ETV Bharat / sukhibhava

ସାବଧାନ ! E cigarette କାରଣରୁ ହୋଇପାରେ ହୃଦଘାତ - ଇ ସିଗାରେଟ୍ ସାଇଡ୍ ଇଫେକ୍ଟ

ଇ-ସିଗାରେଟ୍ ନିଶାରେ ପଡିଥିଲେ ସାବଧାନ । ଏକ ନୂତନ ଅନୁସନ୍ଧାନ ଅନୁଯାୟୀ, ଇ-ସିଗାରେଟ୍ ଏରୋସୋଲର(E cigarette aerosols) ସଂସ୍ପର୍ଶରେ ଆସିବା ଦ୍ୱାରା ହୃଦଘାତ ହୋଇପାରେ(E cigarette cause heart diseas) । ଅଧିକ ପଢନ୍ତୁ

ସାବଧାନ ! E cigarette କାରଣରୁ ହୋଇପାରେ ହୃଦଘାତ

author img

By

Published : Oct 27, 2022, 5:18 PM IST

ନ୍ୟୁୟର୍କ: ଅନେକ ବିଶ୍ବାସ କରନ୍ତି ଯେ, ଇ-ସିଗାରେଟ୍ ସାଧାରଣ ସିଗାରେଟ ଅପେକ୍ଷା ଶରୀର ପାଇଁ କ୍ଷତିକାରକ ନୁହେଁ । ଏହି ଭ୍ରାନ୍ତ ଧାରଣା ଯୋଗୁଁ ଇ-ସିଗାରେଟ୍ ସମଗ୍ର ବିଶ୍ବରେ ଯୁବକଙ୍କ ପସନ୍ଦରେ ପରିଣତ ହୋଇଛି । କିନ୍ତୁ ଏପରି ଭାବିବା ସମ୍ପୂର୍ଣ୍ଣ ଭୁଲ୍ । ଜଣେ ଭାରତୀୟ ବଂଶୋଦ୍ଭବ ଅନୁସନ୍ଧାନକାରୀଙ୍କ ସମେତ ଆମେରିକାର ଏକ ନୂତନ ଅଧ୍ୟୟନ ଟିମ୍ ଜାଣିବାକୁ ପାଇଛି ଯେ, ଇ-ସିଗାରେଟ୍ ଏରୋସୋଲର(E cigarette aerosols) ସଂସ୍ପର୍ଶରେ ଆସିବା ଦ୍ୱାରା ହୃଦଘାତ ହୋଇପାରେ ।

E cigarette କାରଣରୁ ହୋଇପାରେ ହୃଦଘାତ
E cigarette କାରଣରୁ ହୋଇପାରେ ହୃଦଘାତ

ନେଚର୍ କମ୍ୟୁନିକେସନ୍ସରେ(Nature Communications) ପ୍ରକାଶିତ ଖ୍ରୀଷ୍ଟିନା ଲି ବ୍ରାଉନ୍ ଏନ୍‌ଭାୟାରୋମ୍ ଇନଷ୍ଟିଚ୍ୟୁଟ୍‌ର ଲୁଇସଭିଲ୍ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀଙ୍କ ଦ୍ବାରା କରାଯାଇଥିବା ଅଧ୍ୟୟନରୁ ଜଣାପଡିଛି ଯେ, ଇ-ସିଗାରେଟ୍ ନିର୍ଦ୍ଦିଷ୍ଟ ରାସାୟନିକ ପଦାର୍ଥର ସଂସ୍ପର୍ଶରେ ଆସି ଏରିଥମିଆ ଏବଂ ହୃଦ୍‌ରୋଗର କାରଣକୁ ବୃଦ୍ଧି କରିଥାଏ(E-cigarette cause Heart diseas) ।

ଏହି ଅଧ୍ୟୟନର ସହକାରୀ ପ୍ରଫେସର ଆଲେକ୍ସ କାର୍ଲ କହିଛନ୍ତି ଯେ, "ଆମର ଅନୁସନ୍ଧାନରୁ ଜଣାପଡିଛି ଇ-ସିଗାରେଟ୍‌ରେ ସ୍ୱଳ୍ପକାଳୀନ ସଂସ୍ପର୍ଶରେ ଆସିବା ଇ-ତରଳ ପଦାର୍ଥ ମଧ୍ୟରେ ଥିବା ନିର୍ଦ୍ଦିଷ୍ଟ ରାସାୟନିକ କାରଣରୁ ହୃଦୟର ଗତି ଅସ୍ଥିର ହୋଇପାରେ । ଇ-ତରଳ ପଦାର୍ଥର ବ୍ୟବହାରରେ କିଛି ସ୍ୱାଦ କିମ୍ବା ଦ୍ରବଣ ରହିଥାଏ, ଯାହା ହୃଦୟର ବୈଦ୍ୟୁତିକ ଚାଳନାକୁ ବାଧା ଦେଇପାରେ ଏବଂ ଏରିଥମିଆ(ହୃଦୟ ରୋଗ) ସୃଷ୍ଟି କରିପାରେ ।"

ଆଲେକ୍ସ କାର୍ଲ କହିଛନ୍ତି ଯେ, "ପ୍ରଭାବଗୁଡିକ ଆଟ୍ରିଆଲ୍ କିମ୍ବା ଭେଣ୍ଟ୍ରିକୁଲାର ଫାଇବ୍ରିଲେସନ୍ ଏବଂ ହଠାତ୍ ହୃଦ୍‌ଘାତର ଆଶଙ୍କା ବଢାଇପାରେ । ଅନୁସନ୍ଧାନକାରୀମାନେ ଇ-ସିଗାରେଟ୍ ଉପାଦାନଗୁଡ଼ିକର ମୁଖ୍ୟ ଦୁଇଟି ଉପାଦାନରୁ(ନିକୋଟିନ୍ମୁକ୍ତ ପ୍ରୋପିଲିନ୍ ଗ୍ଲାଇକଲ୍ ଏବଂ ଭେଜିଟେବଲ୍ ଗ୍ଲିସେରିନ୍) କିମ୍ବା ନିକୋଟିନ୍-ସ୍ବାଦଯୁକ୍ତ ଇ-ତରଳ ପଦାର୍ଥରୁ ନିର୍ମିତ ଇ-ସିଗାରେଟ୍ ଏରୋସୋଲର ଥିବା ହୃଦ୍‌ରୋଗ ସମ୍ପର୍କ ଉପରେ ପରୀକ୍ଷା କରିଥିଲେ । ସେମାନେ ଜାଣିବାକୁ ପାଇଲେ ଯେ, ସମସ୍ତ ଇ-ସିଗାରେଟ୍ ଏରୋସୋଲ୍ ପାଇଁ ପଶୁମାନଙ୍କର ହୃଦସ୍ପନ୍ଦନ ପଫ୍ ଏକ୍ସପୋଜର ସମୟରେ ମନ୍ଥର ହୋଇଯାଏ ।"

ଏଥିସହ, ଏହି କାରଣରୁ ହୃଦୟରେ ଅନ୍ୟାନ୍ୟ ଅନିୟମିତତା ହୋଇଥିବା ଦେଖାଯାଇଛି । ଇ-ସିଗାରେଟ୍ ସାଧାରଣ ସିଗାରେଟ୍ ତୁଳନାରେ ଏକ ସ୍ତରରେ ଏଲ୍ଡିହାଇଡସ୍, ପାର୍ଟିକଲ୍ସ ଏବଂ ନିକୋଟିନ୍ ବିତରଣ କରିଥାଏ, ଯାହା ଶରୀର ପାଇଁ କ୍ଷତିକାରକ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.