ETV Bharat / sukhibhava

Beverage Benefit: ଦୀର୍ଘାୟୁ କରେ କଫି, ହୃତପିଣ୍ଡକୁ ରଖେ ସୁସ୍ଥ

ମୃଦୁପାନୀୟକୁ ପ୍ରାୟ ଅନେକ ପସନ୍ଦ କରନ୍ତି । କାହାର କପେ ଚା' ଅଧିକ ପସନ୍ଦ ହୋଇଥାଏ ତ କିଏ କଫି ପିଇବାକୁ ଅଧିକ ପ୍ରାଧାନ୍ୟ ଦିଏ । ହେଲେ ଆପଣ ଜାଣନ୍ତି କି କଫି ନା ଯେ କେବଳ ଆପଣଙ୍କୁ ତାଜା କରେ ବରଂ ଏହାର ରହିଛି କିଛି ଉପାଦେୟତା । କଫି ଦୀର୍ଘାୟୁ କରିବା ସହ ହାର୍ଟ ଫେଲ୍ୟୁରରୁ ମଧ୍ୟ ରକ୍ଷା କରେ । ଅଧିକ ପଢନ୍ତୁ

Beverage Benefit: ଦୀର୍ଘାୟୁ କରେ କଫି, ହୃତପିଣ୍ଡକୁ ରଖେ ସୁସ୍ଥ
Beverage Benefit: ଦୀର୍ଘାୟୁ କରେ କଫି, ହୃତପିଣ୍ଡକୁ ରଖେ ସୁସ୍ଥ
author img

By

Published : Mar 31, 2022, 9:29 PM IST

ହାଇଦ୍ରାବାଦ: ସକାଳ ଆରମ୍ଭ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ନିହାତି ମୃଦୁ ପାନୀୟକୁ ଖୋଜିଥାନ୍ତି ଅନେକ ଲୋକେ । କପେ ଚା' ହେଉ କି କଫି । ପେଟରେ ପଡିବା ପରେ ସତେଜତା ଅନୁଭବ କରନ୍ତି ଏହି ମୃଦୁପାନୀୟ ପ୍ରେମୀ । ତେବେ ଆପଣ ଜାଣନ୍ତି କି ଦିନକୁ ୨ରୁ ୩ କପ୍‌ କଫି ପିଇବା ଦ୍ବାରା ଆମ ଶରୀରର ମୁଖ୍ୟ ଅଙ୍ଗ ହୃତପିଣ୍ଡ ସୁସ୍ଥ ରହିଥାଏ । କଫି ପିଇବା ଦ୍ବାରା ପ୍ରାୟ ୧୦ରୁ ୧୫ ପ୍ରତିଶତ ହୃଦଘାତ ହେବାର ସମ୍ଭାବନା କମ ରହିଥାଏ ବୋଲି ଗବେଷକମାନେ କହିଛନ୍ତି ।

ଏହା ଉପରେ ପ୍ରାୟ ୧୦ ବର୍ଷ ଗବେଷଣା କରାଯାଇଛି । ଏଥିରେ ୫ ଲକ୍ଷ ଲୋକଙ୍କୁ ସାମିଲ କରାଯାଇଥିଲା । ଏମାନଙ୍କ ମଧ୍ୟରେ ଜଣେ ଜଣେ ଅଂଶଗ୍ରହଣକାରୀ ଦିନକୁ ୬ କପ୍‌ରୁ ଅଧିକ କଫି ପିଉଥିବା ବ୍ୟକ୍ତିମାନେ ମଧ୍ୟ ଅନ୍ତର୍ଭୁକ୍ତ ରହିଥିଲେ । କଫି ପିଇବା ସହିତ ହୃତପିଣ୍ଡର ସମ୍ପର୍କକୁ ନେଇ ଗବେଷକମାନେ ଗବେଷଣା କରିଥିଲେ । ଏନେଇ ଅଷ୍ଟ୍ରେଲିଆ ମେଲବର୍ଣ୍ଣର Alfred Hospital and Baker Heart Instituteର ବରିଷ୍ଠ ଲେଖକ କହିଛନ୍ତି ଯେ ସାଧାରଣତଃ କଫି ପିଇବାକୁ ମନା କରାଯାଏ ।

କଫି ପିଇବା ଦ୍ବାରା ଲୋକଙ୍କ ହାର୍ଟବିଟ ବଢିଯାଏ । ଏଥିଲାଗି କଫି ହୃତପିଣ୍ଡ ପାଇଁ ହାନିକାରକ ବୋଲି କୁହାଯାଏ । ଏଥିଲାଗି ଜେନେରାଲ ମେଡିକାଲ କଫି ପିଇବାକୁ ମନା କରିଥାନ୍ତି । ହେଲେ ଗବେଷଣାରୁ ଜଣାପଡ଼ିଛି ଯେ ହେଲ୍‌ଦି ଡାଏଟରେ କଫିକୁ ଅନ୍ତର୍ଭୁକ୍ତ କରିବା ଆବଶ୍ୟକ । ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଯେଉଁମାନେ ଦିନକୁ ୨ରୁ ୩ ଥର କଫି ପିଇଥାନ୍ତି, ସେମାନଙ୍କ ବିଳମ୍ବରେ ମଧ୍ୟ ହୃତପିଣ୍ଡ ସମସ୍ୟା ଦେଖାଦେବାର ସମ୍ଭାବନା କମ ରହିଥାଏ ।

ଗବେଷକମାନେ କହିଛନ୍ତି ଯେ କଫିରେ କ୍ରିମ, କ୍ଷୀର ଓ ଚିନିର ପରିମାଣ ମଧ୍ୟ କମ କରିବା ଆବଶ୍ୟକ । ନଚେତ ଏଗୁଡ଼ିକର ଅଧିକ ମାତ୍ରା ଶରୀରକୁ କ୍ଷତି ପହଞ୍ଚାଇଥାଏ । ଯେଉଁ ବ୍ୟକ୍ତିଙ୍କର କାର୍ଡିଓଭାସ୍କୁଲାର ରୋଗ ରହିଥିବା ବେଳେ ସେମାନେ ଆଦୌ କଫି ପିଅନ୍ତି ନାହିଁ ସେମାନଙ୍କ କ୍ଷେତ୍ରରେ ଆରିଥମିଆ(arrhythmia) ରୋଗ ହେବାର ସମ୍ଭାବନା ଅଧିକ ରହିଥାଏ । ଏହାସହିତ ଆରିଥମିଆ ରୋଗ ଥାଇ ମଧ୍ୟ ଯେଉଁମାନେ କଫି ପିଅନ୍ତି ସେମାନଙ୍କ premature ଡେଥ ହେବାର ସମ୍ଭାବନା କମ ରହିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.