ETV Bharat / sukhibhava

Early Dinner Benefits: ଶୀଘ୍ର ରାତ୍ରିଭୋଜନ କଲେ ବଢିପାରେ ଆୟୁଷ

ଆମର ଜୀବନଶୈଳୀ ଆମ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ । ଖରାପ ଜୀବନଶୈଳୀ ଅନେକ ରୋଗ ସୃଷ୍ଟି କରିପାରେ ଯେଉଁଥିପାଇଁ ଅକାଳ ମୃତ୍ୟୁ ହେବାର ସମ୍ଭାବନା ଥାଏ । ଏକ ଅଧ୍ୟୟନରୁ ଜଣାପଡିଛି ଯେ ଶୀଘ୍ର ରାତ୍ରିଭୋଜନ କରିବା ଦ୍ବାରା ଜୀବନକାଳ ବଢିପାରେ । ଏହା ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ଆଣେ । ଅଧିକ ପଢନ୍ତୁ

Early Dinner Benefits: ରାତ୍ରୀଭୋଜନ ଶୀଘ୍ର କଲେ ବଢିପାରେ ଆୟୁଷ

author img

By ETV Bharat Odisha Team

Published : Nov 21, 2023, 12:54 PM IST

ହାଇଦ୍ରାବାଦ: ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଲୋକମାନେ ସ୍ଥିର ରୁଟିନ୍ ଅନୁସରଣ କରିବାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ଅନେକ ଥର କାମ କରିବା ସମୟରେ ରାତି ହୋଇଯାଏ, ଯେଉଁ କାରଣରୁ ଲୋକମାନେ ବେଳେବେଳେ ଖାଇବାରେ ବିଳମ୍ବ କରନ୍ତି । ଯଦିଓ ଲୋକମାନେ ଏହାକୁ ହାଲୁକା ଭାବରେ ଗ୍ରହଣ କରନ୍ତି, ମାତ୍ର ବିଳମ୍ବରେ ରାତ୍ରିଭୋଜନ କରିବା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । ତେଣୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ୭ଟାରୁ ୮ଟା ମଧ୍ୟରେ ରାତ୍ରିଭୋଜନ କରିବା ସହ ଖାଇବା ଏବଂ ଶୋଇବା ମଧ୍ୟରେ ପ୍ରାୟ ୨ରୁ ୩ ଘଣ୍ଟା ବ୍ୟବଧାନ ରଖିବାକୁ ପରାମର୍ଶ ଦିଅନ୍ତି ।

ନିକଟରେ ଏକ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡିଛି ଯେ ଶୀଘ୍ର ରାତ୍ରିଭୋଜନ କରିବା ଦ୍ବାରା ଜୀବନକାଳ ବଢିପାରେ । ଏହି ଅଧ୍ୟୟନରେ ଇଟାଲୀର ଏକ ଗାଁର ଲୋକଙ୍କ ଉପରେ ଅନୁସନ୍ଧାନ କରାଯାଇଥିଲା ଏବଂ ଜଣାପଡିଛି ଯେ ସେହି ସ୍ଥାନର ସମସ୍ତ ଲୋକ ଯେଉଁମାନେ ୯୦ ବର୍ଷରୁ ଅଧିକ ଏବେ ବି ସୁସ୍ଥ ଜୀବନଯାପନ କରୁଛନ୍ତି । ଏହାର କାରଣ ସେମାନେ ସନ୍ଧ୍ୟା ପ୍ରାୟ ୭ଟା ସମୟରେ ରାତ୍ରିଭୋଜନ କରିଦିଅନ୍ତି । ଏଥିସହ ସେମାନେ କମ୍ କ୍ୟାଲୋରୀଯୁକ୍ତ ଖାଦ୍ୟ ଏବଂ ଉଦ୍ଭିଦ ଭିତ୍ତିକ ଖାଦ୍ୟ ଖାଆନ୍ତି । ସେମାନଙ୍କର ଖାଦ୍ୟରେ ଅଧିକ ଶସ୍ୟ, ଫଳ, ପନିପରିବା ଏବଂ ଡାଲି ଅନ୍ତର୍ଭୁକ୍ତ । ତେବେ ଏଥିରୁ ଏହା ସ୍ପଷ୍ଟ ଜଣାପଡୁଛି ଯେ, ଜୀବନଶୈଳୀ ଏବଂ ଖାଦ୍ୟଶୈଳୀ ଆମ ସ୍ବାସ୍ଥ୍ୟ ଉପରେ ବହୁତ ପ୍ରଭାବ ପକାଇଥାଏ । ତେବେ ଶୀଘ୍ର ରାତ୍ରିଭୋଜନ କରିବାର ଲାଭ କ’ଣ ? ଜାଣନ୍ତୁ

ହଜମ ପାଇଁ ଲାଭଦାୟକ:

ଶୀଘ୍ର ରାତ୍ରିଭୋଜନ କରିବା ହଜମ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ସନ୍ଧ୍ୟା ପ୍ରାୟ ୭ଟା ସମୟରେ ରାତ୍ରିଭୋଜନ କରିବା ଉଚିତ । ଏହାଦ୍ବାରା ଶୋଇବା ପୂର୍ବରୁ ପର୍ଯ୍ୟାପ୍ତ ସମୟ ମିଳିଥାଏ । ଯେଉଁ କାରଣରୁ ଖାଦ୍ୟ ସଠିକ୍ ଭାବରେ ହଜମ ହୁଏ । ବିଳମ୍ବିତ ରାତ୍ରିଭୋଜନ କରିବା ଦ୍ୱାରା ଅମ୍ଳତା, ଗ୍ୟାସ୍ ଭଳି ସମସ୍ୟା ସୃଷ୍ଟି ହୋଇପାରେ । କାରଣ ଆମ ଶରୀରର କାର୍ଯ୍ୟକରିବାର କ୍ଷମତା ମନ୍ଥର ହୋଇଯାଏ । ତେଣୁ ଶୀଘ୍ର ରାତ୍ରିଭୋଜନ କରିବା ହଜମ ପ୍ରକ୍ରିୟା ପାଇଁ ଲାଭଦାୟକ ହୋଇଥାଏ ।

ଭଲ ନିଦ ହେବ:

ରାତ୍ରିଭୋଜନ ଏବଂ ଶୋଇବା ମଧ୍ୟରେ ଅଧିକ ସମୟ ଥିବା କାରଣରୁ ଭଲ ନିଦ ମଧ୍ୟ ହୋଇଥାଏ । ଖାଦ୍ୟ ସହଜରେ ହଜମ ହୋଇଥିବାରୁ ଏହା ହୁଏ । ଏଥିସହ ଅପଚ ଏବଂ ଗ୍ୟାସର ସମସ୍ୟା କମ୍ ହେତୁ ମଧ୍ୟ ଭଲ ନିଦ ହୋଇଥାଏ ।

ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ:

ଶୀଘ୍ର ରାତ୍ରିଭୋଜନ କରିବା ଦ୍ୱାରା ଓଜନ ବୃଦ୍ଧି ସମସ୍ୟା କମିଯାଏ । ୭ଟାରେ ରାତ୍ରିଭୋଜନ କଲେ ମେଟାବୋଲିଜିମ୍ ତ୍ୱରାନ୍ୱିତ ହୋଇଥାଏ । ଯେଉଁଥିପାଇଁ ଶୋଇବା ପୂର୍ବରୁ ଖାଦ୍ୟ ବହୁ ପରିମାଣରେ ହଜମ ହୋଇଯାଏ ଏବଂ ରାତିରେ ଖାଇବାକୁ ଇଚ୍ଛା ହୋଇନଥାଏ । ଫଳରେ ଅଧିକ ଖାଇବା ହୁଏ ନାହିଁ ଏବଂ ଓଜନ ବୃଦ୍ଧି ହେବା ଆଶଙ୍କା ମଧ୍ୟ କମ ରହିଥାଏ ।

ଏହା ମଧ୍ୟ ପଢନ୍ତୁ: ଖାଦ୍ୟ ସେବନ ପରେ କରନ୍ତୁ ଚାଲିବା ଅଭ୍ୟାସ, ମିଳିବ ଏହି ଫାଇଦା

ରକ୍ତରେ ଶର୍କରା ନିୟନ୍ତ୍ରଣ କରେ:

ରାତିରେ ଶୀଘ୍ର ରାତ୍ରିଭୋଜନ କରିବା ଶରୀରକୁ ଖାଦ୍ୟ ଭାଙ୍ଗିବା ପାଇଁ ସମୟ ଦେଇଥାଏ ଏବଂ ସମସ୍ତ ପୋଷକ ତତ୍ତ୍ୱ ସଠିକ୍ ଭାବରେ ଅବଶୋଷିତ ହୁଏ । ଶୀଘ୍ର ଖାଇବା ଦ୍ବାରା ଶରୀର ଇନସୁଲିନକୁ ଭଲ ଭାବରେ ବ୍ୟବହାର କରିବାରେ ସକ୍ଷମ ହୁଏ ଏବଂ ରକ୍ତରେ ଶର୍କରା ସ୍ତର ବୃଦ୍ଧି ହୁଏ ନାହିଁ, ଯେଉଁ କାରଣରୁ ମଧୁମେହ, ହୃଦରୋଗ ଇତ୍ୟାଦି ହେବାର ଆଶଙ୍କା ନଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.