ETV Bharat / sukhibhava

ଡ୍ରାଏ ଫ୍ରୁଟ୍ ଖାଇଲେ ଶୁକ୍ରାଣୁ ବୃଦ୍ଧି - Dry Fruits Can Help Increase The Sperm Count

ଆମର ଆହାର ଓ ଜୀବନଶୈଳୀ ଆମର ଶାରୀରିକ ସହ ମାନସିକ ସ୍ୱାସ୍ଥ୍ୟରେ ବି ପ୍ରତିଫଳିତ ହୋଇଥାଏ । ଡାକ୍ତରମାନେ ବିଶ୍ୱାସ କରନ୍ତି ଯେ, ଆମର ଅଧା ସ୍ୱାସ୍ଥ୍ୟ ସମସ୍ୟା ସନ୍ତୁଳିତ ଆହାର ଓ ସ୍ୱାସ୍ଥ୍ୟକର ଜୀବନଶୈଳୀ ଦ୍ୱାରା ସମାଧାନ ହୋଇପାରିବ । ପ୍ରଜନନ ଜନିତ ସମସ୍ୟା ବି ଦୂର ହୋଇପାରିବ । ପୁରୁଷ ପ୍ରଜନନ କ୍ଷମତା ଓ ଡ୍ରାଏ ଫ୍ରୁଟ ମଧ୍ୟରେ ସଂପର୍କ ରହିଛି ବୋଲି ଜର୍ଣ୍ଣାଲ ଅଫ୍ ଆଂଡ୍ରୋଲୋଜିରେ ଏକ ରିପୋର୍ଟ ପ୍ରକାଶିତ ହୋଇଛି ।

ଡ୍ରାଏ ଫ୍ରୁଟ୍ ଖାଇଲେ ଶୁକ୍ରାଣୁ ବୃଦ୍ଧି
ଡ୍ରାଏ ଫ୍ରୁଟ୍ ଖାଇଲେ ଶୁକ୍ରାଣୁ ବୃଦ୍ଧି
author img

By

Published : Mar 14, 2021, 10:53 PM IST

ଆମର ଆହାର ଓ ଜୀବନଶୈଳୀ ଆମର ଶାରୀରିକ ସହ ମାନସିକ ସ୍ୱାସ୍ଥ୍ୟରେ ବି ପ୍ରତିଫଳିତ ହୋଇଥାଏ । ଡାକ୍ତରମାନେ ବିଶ୍ୱାସ କରନ୍ତି ଯେ, ଆମର ଅଧା ସ୍ୱାସ୍ଥ୍ୟ ସମସ୍ୟା ସନ୍ତୁଳିତ ଆହାର ଓ ସ୍ୱାସ୍ଥ୍ୟକର ଜୀବନଶୈଳୀ ଦ୍ୱାରା ସମାଧାନ ହୋଇପାରିବ । ପ୍ରଜନନ ଜନିତ ସମସ୍ୟା ବି ଦୂର ହୋଇପାରିବ । ପୁରୁଷ ପ୍ରଜନନ କ୍ଷମତା ଓ ଡ୍ରାଏ ଫ୍ରୁଟ ମଧ୍ୟରେ ସଂପର୍କ ରହିଛି ବୋଲି ଜର୍ଣ୍ଣାଲ ଅଫ୍ ଆଂଡ୍ରୋଲୋଜିରେ ଏକ ରିପୋର୍ଟ ପ୍ରକାଶିତ ହୋଇଛି । ଅନେକ ଡାକ୍ତର ଓ ବିଶେଷଜ୍ଞ ବି ଏହି ମତ ଦେଇଛନ୍ତି । ଏକ ଅଧ୍ୟୟନ ଅନୁସାରେ ବାଦାମ,ଆଲମଣ୍ଡ,ୱାଲନଟ୍ ଓ ହାଜେଲନଟ ଆଦି ନିୟମିତ ଖାଇଲେ ପୁରୁଷମାନଙ୍କର ଶୁକ୍ରାଣୁ ବିକଶିତ ହୋଇଥାଏ । ଆସନ୍ତୁୁ ଏ ସଂପର୍କରେ ଜାଣିବା ।

କ’ଣ କହୁଛି ଅଧ୍ୟୟନ ?

ଜର୍ଣ୍ଣାଲ ଅଫ ଆଣ୍ଡୋଲୋଜିରେ ପ୍ରକାଶିତ ଏକ ଗବେଷଣାତ୍ମକ ନିବନ୍ଧରେ ଉଲ୍ଲେଖ ରହିଛି ଯେ, ଆଲମଣ୍ଡ, ୱାଲନଟ୍ ଓ ଅନ୍ୟ ଟ୍ରି ନଟ୍ରି ହେଲଥି ଡାଏଟ ଗ୍ରହଣ କଲେ ପୁରୁଷଙ୍କ ଶୁକ୍ରାଣୁର ମାନ ବୃଦ୍ଧି ପାଏ। ଏସବୁ ବାଦାମ ଖାଇବାର ୧୪ ସପ୍ତାହ ମଧ୍ୟରେ ଭଲ ଫଳାଫଳ ମିଳେ ବୋଲି ରିପୋର୍ଟରେ ଦର୍ଶାଯାଇଛି । ଗବେଷଣା ସମୟରେ ୭୨ ଜଣ ସୁସ୍ଥ ପୁରୁଷଙ୍କୁ ପାଶ୍ଚାତ୍ୟ ଶୈଳୀର ରେଡ୍ ମିଟ୍‌, ପ୍ରକ୍ରିୟାକତ ଖାଦ୍ୟ ଓ ଶର୍କରା ଦିଆଯାଇଥିଲା । ଏମାନଙ୍କ ମଧ୍ୟରୁ ୪୮ ଜଣଙ୍କୁ ୬୦ ଗ୍ରାମ ଲେଖାଏଁ ଭିନ୍ନ ଭିନ୍ନ ଟ୍ରି ନଟ୍ ପ୍ରତ୍ୟହ ୧୪ ସପ୍ତାହ ଧରି ଖାଇବାକୁ ଦିଆଯାଇଥିଲା । ଅବଶିଷ୍ଟ ୨୪ ଜଣଙ୍କୁ ସେମାନଙ୍କ ସ୍ୱାଭାବିକ ଆହାର ଖାଇବାକୁ କୁହାଯାଇଥିଲା । ୧୪ ସପ୍ତାହ ପରେ ଜଣାପଡିଥିଲା ଯେ,ଯେଉଁମାନେ ଗୁରୁ ଖାଦ୍ୟ ଖାଇଥିଲେ, ସେମାନଙ୍କ ଶୁକ୍ରାଣୁର ଡିଏନଏର ୩୬ ଜିନୋମିକ ପାର୍ଟ ଥିଲା । ନିୟନ୍ତ୍ରିତ ଗ୍ରୁପ୍ ଅପେକ୍ଷା ଗୁରୁ ଖାଦ୍ୟ ଖାଇଥିବା ଗ୍ରୁପର୍ ଶୁକ୍ରାଣୁରେ ମେଥିଲ୍ ଆଂଶିକ ଭାବେ ଦେଖାଦେଇଥିଲା । ଏଥିମଧ୍ୟରୁ ୯ ଦଶମିକ ୭୨ ପ୍ରତିଶତ ହାଇପରମିଥେଲେଟେଡ୍ ଥିଲା । ଏଥିରୁ ଜଣାପଡିଥିଲା ଯେ, ପାଶ୍ଚାତ୍ୟ ଆହାର ଖାଇଲେ ସ୍ପର୍ମ ଡିଏନଏର ନିର୍ଦ୍ଦିଷ୍ଟ ଅଂଶରେ ମିଥେଲେସନ ସୃଷ୍ଟି ହୁଏ ।

ସ୍ପେନର ରୋଭିରାଇ ଭର୍ଜିଲ ବିଶ୍ୱବିଦ୍ୟାଳୟରେ ଆଉ ଏକ ଗବେଷଣା କରାଯାଇଥିଲା । ଏହି ଗବେଷଣାର ଫଳାଫଳରୁ ବି ଜଣାପଡିଥିଲା ଯେ, ୧୪ ସପ୍ତାହ ଧରି ପ୍ରଚୁର ପରିମାଣରେ ବାଦାମ ଦିନକୁ ଦୁଇ ଥର ଖାଇଲେ ପୁରୁଷଙ୍କ ସ୍ପର୍ମ ମାନ ବିକଶିତ ହୁଏ । ଏହି ଅଧ୍ୟୟନ ପାଇଁ ୧୮ରୁ ୩୫ ବର୍ଷ ବୟସର ୧୧୯ ପୁରୁଷଙ୍କ ଶରୀର ଅନୁଧ୍ୟାନ କରାଯାଇଥିଲା । ସେମାନଙ୍କୁ ଦୁଇଟି ଗୋଷ୍ଠୀରେ ବିଭକ୍ତ କରାଯାଇଥିଲା । ଗ୍ରୁପ୍ ଏ ର ପୁରୁଷଙ୍କୁ ୧୪ ଦିନ ଯାଏଁ ୬୦ ଗ୍ରାମ ଲେଖାଏଁ ଡ୍ରାଏ ଫ୍ରୁଟ୍ ଦିଆଯାଇଥିଲା । ଗ୍ରୁପ୍ ବି ରେ ଥିବା ପୁୁରୁଷଙ୍କୁ ସେମାନେ ଖାଉଥିବା ସାଧାରଣ ଡାଏଟ ଦିଆଯାଇଥିଲା । ଯେଉଁ ପୁରୁଷମାନେ ଡ୍ରାଏ ଫ୍ରୁଟ ଖାଇଥିଲେ ସେମାନଙ୍କ ଶୁକ୍ରାଣ ସଂଖ୍ୟାରେ ୧୪ ପ୍ରତିଶତ ବୃଦ୍ଧି ଘଟିଥିଲା । ଏହାଛଡା ସେମାନଙ୍କ ସାମଗ୍ରିକ ସ୍ୱାସ୍ଥ୍ୟ ବି ୪ ପ୍ରତିଶତ ବୃଦ୍ଧି ହୋଇଥିଲା ।

ଏସବୁ ଗବେଷଣାର ଫଳାଫଳ ବାର୍ସେଲୋନାରେ ଅନୁଷ୍ଠିତୟୁରୋପିୟାନ ସୋସାଇଟି ଅଫ ହ୍ୟୁମାନ ରିପ୍ରଡକସନ ଆଣ୍ଡ୍ଏଂ ବ୍ରୋୟଲୋଜିର ବୈଠକରେ ଉପସ୍ଥାପନ କରାଯାଇଥିଲା । ବିଶେଷଜ୍ଞମାନେ ଯୁକ୍ତି ଦର୍ଶାଇଥିଲେ ଯେ, ଓମେଗା -୩ ଫ୍ୟାଟି ଏସିଡ୍ ଓ ଆଂଟିଅକ୍ସିଡାଂଟସ ପ୍ରଜନନ କ୍ଷମତା ବୃଦ୍ଧି କରେ । ଗବେଷକମାନେ ଆହୁରି ମଧ୍ୟ ଦର୍ଶାଇଥିଲେ ଯେ, ନିୟମିତ ଆହାରରେ ଡ୍ରାଏ ଫ୍ରୁଟ୍ଖା ଉଥିବା ଲୋକଙ୍କ ସ୍ପର୍ମ ଡିଏନଏ ଫ୍ରାଗମେଂଟେସନ ହ୍ରାସ ପାଇଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.