ETV Bharat / sukhibhava

Salt And Diabetes: ଅଧିକ ଲୁଣ ଖାଉଥିଲେ ସାବଧାନ ! ହୋଇପାରେ ମଧୁମେହ - ଅଧିକ ଲୁଣ ସେବନ ଦ୍ବାରା ମଧୁମେହ ରୋଗର ଆଶଙ୍କା ବୃଦ୍ଧି

ଅଧିକ ଲୁଣ ଖାଉଥିଲେ ସାବଧାନ ! ଅଧିକ ଲୁଣ ସେବନ ଦ୍ବାରା ମଧୁମେହ ରୋଗର ଆଶଙ୍କା ବୃଦ୍ଧି ହୋଇଥାଏ ବୋଲି ଏକ ରିପୋର୍ଟରୁ ଜଣାପଡିଛି । ଅଧିକ ପଢନ୍ତୁ

Salt And Diabetes
Salt And Diabetes
author img

By ETV Bharat Odisha Team

Published : Nov 4, 2023, 12:55 PM IST

ହାଇଦ୍ରାବାଦ: ଦିନକୁ ଦିନ ଭାରତ ତଥା ବିଶ୍ବରେ ବୃଦ୍ଧି ପାଉଛି ମଧୁମେହ । ଏହି ରୋଗୀମାନଙ୍କୁ ଖାଦ୍ୟପେୟରେ ବିଶେଷ ଯତ୍ନ ନେବା ଆବଶ୍ୟକ ହୋଇଥାଏ । ତେବେ ସମସ୍ତେ ଜାଣନ୍ତି ଅଧିକ ଶର୍କରା ସେବନ ଦ୍ବାରା ମଧୁମେହ ହୋଇଥାଏ । ତେଣୁ ମଧୁମେହ ରୋଗୀଙ୍କୁ ଶର୍କରା ଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦିଆଯାଇଥାଏ । ତେବେ ଆପଣ ଜାଣିଛନ୍ତି କି ଲୁଣ ମଧ୍ୟ ମଧୁମେହର କାରଣ ହୋଇପାରେ । ନିକଟରେ ଏକ ନୂତନ ଅଧ୍ୟୟନରୁ ଜଣାପଡିଛି ଯେ କେବଳ ଚିନି ନୁହେଁ ଲୁଣ ଖାଇବା ଦ୍ୱାରା ଟାଇପ୍-୨ ମଧୁମେହ ହେବାର ଆଶଙ୍କା ବୃଦ୍ଧି ହୋଇଥାଏ । ଆମେରିକାର ତୁଲାନେ ୟୁନିଭରସିଟିରେ କରାଯାଇଥିବା ଏହି ଅଧ୍ୟୟନରେ ଜଣାପଡିଛି ଯେ ଖାଦ୍ୟରେ ଅଧିକ ଲୁଣ ସେବନ ଦ୍ବାରା ମଧୁମେହର ଆଶଙ୍କା ବୃଦ୍ଧି ହୋଇଥାଏ ।

ରିସର୍ଚ୍ଚରେ ଖୁଲାସା: ମାୟୋ କ୍ଲିନିକ୍ ପ୍ରୋସିଡିଙ୍ଗ୍ ପତ୍ରିକାରେ ପ୍ରକାଶିତ ଏହି ଅଧ୍ୟୟନ ଅନୁସାରେ, 400,000ରୁ ଅଧିକ ବୟସ୍କଙ୍କ ଦୈନିକ ଖାଦ୍ୟଭ୍ୟାସକୁ ନେଇ ଅନୁଧ୍ୟାନ କରାଯାଇଥିଲା । ଖାଦ୍ୟରେ ଲୁଣର ମାତ୍ରା ଏବଂ ସେବନର ପଦ୍ଧତି ନେଇ ଅଧ୍ୟୟନ କରାଯାଇଥିଲା । ହାରାହାରି 11.8 ବର୍ଷର ଅନୁସନ୍ଧାନରେ ପ୍ରାୟ 13 ହଜାର ଲୋକଙ୍କ ଠାରେ ଟାଇପ୍ 2 ଡାଇବେଟିସ୍ ଦେଖାଯାଇଥିଲା । ଯେଉଁମାନେ କମ୍ ଲୁଣ ଖାଉଥିଲେ ସେମାନଙ୍କ ତୁଳନାରେ ଅଧିକ ଲୁଣ ଖାଉଥିବା ବ୍ୟକ୍ତିଙ୍କର ଟାଇପ୍-୨ ମଧୁମେହ ହେବାର ଆଶଙ୍କା 39 ପ୍ରତିଶତ ଅଧିକ ବୋଲି ଜଣାପଡିଥିଲା ।

ଏହା ମଧ୍ୟ ପଢନ୍ତୁ: Salt And Arthritis: ଅତ୍ୟଧିକ ଲୁଣ ଖାଉଥିଲେ ମାଡି ଆସିବ ଏସବୁ ରୋଗ

ଅଧିକ ଲୁଣ ଖାଇଲେ ଏହି ରୋଗର ଆଶଙ୍କା ଅଧିକ: ତୁଲାନେ ୟୁନିଭରସିଟି ସ୍କୁଲ୍ ଅଫ୍ ପବ୍ଲିକ୍ ହେଲଥ୍ ଆଣ୍ଡ ଟ୍ରପିକାଲ୍ ମେଡିସିନର ପ୍ରଫେସର ତଥା ମୁଖ୍ୟ ଲେଖକ ଡ. ଲୁ କୁଇ କହିଛନ୍ତି, ଅଧିକ ଲୁଣ ଖାଇବା ଶରୀର ପକ୍ଷେ କ୍ଷତିକାରକ । ଏହି କାରଣରୁ ହୃଦୟ ସମ୍ବନ୍ଧୀୟ ରୋଗ ଏବଂ ଉଚ୍ଚ ରକ୍ତଚାପର ସମସ୍ୟା ବୃଦ୍ଧି ପାଇଥାଏ । ତେବେ ନୂଆ ରିସର୍ଚ୍ଚ ଅନୁସାରେ, ଅଧିକ ଲୁଣ ଖାଇବା ଦ୍ବାରା କେବଳ ମଧୁମେହ ନୁହେଁ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ ବୋଲି କୁହାଯାଇଛି । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଅଧିକ ଲୁଣ ଖାଇଲେ କ୍ୟାଲସିୟମ ହ୍ରାସ ପାଇବା ସହିତ, ହୃଦ ରୋଗର ଆଶଙ୍କା ବୃଦ୍ଧି ଏବଂ କ୍ୟାନ୍ସର ଆଶଙ୍କା ମଧ୍ୟ ବୃଦ୍ଧି ପାଇବାର ସମ୍ଭାବନା ଅଧିକ ରହିଥାଏ । ଅନ୍ୟପଟେ ଯଦି ଅଧିକ ପରିମାଣର ଲୁଣ ଖାଉଛନ୍ତି, ତେବେ ଏହି କାରଣରୁ ଆର୍ଥ୍ରାଇଟିସ୍ ହେବାର ଆଶଙ୍କା ଅଧିକା ରହିଥାଏ । ଆହୁରି ମଧ୍ୟ କୁହାଯାଏ, ଲୁଣ ହାଡ ପାଇଁ କ୍ଷତିକାରକ । ତେବେ ମଧୁମେହ ରୋଗୀ ଦୈନିକ 2300 ମିଲିଗ୍ରାମ ହିଁ ଲୁଣ ଖାଇବା ଉଚିତ ବୋଲି କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.