ETV Bharat / sukhibhava

Foods For Eyesight: ଖାଆନ୍ତୁ ଏହି ଖାଦ୍ୟ, ବୃଦ୍ଧାବସ୍ଥାରେ ମଧ୍ୟ ହେବନି ଆଖି ସମସ୍ୟା

author img

By

Published : Jun 7, 2023, 7:48 AM IST

ଖରାପ ଖାଦ୍ୟ ଏବଂ ଖରାପ ଜୀବନଶୈଳୀ ହେତୁ ଆଜିକାଲି ପ୍ରତ୍ୟେକ ବ୍ୟକ୍ତି ଆଖି ସମସ୍ୟା ଭୋଗୁଛନ୍ତି । ଏପରି ପରିସ୍ଥିତିରେ, ଏହି ଖାଦ୍ୟ ପଦାର୍ଥକୁ ଆପଣଙ୍କ ଖାଦ୍ୟରେ ଅନ୍ତର୍ଭୁକ୍ତ କରି, ଆପଣ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ଆପଣଙ୍କର ଦୃଷ୍ଟିଶକ୍ତି ବଜାୟୀ ରଖନ୍ତୁ ।

Foods For Eyesight
Foods For Eyesight

ହାଇଦ୍ରାବାଦ: ଆଖି ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଏହା ବିଶେଷ ଯତ୍ନ ନେବା ଆବଶ୍ୟକ ରହିଛି । ଯଦି ଟିକିଏ ଅସାବଧାନତା ହେବ, ତାହାଲେ ଦୁନିଆ ଅନ୍ଧକାର ହୋଇପାରେ । ଅନେକ ଲୋକ ଅଛନ୍ତି ଯେଉଁମାନେ ଦୁର୍ବଳ ଦୃଷ୍ଟି ଶକ୍ତି ହେତୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏପରି ପରିସ୍ଥିତିରେ, ଯଦି ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ତୁମର ଦୃଷ୍ଟି ଶକ୍ତି ଭଲ ହେବାକୁ ଚାହୁଁଛନ୍ତି, ତେବେ ଖାଦ୍ୟ ଏବଂ ଜୀବନଶୈଳୀ ପ୍ରତି ବିଶେଷ ଯତ୍ନ ନେବାକୁ ପଡିବ । ଆମେ ଆପଣଙ୍କୁ ଏପରି କିଛି ଖାଦ୍ୟ ବିଷୟରେ ସୂଚନା ଦେଉଛୁ ଯାହା ଆଖିର ସ୍ୱାସ୍ଥ୍ୟ ପାଇଁ ଉତ୍ତମ ଅଟେ ।

1. ଦୃଷ୍ଟିଶକ୍ତି ପାଇଁ ଖାଦ୍ୟରେ ପ୍ରତିଦିନ ବାଦାମ ଅନ୍ତର୍ଭୁକ୍ତ କରିବା ଉଚିତ । ଏଥିରେ ଭିଟାମିନ୍ ଏ ଏବଂ ଓମେଗା ଫ୍ୟାଟି ଏସିଡ୍ ଭରପୂର ଭାବେ ରହିଛି । ଏଗୁଡ଼ିକ ଆଖି ପାଇଁ ଉତ୍ତମ ଅଟେ । ପ୍ରତିଦିନ 6ରୁ 7ଟି ବାଦାମକୁ ପାଣିରେ ଭିଜାଇ ଖାଇବା ଉଚିତ।

2.ଆପଣ ନିଜ ଖାଦ୍ୟରେ ମିଠା ଆଳୁ ବା ଦେଶୀ ଆଳୁ ମଧ୍ୟ ଅନ୍ତର୍ଭୁକ୍ତ କରିପାରିବେ । ଏଥିରେ ବିଟା କାରୋଟିନ୍ ମିଳିଥାଏ, ଯାହା ଆଖି ପାଇଁ ବହୁତ ଲାଭଦାୟକ ଅଟେ । ଏହା ଆଖିର ଶୁଷ୍କତା ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

3.ମିଆମି ବିଶ୍ୱବିଦ୍ୟାଳୟ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ, ଗାଜରରେ ଭିଟାମିନ୍ ଏ ଏବଂ ବିଟା କାରୋଟିନ୍ ମିଳିଥାଏ ଯାହା ଆଖିକୁ ସୁସ୍ଥ ରଖେ । ରେଟିନାଲ୍ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ଏହା ସହାୟକ ହୋଇଥାଏ । ଏହି କାରଣରୁ, ଦୃଷ୍ଟି ଶକ୍ତି ଅକ୍ଷୁର୍ଣ୍ଣ ରହିଥାଏ ।

4.ବିନ୍ସକୁ ମଧ୍ୟ ଆପଣଙ୍କ ଖାଦ୍ୟର ଏକ ଅଂଶ କରନ୍ତୁ । ଏଥିରେ ପ୍ରଚୁର ପରିମାଣରେ ବାୟୋ ଫ୍ଲାଭୋନାଏଡ୍ ଏବଂ ଜିଙ୍କ ଥାଏ ଯାହା ଆଖିର ରେଟିନାକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ ।

5. ଆବଶ୍ୟ ଅନୁସାରେ ସାଇଟ୍ରସ୍ ଫଳକୁ ଖାଦ୍ୟରେ ସ୍ଥାନ ଦିଅନ୍ତୁ । କମଳା, ଅଙ୍ଗୁର ଏବଂ ଲେମ୍ବୁ ପରି ଫଳ ଅନ୍ତର୍ଭୁକ୍ତ କରିବା ଆବଶ୍ୟକ। ଏହା ଶରୀରକୁ ସୁସ୍ଥ ରଖିବା ସହ ଦୃଷ୍ଟିଶକ୍ତି ବଜାୟୀ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ । ସାଇଟ୍ରସ୍ ଫଳରେ ଭିଟାମିନ୍ ସି ଏବଂ ଭିଟାମିନ୍ ଏ ମିଳିଥାଏ ଯାହା ଦୃଷ୍ଟି ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ମୋତିଆବିନ୍ଦୁ ରୋକିବା ପାଇଁ ଏହା ମଧ୍ୟ ଭଲ ବୋଲି ବିବେଚନା କରାଯାଏ ।

6. ବାଦାମରେ ଭିଟାମିନ୍ ଏ ଥାଏ, ଯାହା ଆଖିକୁ ସଂକ୍ରମଣ ହେବାରୁ ମୁକ୍ତି ଦେଇଥାଏ । ଏହାକୁ ପରିବାରେ ସିଝାଇ କିମ୍ବା ତରକାରୀ କରି ଖାଇପାରିବେ ।

7. ଖାଦ୍ୟରେ ମାଛ ମଧ୍ୟ ଅନ୍ତର୍ଭୂକ୍ତ କରାଯିବା ଆବଶ୍ୟକ । ଏଥିରେ ଓମେଗା ଫ୍ୟାଟି ଏସିଡ୍ ଥାଏ ଯାହା ମୋତିଆବିନ୍ଦୁ ହେବାର ଆଶଙ୍କା କମ କରିଥାଏ । ଓମେଗା ଫ୍ୟାଟି ଏସିଡର ସର୍ବୋତ୍ତମ ଉତ୍ସ ଭାବେ ଚୁନା ମାଛ ଖାଇବା ଆବଶ୍ୟକ । ସପ୍ତାହରେ ଅତି କମରେ ଦୁଇଥର ମାଛ ଖାଇବା ଦ୍ୱାରା ଆଖି ସୁସ୍ଥ ରହିଥାଏ ।

8. ଭିଟାମିନ-Cର ଅଁଳା ଏକ ଉତ୍ତମ ଉତ୍ସ । ଯାହା ଏକ ଶକ୍ତିଶାଳୀ ଆଣ୍ଟି ଅକ୍ସିଡାଣ୍ଟ । ଏହା ଆଖିର ସମସ୍ୟାକୁ ରୋକିବାରେ ସାହାଯ୍ୟ କରେ । ଅଁଳାରେ ଅନ୍ୟ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ଥାଏ ଯାହା ମୋତିଆବିନ୍ଦୁକୁ ରୋକିଥାଏ ।

ବିଦ୍ର: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.