ETV Bharat / sukhibhava

E-cigarette: ରୋଗ ପ୍ରତିରୋଧକ ଶକ୍ତିକୁ କରେ ଦୁର୍ବଳ, ବୃଦ୍ଧି କରାଏ ସଂକ୍ରମଣ

author img

By

Published : Apr 14, 2022, 4:46 PM IST

ଯଦି ଆପଣ ଇ-ସିଗାରେଟ ବ୍ୟବହାର କରୁଛନ୍ତି ତ ସାବଧାନ ହୋଇଯାଆନ୍ତୁ । ଏହା ଆପଣଙ୍କ ମସ୍ତିଷ୍କ, ହୃତପିଣ୍ଡ, ଫୁସଫୁସକୁ ପ୍ରଭାବିତ କରିପାରେ । ଏହାର ବ୍ୟବହାର ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିବା ସହିତ ଅନେକ ଅଙ୍ଗକୁ ମଧ୍ୟ ପ୍ରଭାବିତ କରିଥାଏ ବୋଲି ଅଧ୍ୟୟନରୁ ଜଣାପଡ଼ିଛି । ଅଧିକ ପଢନ୍ତୁ

E-cigarette: ରୋଗ ପ୍ରତିରୋଧକ ଶକ୍ତିକୁ କରେ ଦୁର୍ବଳ, ବୃଦ୍ଧି ହୁଏ ସଂକ୍ରମଣ

ହାଇଦ୍ରାବାଦ: ଅନେକ ବିଶ୍ବାସ କରନ୍ତି ଯେ ଇ-ସିଗାରେଟ୍ ସାଧାରଣ ସିଗାରେଟ ଅପେକ୍ଷା ଶରୀର ପାଇଁ କ୍ଷତିକାରକ ନୁହେଁ । ଏହି ଭ୍ରାନ୍ତ ଧାରଣା ଯୋଗୁଁ ଇ-ସିଗାରେଟ୍ ସମଗ୍ର ବିଶ୍ବରେ ଯୁବକଙ୍କ ପସନ୍ଦରେ ପରିଣତ ହୋଇଛି । କିନ୍ତୁ ଏପରି ଭାବିବା ଭୁଲ । ଇ-ସିଗାରେଟ୍ ଦ୍ବାରା ଶରୀର ଉପରେ ପଡୁଥିବା ପ୍ରଭାବ ବିଷୟରେ ଆମେରିକାର କାଲିଫର୍ଣ୍ଣିଆ ୟୁନିଭର୍ସିଟି ଅଧ୍ୟୟନ କରିଛି। ଅନୁସନ୍ଧାନରେ ଏହା ଜଣାପଡ଼ିଛି ଯେ ଇ-ସିଗାରେଟର ପ୍ରଭାବ ମସ୍ତିଷ୍କ, ହୃତପିଣ୍ଡ, ଫୁସଫୁସ ଏବଂ ଅନ୍ତନଳୀରେ ଉପରେ ପଡୁଛି ।

ଏହା ବ୍ୟତୀତ, ରୋଗ ପ୍ରତିରୋଧକ ଶକ୍ତିର ଦୁର୍ବଳତା ଯୋଗୁଁ ଶରୀରର ସଂକ୍ରମଣ ସହିତ ଲଢିବାର କ୍ଷମତା ମଧ୍ୟ କମିଯାଏ । ଭିନ୍ନ ଧରଣର ସିଗାରେଟ ଅନୁସାରେ ଶରୀର ଉପରେ ଏହାର ପ୍ରଭାବ ମଧ୍ୟ ଭିନ୍ନ ହୋଇଥାଏ ବୋଲି ଜଣାପଡ଼ିଛି । କାଲିଫର୍ଣ୍ଣିଆ ୟୁନିଭର୍ସିଟିର ଅଧ୍ୟୟନ ରିପୋର୍ଟ ଅନୁସାରେ ଇ-ସିଗାରେଟର ପ୍ରଭାବ ଜାଣିବା ପାଇଁ ମୂଷାଙ୍କ ଉପରେ ଗବେଷଣା କରାଯାଇଥିଲା । ସେମାନଙ୍କୁ ପ୍ରତିଦିନ ୩ ଥର ଟିମ ଏରୋସଲ ଦିଆଯାଇଥିଲା । ମୂଷାକୁ ୩ ମାସ ପର୍ଯ୍ୟନ୍ତ ଫ୍ଲେଭର ଏରୋସଲ ଦିଆଯାଇଥିଲା । ଏହାପରେ ଯେତେବେଳେ ଗବେଷକ ସେମାନଙ୍କ ମସ୍ତିଷ୍କକୁ ପରୀକ୍ଷା କରିଥିଲେ ।

ମସ୍ତିଷ୍କ ଓ ଶରୀରର ଅନ୍ୟାନ୍ୟ ଅଙ୍ଗ ମଧ୍ୟ କିଛି ମାତ୍ରାରେ ପ୍ରଭାବିତ ହୋଇଥିଲା । ଇ-ସିଗାରେଟ ପ୍ରଭାବ ସମ୍ପର୍କରେ ଗବେଷଣା କରିବା ପରେ ଗବେଷକମାନେ ଏହି ନିଷ୍କର୍ସରେ ପହଞ୍ଚିଥିଲେ ଯେ ଏହାର ବ୍ୟବହାର କରୁଥିବା ବ୍ୟକ୍ତି ଚିନ୍ତା ଓ ବିଷାଦଗ୍ରସ୍ତ ହୋଇଥାଏ । ଏହାସହିତ ଧୂମପାନ କରୁଥିବା ବ୍ୟକ୍ତି ଅଧିକ ନିଶାସକ୍ତ ହୋଇଥାଏ । ନିୟମିତ ୧ ମାସ ଇ-ସିଗାରେଟ ପାନ କରିବା ଦ୍ବାରା କାଶ ଭଳି ରୋଗର ଆଶଙ୍କା ଅଧିକ ରହିଥାଏ । ଏହାବ୍ୟତୀତ ହୃତପିଣ୍ଡରେ ଥିବା କୋଷକୁ ଏହା ସଂକ୍ରମିତ କରିଥାଏ । ଫଳରେ ଫୁସଫୁସରେ ଫୁଲା ଭଳି ସମସ୍ୟା ଦେଖାଦିଏ ।

ଗବେଷଣାରେ ଏହା ମଧ୍ୟ ସାମନାକୁ ଆସିଛି ଯେ ଯେଉଁ ମୂଷାକୁ ପୋଦିନା ଫ୍ଲେଭରର ଏରୋସଲ ଦିଆଯାଇଥିଲା, ଉକ୍ତ ମୂଷା ଉପରେ ବୀଜାଣୁ ଜନିତ ନିମୋନିଆର ପ୍ରଭାବ ପଡିଥିଲା । ଗତବର୍ଷ ସେପ୍ଟେମ୍ବର ମାସରେ ଫୁଡ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ(FDA) ଇ-ସିଗାରେଟ ଓ ଇ-ଲିକ୍ବିଡ ଭଳି ୯ ଲକ୍ଷ ୪୬ ହଜାରଠୁ ଅଧିକ ଫ୍ଲେଭର ଇଲେକ୍ଟ୍ରୋନିକ ନିକୋଟିନ ଉତ୍ପାଦ ବିକ୍ରି ଉପରେ ରୋକ ଲଗାଇଥିଲା । ଏହାସହିତ ଏଗୁଡ଼ିକ ଶରୀର ପାଇଁ ହାନିକାରକ ବୋଲି କହିଥିଲା ଏଫଡିଏ । FDA ଅନୁସାରେ ୧୨ରୁ ୧୭ ବର୍ଷ ବୟସର ପ୍ରାୟ ୮୦ ପ୍ରତିଶତ ଯୁବପିଢି ଇ-ସିଗାରେଟ ବ୍ୟବହାର କରିଥାନ୍ତି । ଏହାସହିତ ସେମାନେ ଫ୍ଲେଭର ତମାଖୁ ସେବନ କରିଥାନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.