ETV Bharat / sukhibhava

ଏକୁଟିଆ ଥିବା ସମୟରେ ଯଦି ହୃଦ୍‌ଘାତ ଆସେ, କଣ କରିବେ ଜାଣନ୍ତୁ - ସ୍ବାସ୍ଥ୍ୟ ଖବର

ପରିବର୍ତ୍ତିତ ଜୀବନଶୈଳୀ ହେଉ କିମ୍ବା ଅନ୍ୟାନ୍ୟ କାରଣ ଯୋଗୁଁ ବୃଦ୍ଧି ପାଇବାରେ ଲାଗିଛି ହୃଦ୍‌ଘାତ ଜନିତ ମୃତ୍ୟୁସଂଖ୍ୟା । ଭୟଭୀତ ନହୋଇ ଏକୁଟିଆ ଥିବା ସମୟରେ କିପରି ନିଜକୁ ରକ୍ଷା କରିବେ । ଅଧିକ ପଢ଼ନ୍ତୁ

heart attack
heart attack
author img

By

Published : Mar 21, 2023, 12:31 PM IST

ହାଇଦ୍ରାବାଦ: ଆଜିକାଲି ହୃଦ୍‌ଘାତ ଏକ ସାଧାରଣ ସମସ୍ୟା ପାଲଟିଛି । କେବଳ ବୃଦ୍ଧ ବ୍ୟକ୍ତି ହୃଦ୍‌ଘାତର ଶିକାର ହୁଅନ୍ତି, ଏ ଭାବନା ଭୁଲ୍ ପ୍ରମାଣିତ ହୋଇସାରିଲାଣି । ପିଲାଠୁ ବୟସ୍କ ସମସ୍ତଙ୍କୁ ଏହି ଗମ୍ଭୀର ବିପଦ ମାଡିବସୁଛି । ଜିମ୍, ସ୍କୁଲ, ଟ୍ରେନ, ଖେଳିବା, ନାଚିବା, ଗାଇବା ସମୟରେ ହୃଦଘାତରେ ଟଳି ପଡୁଥିବା ଭିଡିଓ ଭାଇରାଲ୍ ହେଉଛି । ଏହିସବୁ ଭିଡିଓ ଦେଖି ଅନ୍ୟମାନେ ମଧ୍ୟ ଭୟଭୀତ ହୋଇପଡିଲେଣି । ଯଦି ଘରେ କିମ୍ବା ଅନ୍ୟାନ୍ୟ ସ୍ଥାନରେ ଏକୁଟିଆ ଥିବେ ଏବଂ ଏହି ବିପଦ ଆସିବ ତେବେ କଣ କରିବେ । ଏକୁଟିଆ ଥିବା ସମୟରେ ଯଦି ହୃଦ୍‌ଘାତ ଆସେ, ତେବେ ନିଜକୁ ବଞ୍ଚାଇବା ପାଇଁ କଣ କରିବେ, ଜାଣନ୍ତୁ

ପ୍ରଥମେ ହୃଦ୍‌ଘାତର ଲକ୍ଷଣ ଜାଣିନିଅନ୍ତୁ : ଶରୀରର ଯେକୌଣସି ସ୍ଥାନରେ ଯନ୍ତ୍ରଣା କିମ୍ବା ଅସୁବିଧା ଅନୁଭବ କରିବା । ଏସବୁ ହେଲେ ଡାକ୍ତରଙ୍କ ପରାମର୍ଶ କରନ୍ତୁ । ଯଦି ଛାତି ଯନ୍ତ୍ରଣା, ଟାଣ, ଜ୍ବଳନ ଏବଂ ଓଜନିଆ ଲାଗିବା ଭଳି ସମସ୍ୟା ଅଛି, ତେବେ ଏହା ହୃଦଘାତର କାରଣ ହୋଇପାରେ । ଯଦି ବାନ୍ତି ଲାଗେ ଏବଂ ହୃଦସ୍ପନ୍ଦନ ବଢିଯାଏ, ତେବେ ତୁରନ୍ତ ଚିକିତ୍ସା କରାଇବାର ଆବଶ୍ୟକତା ରହିଛି ।

ଆମ୍ବୁଲାନ୍ସ କିମ୍ବା ପ୍ରିୟଜନଙ୍କୁ ତୁରନ୍ତ ଜଣାନ୍ତୁ : ଯଦି ଏକାକୀ ରହୁଛନ୍ତି ଏବଂ ଶରୀରରେ କୌଣସି ପ୍ରକାରର ସମସ୍ୟା ଅନୁଭବ କରୁଛନ୍ତି, ତେବେ ଆମ୍ବୁଲାନ୍ସ, ଆଖପାଖରେ ଥିବା ଲୋକ କିମ୍ବା ଘନିଷ୍ଠ ବନ୍ଧୁଙ୍କୁ ଡାକନ୍ତୁ । ଯଥାଶୀଘ୍ର ସେମାନଙ୍କ ସହିତ ଡାକ୍ତରଙ୍କ ନିକଟକୁ ଯାଆନ୍ତୁ ।

ଜିଭ ତଳେ ଏକ ଆସ୍ପିରିନ୍ ଟାବଲେଟ୍ ରଖନ୍ତୁ : ସୋରିବ୍ରେଟ୍ ଆସ୍ପିରିନ୍‌ର 300 ମିଲିଗ୍ରାମ୍ ଟାବଲେଟ୍‌ କିମ୍ବା କ୍ଲୋପିଡୋଗ୍ରେଲ୍ 300 ମିଗ୍ରା କିମ୍ବା ଆଟୋରଭାଷ୍ଟାଟିନ୍ 80 ମିଗ୍ରା ଟ୍ୟାବଲେଟ୍କୁ ଜିଭ ତଳେ ରଖନ୍ତୁ । ଯଦି ହୃଦଘାତର 30 ମିନିଟ୍ ମଧ୍ୟରେ କରାଯାଏ, ତେବେ ତୁରନ୍ତ ଲାଭ ମିଳିଥାଏ । ଆସ୍ପିରିନ୍ ରକ୍ତ ଜମାଟ ବାନ୍ଧିବାକୁ ରୋକିଥାଏ । ଆହୁରି ମଧ୍ୟ, ଏହା ଧମନୀରେ ଅବରୋଧକୁ ରୋକିଥାଏ । ତେଣୁ ଏସବୁ ଔଷଧକୁ ନିଜ ପାଖରେ ରଖନ୍ତୁ ।

ଶୋଇପଡନ୍ତୁ ଏବଂ ପାଦ ତଳେ ତକିଆ ରଖନ୍ତୁ : ହୃଦଘାତ ସମୟରେ ଅତ୍ୟଧିକ ଭୟଭୀତ ହୋଇପଡିବାରୁ ପରିସ୍ଥିତି ଆହୁରି ଖରାପ ହୋଇପାରେ । ରକ୍ତଚାପ ଥିବା ରୋଗୀ ଏହି ସମୟରେ ଝାଳ ଏବଂ ମୁଣ୍ଡ ବୁଲାଇବାର ଲକ୍ଷଣ ଦେଖାନ୍ତି । ଏପରି ପରିସ୍ଥିତିରେ, ଯେତେବେଳେ ବିପି କମ୍ ଥାଏ, ତେବେ ଆସ୍ପିରିନ୍ ଗ୍ରହଣ କରନ୍ତୁ ନାହିଁ । କାରଣ ଏହା ବିପି ହ୍ରାସ କରିପାରେ । ସେଥିପାଇଁ ଏଭଳି ପରିସ୍ଥିତିରେ ଆରାମରେ ପାଦତଳେ ତକିଆ ରଖି ଶୋଇପଡନ୍ତୁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ସମୟରେ ଧୀରେ ନିଶ୍ୱାସ ନିଅନ୍ତୁ ଏବଂ ଝରକା ଖୋଲା ରଖନ୍ତୁ । ଯେଉଁସ୍ଥାନରେ ସଠିକ୍ ଭାବେ ଅମ୍ଳଜାନ ମିଳୁଥିବ ସେହି ସ୍ଥାନରେ ରୁହନ୍ତୁ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଖାଦ୍ୟ କିମ୍ବା ସପ୍ଲିମେଣ୍ଟ ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.