ETV Bharat / sukhibhava

Jamun in Summer: ଶରୀର ପାଇଁ ଉପଯୋଗୀ ଜାମୁକୋଳି, ମଧୁମେହ ରୋଗୀଙ୍କ ପାଇଁ ବରଦାନ - ଜାମୁକୋଳି ଖାଇବାର ଫାଇଦା

ଗ୍ରୀଷ୍ମ ଋତୁରେ ଶରୀର ପାଇଁ ଉପଯୋଗୀ ଜାମୁକୋଳି । ଜାଣନ୍ତୁ ଉପକାରିତା

Jamun in Summer
Jamun in Summer
author img

By

Published : Jun 25, 2023, 7:31 AM IST

ହାଇଦ୍ରାବାଦ: ଆର୍ଥ୍ରାଇଟିସ୍, ହୃଦ୍‌ରୋଗ ଏବଂ ଆସ୍ଥମା ଭଳି ସମସ୍ୟା ଥିବା ଲୋକଙ୍କ ପାଇଁ ଗ୍ରୀଷ୍ମ ଋତୁ ବର୍ଷର ସବୁଠାରୁ କଷ୍ଟକର ସମୟ ଅଟେ । ପ୍ରଦୂଷଣ ଏବଂ ତାପମାତ୍ରା ବୃଦ୍ଧି ପାଇବା ସହିତ ଲୋକମାନେ ପେଟ ଜନିତ ସମସ୍ୟା, ଶ୍ୱାସକ୍ରିୟାରେ ସମସ୍ୟା ଏବଂ ହୃଦଘାତର ସମ୍ମୁଖୀନ ହୋଇପାରନ୍ତି । ତଥାପି ଗ୍ରୀଷ୍ମ ବିଷୟରେ ସର୍ବୋତ୍ତମ କଥା ହେଉଛି ଏହାର ଫଳ । ଜାମୁନ ବା ଜାମୁକୋଳି ଏକ କଳା ରଙ୍ଗର ଫଳ । ଏହା ଅତ୍ୟଧିକ ପୁଷ୍ଟିକର ଏବଂ ଗ୍ରୀଷ୍ମ ମାସରେ ବଜାରରେ ବହୁଳ ଭାବରେ ଉପଲବ୍ଧ । ଅନେକ ରୋଗରୁ ମୁକ୍ତି ପାଇବା ପାଇଁ ଖରାଦିନେ ଜାମୁକୋଳି ଖାଇବା ଲାଗି ବିଶେଷଜ୍ଞମାନେ ପରାମର୍ଶ ଦିଅନ୍ତି ।

ଜାମୁକୋଳି ଏକ ରସଯୁକ୍ତ ଫଳ ଅଟେ । ଏହାକୁ ଖାଇବା ଦ୍ବାରା କିଛି ମାତ୍ରାରେ ତୃଷା ମଧ୍ୟ ନିବାରଣ ହୋଇଥାଏ । ଏହାସହିତ ଏହା ଚର୍ମକୁ ହାଇଡ୍ରେଟ୍ ରଖିବାରେ ସାହାଯ୍ୟ କରେ । ମଧୁମେହ ରୋଗୀଙ୍କ ପାଇଁ ଏହି କୋଳି ବହୁତ ଲାଭଦାୟକ ଅଟେ । ପ୍ରକୃତରେ କହିବାକୁ ଗଲେ ଜାମୁକୋଳିରେ କ୍ୟାଲସିୟମ୍, ଆଇରନ୍, ମ୍ୟାଗ୍ନେସିୟମ୍, ଫସଫରସ୍, ସୋଡିୟମ୍, ଭିଟାମିନ୍ ସି ଏବଂ ପ୍ରଚୁର ପରିମାଣର ବି ଭିଟାମିନ୍ ଯେପରିକି ଥିଆମିନ୍, ରାଇବୋଫ୍ଲାଭିନ୍, ଫୋଲିକ୍ ଏସିଡ୍, ନିୟାସିନ୍, ଭିଟାମିନ୍ B6 ଇତ୍ୟାଦି ରହିଥାଏ ।

ଜାମୁକୋଳି ଖାଇବାର ଫାଇଦା:

1. ହିମୋଗ୍ଲୋବିନର ମାତ୍ରାକୁ ବଢାଇଥାଏ: ଜାମୁକୋଳି ଖାଇବା ଶରୀରରେ ହେମୋଗ୍ଲୋବିନର ସ୍ତର ବୃଦ୍ଧି ପାଇଥାଏ । ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍-ସି ଏବଂ ଆଇରନ୍ ମିଳିଥାଏ, ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ହେମୋଗ୍ଲୋବିନର ମାତ୍ରା ବୃଦ୍ଧି ପାଇବା ସହିତ ଜାମୁକୋଳି ଶରୀରର ସମସ୍ତ ଅଙ୍ଗକୁ ରକ୍ତ ଏବଂ ଅମ୍ଳଜାନ ଯୋଗାଇବାରେ ସାହାଯ୍ୟ କରିଥାଏ । ଜାମୁକୋଳିରେ ଥିବା ଆଇରନ ମଧ୍ୟ ରକ୍ତକୁ ଶୁଦ୍ଧ କରିବାରେ ସାହାଯ୍ୟ କରିଥାଏ ।

2. ଓଜନ କମ କରିବାରେ ସାହାଯ୍ୟ କରେ: ଜାମୁକୋଳି ପତ୍ର ଏବଂ ଏହାର ଛାଲି ମାଢିରେ ରହିଥିବା ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ । ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଥିବାରୁ ମାଢି ସମସ୍ୟା ଦୂର କରିବାରେ ସାହାଯ୍ୟ କରେ । ଏଥିରେ କ୍ୟାଲୋରୀ କମ୍ ଥିବାରୁ ଏହା ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ ଏବଂ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

3. ଶ୍ବାସକ୍ରିୟା ସମସ୍ୟାରୁ ମୁକ୍ତି: ଲୋକମାନଙ୍କ ମଧ୍ୟରେ ଶ୍ୱାସକ୍ରିୟା ଜନିତ ସମସ୍ୟାର ଆଶଙ୍କା ଅଧିକ ଦେଖାଯାଇଥାଏ । ଜାମୁକୋଳି ଶ୍ବାସକ୍ରିୟା ସମସ୍ୟାର ଚିକିତ୍ସା ପାଇଁ ପ୍ରାକୃତିକ ଆଣ୍ଟିବାୟୋଟିକ୍ ଭାବରେ ଏକ ବିଶେଷ ଭୂମିକା ଗ୍ରହଣ କରିଥାଏ । ଏହାର ଆଣ୍ଟିବାୟୋଟିକ୍ ଗୁଣ ଫ୍ଲୁ, ଥଣ୍ଡା କିମ୍ବା କାଶକୁ ମଧ୍ୟ ଚିକିତ୍ସା କରିପାରିବ । ଆସ୍ଥାମା ଏବଂ ବ୍ରୋଙ୍କାଇଟିସ୍‌କୁ ରୋଗରୁ ମଧ୍ୟ ମୁକ୍ତି ମିଳିପାରିବ ।

4. ଜାମୁକୋଳିରେ ଏଷ୍ଟ୍ରିଜେଣ୍ଟ ଗୁଣ ରହିଛି: ଜାମୁକୋଳିରେ ଏଷ୍ଟ୍ରିଜେଣ୍ଟ ଗୁଣ ରହିଛି ଯାହାକି ବ୍ରଣ ସମସ୍ୟାରୁ ମୁକ୍ତି ଦେଇଥାଏ । ମୁହଁ ତେଲିଆ ହେବା କାରଣରୁ ବିଭିନ୍ନ ପ୍ରକାର ସମସ୍ୟା ହେବା ସହ ସଂକ୍ରମଣର ଆଶଙ୍କା ରହିଥାଏ । ଏହା ଖାଇବା ଦ୍ବାରା ଚର୍ମଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ ।

5. ହାର୍ଟ ସମସ୍ୟାରୁ ମୁକ୍ତି: ପୋଟାସିୟମ୍ ଯୁକ୍ତ ଜାମୁକୋଳି ହୃଦୟ ପାଇଁ ଅତ୍ୟନ୍ତ ଲାଭଦାୟକ । ଉଚ୍ଚ ରକ୍ତଚାପ, ହୃଦରୋଗ ଏବଂ ଷ୍ଟ୍ରୋକ୍ ଭଳି ଗୁରୁତର ରୋଗରୁ ମୁକ୍ତି ଦେଇଥାଏ ଏହି ଜାମୁକୋଳି । ଏହା ରକ୍ତ ପ୍ରବାହକୁ ମଧ୍ୟ ଠିକ କରିଥାଏ ।

6. ମଧୁମେହ ରୋଗୀଙ୍କ ପାଇଁ ଫାଇଦା: ଜାମୁକୋଳି ମଧୁମେହର ଲକ୍ଷଣକୁ ଭଲ କରିପାରେ । ଅଧିକ ଶୋଷିଲା ଅନୁଭବ କରୁଥିଲେ ଜାମୁକୋଳି ଖାଇପାରିବେ । ଗ୍ରୀଷ୍ମ ଋତୁରେ ଏହା ଡିହାଇଡ୍ରେସନ୍ ସମସ୍ୟାରୁ ମୁକ୍ତି ଦେଇଥାଏ । ଏହାର କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ ଅଛି, ଯାହା ରକ୍ତରେ ଶର୍କରା ସ୍ତରକୁ ସ୍ୱାଭାବିକ ରଖେ । ଜାମୁକୋଳି ମଞ୍ଜି, ଜାମୁକୋଳି ଏବଂ ପତ୍ର ମଧୁମେହର ଚିକିତ୍ସା ପାଇଁ ବ୍ୟବହୃତ ହୋଇପାରେ । ଏହି ରୋଗ ଭଲ କରିବାରେ ମଧ୍ୟ ଏହା ବହୁତ ଲାଭଦାୟକ ଅଟେ ।

7. ସଂକ୍ରମଣର ମାତ୍ରାକୁ କମ କରେ: ଜାମୁକୋଳିରେ ଏସିଡ, ଟେନିନ, ଆସ୍କୋଲିକ ଏସିଡ ଏବଂ ବେଟୁଲିକ ଏସିଡ ରହିଥାଏ । ଏହି ସମସ୍ତ ପ୍ରକାର ତତ୍ତ୍ବ ସଂକ୍ରମଣ ସମସ୍ୟାରୁ ମୁକ୍ତି ଦେଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.