ହାଇଦ୍ରାବାଦ: ଖରାପ ଖାଦ୍ୟ ଏବଂ ଖରାପ ଜୀବନଶୈଳୀ ହେତୁ ଆଜିକାଲି ଲୋକମାନେ କିଡନୀ ଜନିତ ସମସ୍ୟାରେ ପୀଡିତ ହେଉଛନ୍ତି । କିଡନୀରେ ଛୋଟ ଛୋଟ ପଥର ଗଠନ ଆରମ୍ଭ ହୁଏ । ଯନ୍ତ୍ରଣା ଏତେ ଅନୁଭବ ହୁଏ ଯେ ବ୍ୟକ୍ତି ଏହାକୁ ସହିବା କଷ୍ଟକର ହୋଇଯାଏ । ଯେତେବେଳେ ଶରୀରରେ ମିନେରାଲ୍ସ ଏବଂ ସୋଡିୟମ୍ ମିଶ୍ରିତ ହୁଏ, ଏହା କ୍ରିଷ୍ଟେଲ ସୃଷ୍ଟି କରେ । ଏହି ପଥର ଗୁଡିକର ଆକାର ଭିନ୍ନ ହୋଇପାରେ । କିଡନୀରେ ଷ୍ଟୋନ ସୃଷ୍ଟି ହେବାର ଅନେକ କାରଣ ରହିଛି । କମ୍ ପାଣି ପିଇବା, କ୍ୟାଲସିୟମ ଅକ୍ସାଲେଟର ପରିମାଣ ଅଧିକ ଥିବା ଖାଦ୍ୟ ଖାଇବା ଦ୍ବାରା ଏହା କିଡନୀରେ ଧୀରେ ଧୀରେ ପଥର ସୃଷ୍ଟି କରିବା ଆରମ୍ଭ କରେ । ବିଶେଷଜ୍ଞଙ୍କ ସୂଚନା ଅଅନୁସାରେ ଏପରି ପରିସ୍ଥିତିରେ, ଗ୍ରୀନ୍ ଟି ଏବଂ ଲେମନ ଟି ପିଇବା ଦ୍ୱାରା କିଡନୀ ଷ୍ଟୋନର ଆଶଙ୍କା ବଢିଯାଏ । ଜାଣନ୍ତୁ ଏହାର କାରଣ କ'ଣ ?
ଆଜିକାଲି ଲୋକମାନେ ଏକ ସୁସ୍ଥ ଜୀବନଶୈଳୀ ଅନୁସରଣ କରିବା ପାଇଁ ଗ୍ରୀନ୍ ଟି ଏବଂ ଲେମନ ଟି ପିଅନ୍ତି । କାରଣ ଏହା ମେଟାବୋଲିଜିମକୁ ବଢାଇଥାଏ ଏବଂ ହଜମ ପ୍ରକ୍ରିୟା ସଠିକ୍ ରଖିଥାଏ । ଏଥିରେ ଏକ ପରିମାଣର ଆଣ୍ଟି ଅକ୍ସିଡାଣ୍ଟ ଅଛି ଯାହା ଆପଣଙ୍କୁ ଅନେକ ରୋଗରୁ ରକ୍ଷା କରିଥାଏ । ଏହି କାରଣରୁ ଲୋକମାନେ କ୍ଷୀର ଚା' ବଦଳରେ ଲେମ୍ବୁ ଏବଂ ଗ୍ରୀନ ଟି ପିଇବାକୁ ପସନ୍ଦ କରନ୍ତି । ଯଦି ଏହାକୁ ଅତ୍ୟଧିକ ପିଅନ୍ତି, ତେବେ ଏହାଦ୍ବରା ଶରୀରରେ ଅନେକ ସମସ୍ୟା ସୃଷ୍ଟି କରିପାରେ । ଏହାରି ମଧ୍ୟରେ କିଡନୀ ଷ୍ଟୋନ ହେବା ସମସ୍ୟା ଅଧିକ ରହିଛି । ଲୋକମାନେ ଗ୍ରୀନ ଟି କିମ୍ବା ବ୍ଲାକ୍ ଟି ଦିନକୁ ଅନେକ ଥର ପିଇଥାନ୍ତି । ଏହି କାରଣରୁ, ଶରୀରରେ ଅକ୍ସଲେଟର ସ୍ତର ବଢିପାରେ । ଗ୍ରୀନ୍ ଟିରେ ଅକ୍ସଲେଟ୍ ନାମକ ଏକ ଏନଜାଇମ୍ ଥାଏ ଯାହା କିଡନୀଷ୍ଟୋନ ପାଇଁ ଦାୟୀ ହୋଇପାରେ ।
ଅନ୍ୟପଟେ, ଯଦି ଆମେ ଲେମନ ଟି ବିଷୟରେ କହିବାକୁ ଗଲେ, ଏଥିରେ ଭିଟାମିନ୍ C ଭରପୁର ମାତ୍ରାରେ ଥାଏ, ଯାହା ଅକ୍ସଲେଟ୍ ସୃଷ୍ଟି କରେ। ଯେଉଁଥିପାଇଁ କ୍ୟାଲସିୟମ୍ ବୃଦ୍ଧି ପାଇବା ଆରମ୍ଭ କରେ। କ୍ୟାଲସିୟମ ପରିମାଣ ବୃଦ୍ଧି ଶରୀରରେ କିଡନୀ ଷ୍ଟୋନର ସମ୍ଭାବନାକୁ ବଢାଇଥାଏ। ଏହି କାରଣରୁ, ଯକୃତ, ଅର୍ଥ୍ରାଇଟିସ୍ ଭଳି ରୋଗ ହେବାର ଆଶଙ୍କା ମଧ୍ୟ ଅଛି। ଯଦି ଆପଣଙ୍କର କିଡନୀ ଷ୍ଟୋନ ସମସ୍ୟା ଅଛି, ତେବେ ଆପଣ ଏହାର ବ୍ୟବହାରରୁ ଦୂରେଇ ରହିବା ଉଚିତ। ଏବଂ ଯନ୍ତ୍ରଣା ଅନୁଭବ କରୁଥିଲେ ତୁରନ୍ତ ଏକ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ।
(Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ)