଣା

କଣ ଆପଣଙ୍କର ମଧ୍ୟ ପେଟର ଡାହାଣ ଭାଗରେ ଯନ୍ତ୍ରଣା ହେଉଛି କି ? ସାବଧାନ ! ହୋଇଥାଇପାରେ ଏହି ରୋଗ

feeling pain on the right side of abdomen

author img

By ETV Bharat Odisha Team

Published : Sep 6, 2023, 5:56 PM IST

ହାଇଦ୍ରାବାଦ: ପେଟରେ ଯନ୍ତ୍ରଣା ଅନେକ ସମୟରେ ହୋଇଥାଏ । ଏହାର କାରଣ ମଧ୍ୟ ଅଲଗା ଅଲଗୋ ହୋଇପାରେ । କିନ୍ତୁ ପେଟରେ ଡାହାଣ ପାର୍ଶ୍ବରେ ଯନ୍ତ୍ରଣା ହେଉଥିଲେ ଏହା କାରଣ ଜାଣିବା ଉଚିତ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି । ସାଧାରଣତଃ ପେଟର ଡାହାଣ ପାର୍ଶ୍ବରେ ଯନ୍ତ୍ରଣା ଅଧିକା ହୋଇଥାଏ । କାରଣ ପେଟର ଡାହାଣ ପାର୍ଶ୍ବରେ ଅନେକ ଅଙ୍ଗ ରହିଥିବା କାରଣରୁ ଯନ୍ତ୍ରଣା ଅଧିକ ହୁଏ ବୋଲି କୁହାଯାଇଛି । ତେବେ ଜାଣନ୍ତୁ କଣ ହୋଇପାରେ ଏହା ପଛର କାରଣ

ଆପେଣ୍ଡିସାଇଟିସ: ଡାହାଣ ପାର୍ଶ୍ୱରେ ପେଟ ଯନ୍ତ୍ରଣା ହେବାର ଏକ ପ୍ରମୁଖ କାରଣ ହେଉଛି ଆପେଣ୍ଡିସାଇଟିସ। ଏହି ରୋଗ ହେବା ଦ୍ବାରା ପ୍ରଥମେ ଯନ୍ତ୍ରଣା ନାଭିରୁ ଆରମ୍ଭ ହୋଇ ତଳି ପେଟ ପର୍ଯ୍ୟନ୍ତ ଯନ୍ତ୍ରଣା ହୋଇଥାଏ। 24 ଘଣ୍ଟାରେ ଏହି ଯନ୍ତ୍ରଣା ଅଧିକ ହେବା ସହିତ ସମ୍ଭାଳିବାରେ ମଧ୍ୟ କଷ୍ଟକର ହୋଇଥାଏ। ତେବେ ପେଟରେ ଅଧିକ ଯନ୍ତ୍ରଣା ହେଲେ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି। ଯଦି ଠିକ ସମୟରେ ଏହାର ଚିକିତ୍ସା କରାନଯାଏ ତେବେ ଆପେଣ୍ଡିକ୍ସ ଫାଟିବାର ସମ୍ଭାବନା ମଧ୍ୟ ଅଧିକ ରହିଥାଏ ।

ଷ୍ଟୋନ: ତେବେ ଷ୍ଟୋନ ପେଟର ଡାହାଣ ପାର୍ଶ୍ବରେ ଯନ୍ତ୍ରଣାର ଏକ କାରଣ ହୋଇପାରେ। କାରଣ ଷ୍ଟୋନ ହେବା ଦ୍ବାରା ମଧ୍ୟ ପେଟରେ ଯନ୍ତ୍ରଣା ହୋଇଥାଏ ।

ଗଲବ୍ଲାଡର ସମସ୍ୟା: ପେଟର ଡାହାଣ ପାର୍ଶ୍ବରେ ଯନ୍ତ୍ରଣା ଗଲବ୍ଲାଡର ସମସ୍ୟା ହୋଇପାରେ। ଗଲବ୍ଲାଡରରେ କ୍ଷତ ଯୋଗୁଁ ମଧ୍ୟ ଯନ୍ତ୍ରଣା ହୋଇପାରେ। ଖାଦ୍ୟ ଖାଇବା ପରେ ଅଧିକ ଯନ୍ତ୍ରଣା ହୋଇଥାଏ। ଏଥିସହିତ ବାନ୍ତି ହେବାର ସମ୍ଭାବନା ମଧ୍ୟ ଅଧିକ ରହିଥାଏ। କହିରଖୁଛି କି, ଗଲବ୍ଲାଡର ହେଉଛି ଶରୀରର ଏକ ଅଂଶ ଯେଉଁଠାରେ ଯକୃତ ବାଇଲ ପିଗମେଣ୍ଟ ଗଚ୍ଛିତ କରେ। ଫେଟ ମେଟାବୋଲିଜିମ୍ ଏବଂ କୋଲେଷ୍ଟ୍ରୋଲ୍ ନିୟନ୍ତ୍ରଣ କରିବାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

ଏହା ମଧ୍ୟ ପଢନ୍ତୁ: ଦେଶରେ ବୃଦ୍ଧି ପାଉଛି ପେଟ ସମ୍ବନ୍ଧୀୟ ରୋଗ, ଏହା ହେଉଛି କାରଣ

ଲିଭର ସମ୍ବନ୍ଧିତ ସମସ୍ୟା: ଯକୃତ ସମ୍ବନ୍ଧୀୟ ସମସ୍ୟା ଯେପରିକି ହେପାଟାଇଟିସ ଯୋଗୁଁ ପେଟର ଉପର ଏବଂ ଡାହାଣ ପାର୍ଶ୍ୱରେ ଯନ୍ତ୍ରଣା ହୋଇପାରେ। ଏହାସହ ଜଣ୍ଡିସ, ଥକ୍କାପଣ ଏବଂ ପରିସ୍ରାରେ ସମସ୍ୟା ଯୋଗୁଁ ମଧ୍ୟ ପେଟରେ ଯନ୍ତ୍ରଣା ହେବାର ସମ୍ଭାବନା ରହିଥାଏ।

କିଡନୀ ଷ୍ଟୋନ: କିଡନୀରେ ପଥର ବା ଷ୍ଟୋନ ଯୋଗୁଁ ପେଟରେ ପ୍ରବଳ ଯନ୍ତ୍ରଣା ହୋଇପାରେ। ଯାହା ଦ୍ବାରା ପିଠିରୁ ତଳିପେଟ ଯାଏଁ ଯନ୍ତ୍ରଣା ହୋଇଥାଏ। ପରିସ୍ରାରେ ଫେଣ, ରକ୍ତ ପଡିବା ଏବଂ ବାରମ୍ବାର ପରିସ୍ରା ହୋଇଥାଏ। କିଡନୀ ଷ୍ଟୋନ ଅଧିକ ଯନ୍ତ୍ରଣା ହୋଇପାରେ କିନ୍ତୁ ଜୀବନ ପ୍ରତି ବିପଦ ନଥାଏ। ଚିକିତ୍ସା ଦ୍ବାରା ମଧ୍ୟ ଆରୋଗ୍ୟ ଲାଭ କରିପାରିବେ।

ଅନ୍ତନଳୀରେ ସମସ୍ୟା: ଡାହାଣ ପାର୍ଶ୍ୱରେ ପେଟ ଯନ୍ତ୍ରଣା ବିଭିନ୍ନ ଅନ୍ତନଳୀ ସମସ୍ୟାର କାରଣ ମଧ୍ୟ ହୋଇପାରେ । ଅନ୍ତନଳୀ ସିଣ୍ଡ୍ରୋମ୍‌ କିମ୍ବା ଡାଇଭର୍ଟିକୁଲାଇଟିସ ଯୋଗୁଁ ମଧ୍ୟ ୟନ୍ତ୍ରଣା ହୋଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.