ETV Bharat / sukhibhava

ଗର୍ଭାବସ୍ଥାର ଅନ୍ତିମ ମାସରେ ଘିଅ ଖାଇଲେ ପ୍ରସବ ବେଦନା କମ୍‌ ହୁଏ ? କେତେ ସତ ଜାଣନ୍ତୁ

author img

By

Published : Apr 21, 2023, 12:58 PM IST

ଗର୍ଭବତୀ ମହିଳାଙ୍କୁ ଘିଅ ଖାଇବାକୁ ପରାମର୍ଶ ଦିଆଯାଏ । ବିଶେଷ କରି ପ୍ରସବର ଅନ୍ତିମ ମାସ ବେଳକୁ ପ୍ରଚୁର ଘିଅ ଖାଇଲେ ସହଜରେ ପିଲା ଜନ୍ମ ହୋଇଯାଏ ବୋଲି ବିବେଚନା କରାଯାଏ । ହେଲେ ଏହି ବିଚାର କେତେ ଠିକ୍, ଏପରି ବାସ୍ତବରେ ହୋଇଥାଏ କି ନାହିଁ, ଜାଣନ୍ତୁ ।

last months of pregnancy
last months of pregnancy

ହାଇଦ୍ରାବାଦ: ପ୍ରତ୍ୟେକ ମହିଳାଙ୍କ ପାଇଁ ଗର୍ଭଧାରଣରୁ ପ୍ରସବ ପର୍ଯ୍ୟନ୍ତ ସମୟ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଏହି ସମୟରେ ଭଲ ଖାଦ୍ୟ, ଔଷଧ, ବ୍ୟାୟାମ, ସୁସ୍ଥ ପରିବେଶ ସହ ଉପଯୁକ୍ତ ଜୀବନଶୈଳୀ ଆବଶ୍ୟକ । ଡାକ୍ତରଙ୍କ ଠାରୁ ଆରମ୍ଭ କରି ଡାଏଟିସିଆନ୍ ପର୍ଯ୍ୟନ୍ତ ସମସ୍ତେ ଗର୍ଭାବସ୍ଥାରେ ପ୍ରଚୁର ଫଳ, ପନିପରିବା, ଲାଇଟ୍ ପ୍ରୋଟିନ୍ ଏବଂ ସୁସ୍ଥ ଚର୍ବି ଯୁକ୍ତ ଖାଦ୍ୟ ଖାଇବାକୁ ପରାମର୍ଶ ଦିଅନ୍ତୁ । ଏହି ସବୁ ଖାଦ୍ୟ ମଧ୍ୟରୁ ଘିଅ ଅନ୍ୟତମ । ଗର୍ଭାବସ୍ଥାରେ ଘିଅ କେତେ ଉପକାରୀ, ଜାଣନ୍ତୁ ।

ପ୍ରସୂତି-ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ କହିବା ଅନୁସାରେ, ଯେତେବେଳେ ଜଣେ ମହିଳା ଗର୍ଭବତୀ ହୁଅନ୍ତି, ତାଙ୍କୁ ଘରର ବରିଷ୍ଠ ମହିଳାମାନେ ଘିଅ ଖାଇବାକୁ ପରାମର୍ଶ ଦିଅନ୍ତି । ଗର୍ଭାବସ୍ଥାରେ ଘିଅ ଖାଇବା ମହିଳାଙ୍କ ସାମଗ୍ରିକ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ଏହା ହଜମ ପ୍ରକ୍ରିୟାରେ ମଧ୍ୟ ସହାୟକ ହୁଏ । ଉଭୟ ମାଆ ଓ ଛୁଆକୁ ପୁଷ୍ଟି ଯୋଗାଇଥାଏ ଏବଂ ଏହା ଏକ ସୁସ୍ଥ ଚର୍ବି ଯୁକ୍ତ ଖାଦ୍ୟ ।

ଏହା ମଧ୍ୟ ପଢନ୍ତୁ:- ଗର୍ଭାବସ୍ଥାରେ ଡିପ୍ରେସନ୍ ହୃଦୟ ରୋଗ ସହ ଜଡିତ: Study

ଜଣେ ପ୍ରସୂତି-ସ୍ତ୍ରୀ ରୋଗ ବିଶେଷଜ୍ଞ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ କହିଛନ୍ତି ଯେ, 'ଗର୍ଭବତୀ ମହିଳା ପ୍ରତିଦିନ ଗୋଟିଏ ଚାମଚ ଘିଅ ଖାଇବା ଆବଶ୍ୟକ । ହେଲେ ଜନ୍ମର ଶେଷ ମାସରେ ପ୍ରଚୁର ଘିଅ ଖାଇବା ଫଳରେ ସହଜରେ ପିଲା ଜନ୍ମ ହୋଇଥାଏ ବୋଲି ଯେଉଁ ବିଶ୍ବାସ ରହିଛି ଏହାର କିଛି ପ୍ରମାଣ ନାହିଁ ବୋଲି ସେ କହିଛନ୍ତି । ତଥାପି ଘିଅ ଶିଶୁର ମସ୍ତିଷ୍କ ଏବଂ ସ୍ନାୟୁ ପ୍ରଣାଳୀ ପାଇଁ ଉତ୍ତମ ବୋଲି ସେ ସ୍ପଷ୍ଟ କରିଛନ୍ତି । ଘିଅର ଅନ୍ୟାନ୍ୟ ଉପକାରିତା ବାବଦରେ ନିମ୍ନରେ ବର୍ଣ୍ଣନା କରାଯାଇଛି...

ସୁସ୍ଥ ଚର୍ବି:-ଏଥିସହ ଘିଅରେ ଭିଟାମିନ୍ ଏ, ଡି, ଇ ଏବଂ କେ ପରି ଅତ୍ୟାବଶ୍ୟକ ଭିଟାମିନ୍ ଥାଏ, ଯାହା ଗର୍ଭଧାରଣ ସହିତ ଶିଶୁ ଏବଂ ମାଆ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ । ଘିଅ ସୁସ୍ଥ ଚର୍ବିର ଏକ ଉତ୍ତମ ଉତ୍ସ, ଫ୍ୟାଟି ଏସିଡ୍(MCFAs), ଯାହା ସହଜରେ ହଜମ ହୁଏ । ଏହି ସୁସ୍ଥ ଚର୍ବି ଗର୍ଭବତୀ ମହିଳାମାନଙ୍କୁ ଗର୍ଭାବସ୍ଥାରେ ଶକ୍ତିଶାଳୀ ରହିବାକୁ ସାହାଯ୍ୟ କରେ । ଶିଶୁର ମସ୍ତିଷ୍କ ଏବଂ ସ୍ନାୟୁ ପ୍ରଣାଳୀର ସଠିକ୍ ବିକାଶରେ ସାହାଯ୍ୟ କରେ ।

ହରମନ୍ ସନ୍ତୁଳନ:-ଘିଅ ଶରୀରରେ ହରମନ୍ ସନ୍ତୁଳନ କରିବାରେ ସାହାଯ୍ୟ କରେ ବୋଲି ବିଶ୍ବାସ କରାଯାଏ, ଯାହା ଗର୍ଭାବସ୍ଥାରେ ଲାଭଦାୟକ ହୋଇପାରେ । ଏହା ଶରୀରରେ ସୁସ୍ଥ ହରମୋନ୍ ବୃଦ୍ଧି କରିବା ସହିତ ଏଣ୍ଡୋକ୍ରାଇନ୍ ସିଷ୍ଟମକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ବୋଲି ବିଶ୍ବାସ କରାଯାଏ, ଯାହା ଗର୍ଭଧାରଣ ଏବଂ ପ୍ରସବ ସମୟରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।

ହଜମ ସ୍ୱାସ୍ଥ୍ୟ:-ଆୟୁର୍ବେଦିକ ଔଷଧରେ ଘିଅ ହଜମ ପ୍ରକ୍ରିୟା ପାଇଁ ଜଣାଶୁଣା । ଏହା ହଜମ ପ୍ରକ୍ରିୟାକୁ ଉତ୍ସାହିତ କରିବାରେ ଏବଂ ସୁସ୍ଥ ହଜମକୁ ପ୍ରୋତ୍ସାହିତ କରିବାରେ ସାହାଯ୍ୟ କରେ । ଯେଉଁମାନେ ଗର୍ଭାବସ୍ଥାରେ ହଜମ ପ୍ରକ୍ରିୟାରେ ସମସ୍ୟା କିମ୍ବା କୋଷ୍ଠକାଠିନ୍ୟ ଭଳି ସମସ୍ୟାର ସମ୍ମୁଖୀନ ହୁଅନ୍ତି ସେମାନେ ଘିଅ ଖାଇବା ଉଚିତ୍ ।

ସୁସ୍ଥ ଚର୍ମ:-ଚର୍ମର ଯତ୍ନ ପାଇଁ ଆୟୁର୍ବେଦ ଚିକିତ୍ସାରେ ଘିଅକୁ ପ୍ରାୟତଃ ବ୍ୟବହାର କରାଯାଏ । ଗର୍ଭବତୀ ମହିଳାମାନେ ଗର୍ଭାବସ୍ଥାରେ ସେମାନଙ୍କ ଚର୍ମରେ ପରିବର୍ତ୍ତନ ଅନୁଭବ କରିପାରନ୍ତି । ଏହି ସମୟରେ ଘିଅକୁ ମଶ୍ଚରାଇଜର ଭାବରେ ବ୍ୟବହାର କରିପାରିବେ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.