ETV Bharat / sukhibhava

ବୃଦ୍ଧାବସ୍ଥାରେ ମଜଭୁତ ରହିବାକୁ ଚାହୁଁଛନ୍ତି କି ? ଯୁବାବସ୍ଥାରେ ପିଅନ୍ତୁ କଫି

author img

By ETV Bharat Odisha Team

Published : Dec 19, 2023, 1:35 PM IST

Benefits of Coffee: ନିକଟରେ କଫିକୁ ନେଇ ଏକ ଅନୁସନ୍ଧାନ କରାଯାଇଥିବା ବେଳେ ଏହାର ଉପକାରିତା ବିଷୟରେ ଦର୍ଶାଯାଇଛି। ବୃଦ୍ଧାବସ୍ଥାରେ ମଜଭୁତ ରହିବାକୁ ହେଲେ ଯୁବାବସ୍ଥାରେ କଫି ପିଇବା ଆବଶ୍ୟକ ବୋଲି କୁହାଯାଇଛି। ଅଧିକ ପଢନ୍ତୁ

Benefits of Coffee
Benefits of Coffee

ହାଇଦ୍ରାବାଦ: ଅଧିକାଂଶ ଭାରତୀୟଙ୍କ ସକାଳ ଆରମ୍ଭ ହୁଏ କେବଳ ଚା' କିମ୍ବା କଫିରୁ । କୁହାଯାଏ ଦିନଟି ଚା' ବା କଫିରୁ ଆରମ୍ଭ ହୋଇଗଲେ, ପୁରା ଦିନଟି ଫ୍ରେସ୍‌ ଲାଗେ । ତେବେ କଫି ସେବନକୁ ନେଇ ଅନେକ ସମୟରେ ଭିନ୍ନ ଭିନ୍ନ ତଥ୍ୟା ସାମ୍ନାକୁ ଆସିଥାଏ। କିଛି ବ୍ୟକ୍ତି କଫିକୁ ସ୍ବାସ୍ଥ୍ୟ ଉପକାରିତା ବୋଲି କହିଥିବା ବେଳେ ଆଉ କିଛି ଜଣ ଏହା ସ୍ବାସ୍ଥ୍ୟ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ ବୋଲି କହିଥାଆନ୍ତି। ଅନୁସନ୍ଧାନକାରୀ ମଧ୍ୟ ଅନେକ ସମୟରେ ଏ ଉପରେ ଅନୁସନ୍ଧାନ କରିଥାନ୍ତି । ନିକଟରେ ହୋଇଥିବା ଏକ ଅନୁସନ୍ଧାନ ଆଉ ଥରେ କଫିର ଉପକାରିତା ବାବଦରେ ଦର୍ଶାଇଛି ।

ଯଦି ବୃଦ୍ଧା ଅବସ୍ଥାରେ ଫିଟ ରହିବାକୁ ଚାହୁଁଛନ୍ତି ତେବେ ବୟସ୍କ ସମୟରେ କଫି ପିଇବାର ଆବଶ୍ୟକତା ରହିଥିବା ନେଇ ନିକଟରେ ହୋଇଥିବା ଏକ ଅନୁସନ୍ଧାନରେ ଦର୍ଶାଯାଇଛି । ସିଙ୍ଗାପୁରର ନ୍ୟାସନାଲ ୟୁନିଭରସିଟି ପକ୍ଷରୁ ଏହି ଅନୁସନ୍ଧାନ କରାଯାଇଥିଲା। ତେବେ ଯେଉଁମାନ ମିଡିସ ଏଇଜ ବା ବୟସ୍କ ସମୟରେ କଫି ପଉଥିଲେ ବୃଦ୍ଧାବସ୍ଥାରେ ସେମାନେ ଫିଟ ରହିଥିବା ନେଇ ରିସର୍ଚ୍ଚରେ ଖୁଲାସା କରାଯାଇଛି ।

ଯେଉଁମାନେ ବୟସ୍କ ସମୟରେ କଫିନ ସେବନ କରୁଥିଲେ ସେମାନଙ୍କର ଶାରୀରିକ କାର୍ଯ୍ୟକଳାପରେ କୌଣସି ବ୍ୟାଘାତ ହୋଇନଥିବା ବେଳେ ବୃଦ୍ଧି ଅବସ୍ଥାରେ ମଧ୍ୟ ଶକ୍ତି, ଶାରୀରିକ ଏବଂ ମାନିସିକ ଶକ୍ତି ହ୍ରାସ ହେବାର ସମ୍ଭାବନାକୁ ମଧ୍ୟ ହ୍ରାସ ପାଇଥିଲା। ଅନୁସନ୍ଧାନକାରୀମାନେ ବିଶ୍ବାସ କରନ୍ତି ଯେ, ବୃଦ୍ଧି ଅବସ୍ଥାରେ ଦେଖାଯାଉଥିବା ଶକ୍ତିହୀନ ଏବଂ ଦୁର୍ବଳ ସମସ୍ୟାକୁ କଫି ରୋକିପାରିବ। ତେବେ ଏହି ରିସର୍ଚ୍ଚ ପାଇଁ 53 ବର୍ଷୀୟ ବ୍ୟକ୍ତିଙ୍କୁ ସାମିଲ କରାଯାଇଥିବା ବେଳେ 20 ବର୍ଷ ପର୍ଯ୍ୟନ୍ତ ଅନୁଧ୍ୟାନ କରାଯାଇଥିଲା।

ଏହା ମଧ୍ୟ ପଢନ୍ତୁ: ଅନୁସନ୍ଧାନ: କ୍ୟାଫିନ୍‌ର ମାତ୍ରା ସତ୍ତ୍ୱେ ମସ୍ତିଷ୍କ ବିକଶିତ କରିବାରେ ସ୍ୱତନ୍ତ୍ର ଭାବରେ ସହାୟକ କଫି

ଯେଉଁମାନଙ୍କର କଫି ପିଇବା ଅଭ୍ୟାସ ରହିନଥିଲା ସେମାନଙ୍କ ସହିତ କଫି ପିଉଥିବା ବ୍ୟକ୍ତିଙ୍କର ତୁଳନା କରାଯାଇଥିଲା। ଯେଉଁମାନେ କଦାପି କଫି ପିଉନଥିଲେ ସେମାନଙ୍କ ତୁଳନାରେ ଯେଉଁମାନେ ଦୈନିକ 4 କଫ କଫି ପିଉଥିଲେ ସେମାନଙ୍କର ବୃଦ୍ଧାବସ୍ଥାରେ ଦୁର୍ବଳ ହେବାର ଆଶଙ୍କା କମ ରହିଥିଲା । ତେବେ ଚା' ପିଉଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ମଧ୍ୟ ସମାନ ଫଳାଫଳ ଦେଖାଯାଇଥିଲା । ତେବେ ଏହାର ମୂଳ କାରଣ କ୍ୟାଫିନ ବୋଲି କୁହାଯାଇଛି। କିନ୍ତୁ ରିସର୍ଚ୍ଚରେ ଏହା ମଧ୍ୟ ଦର୍ଶାଯାଇଛି ଯେ, ଅଧିକ ପରିମାଣରେ କଫି କିମ୍ବା ଚା' ପିଇବା ଶରୀର ଉପରେ କୁପ୍ରଭାବ ପକାଇପାରେ । ତେଣୁ ଆବଶ୍ୟକ ଅନୁସାରେ ଏହା ସେବନ କରିବା ଉଚିତ ବୋଲି କୁହାଯାଇଛି ।

ବିଦ୍ର: ଏହା ଇଟିଭି ଭାରତର ନିଜସ୍ବ ମତ ନୁହେଁ, ଏହା ଏକ ଅନୁସନ୍ଧାନ ଭିତ୍ତିକ ଖବର ଅଟେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.