ETV Bharat / sukhibhava

Stress: ସବୁବେଳେ ଚାପ ଲାଗି ରହୁଛି କି, ରୋଷେଇ କଲେ ଦୂର ହେବ ସମସ୍ୟା ! - ରୋଷେଇ କଲେ ଦୂର ହେବ କ୍ଲାନ୍ତି

ଆଜିକା ସମୟରେ କାର୍ଯ୍ୟଭାର ଅଧିକ ହେବା ଯୋଗୁଁ ସମସ୍ତେ ଥକ୍କି ଯାଇଥାଆନ୍ତି । ତେବେ ଆପଣ ମଧ୍ୟ କ୍ଲାନ୍ତ କିମ୍ବା ଚାପରେ ରହୁଛନ୍ତି କି ? ଆପଣାନ୍ତୁ ଏହି ଟିପ୍ସ

Feeling stressed
Feeling stressed
author img

By ETV Bharat Odisha Team

Published : Oct 26, 2023, 12:57 PM IST

ହାଇଦ୍ରାବାଦ: ଛୋଟରୁ ଘରେ ରହି ପାଠ ପଢିବା ପରେ ଅଧିକ ପାଠ ପଢିବା ପାଇଁ ଅଥବା ଚାକିରି କରିବା ପାଇଁ ସମସ୍ତେ ଘରୁ ବାହାରକୁ ଆସିଥାଆନ୍ତି । ସମାଜରେ ସମସ୍ତେ ସ୍ବାବଲମ୍ବୀ ହେବାକୁ ଚାହିଁଥାଆନ୍ତି । ତେବେ କର୍ମକ୍ଷେତ୍ରରେ ଚାପ ଅଧିକ ଯୋଗୁଁ ଚାପ ବୃଦ୍ଧି ପାଇଥାଏ। ଅଫିସ ସାରି ଘରିବା ବେଳେ ସମସ୍ତେ କ୍ଲାନ୍ତ ଅନୁଭବ କରିଥାଆନ୍ତି । ଗୋଟିଏ ପଟେ ଚାପ ସହ ଅନ୍ୟପଟେ କ୍ଲାନ୍ତ ଯୋଗୁଁ କୌଣସି କାର୍ଯ୍ୟ କରିବା ପାଇଁ ଇଚ୍ଛା ହୁଏ ନାହିଁ । ଏଭଳି ପରିସ୍ଥିତିରେ ଘରକୁ ଫେରିଲା ବେଳେ ଶକ୍ତିହୀନ ଲାଗିଥାଏ । କର୍ମକ୍ଷେତ୍ରରୁ ଫେରିଲା ପରେ ଭୋକ ଲାଗିଲେ ରୋଷେଇ କରିବା ବଦଳରେ ସମସ୍ତେ ବାହାରୁ ଖାଇବା ଅର୍ଡର କରି ଖାଇ ଥାଆନ୍ତି କିମ୍ବା ସାଙ୍ଗମାନଙ୍କ ସହ ବାହାରକୁ ଯାଇଥାଆନ୍ତି । ରୋଷେଇ କରିବା ପାଇଁ ଇଚ୍ଛା ହୋଇନଥାଏ ।

ତେବେ ଏନେଇ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ, " ଏହି ସବୁ କାରଣ ପାଇଁ ଲୋକେ କହନ୍ତି ଯେ, ଏହି କାମ ଏବେ ନୁହେଁ ପରେ କରିବା । କିନ୍ତୁ ଏଭଳି କାର୍ଯ୍ୟ ଦ୍ବାରା ଚିନ୍ତା ଦୂର ହୋଇନଥାଏ ବୋଲି କୁହାଯାଇଛି । ଏଭଳି ପରିସ୍ଥିତିରେ ଯେଉଁ କାର୍ଯ୍ୟ କରିବା ପାଇଁ ମନେ ହେଉଛି ସେହି କାର୍ଯ୍ୟ କରିବା ଉଚିତ ବୋଲି କୁହାଯାଇଛି । ପେଟ ଭର୍ତ୍ତି ହେଲେ ଚିନ୍ତାଧାରାରେ ଉନ୍ନତି ଆସିବା ସହିତ ମନରେ ସନ୍ତୋଷ ଆସିବ । ଯାହା ନିଜକୁ ଖୁସି ଦେବା ସହିତ କ୍ଲାନ୍ତ ଦୂର ହୋଇପାରିବ ।

ଏହା ମଧ୍ୟ ପଢନ୍ତୁ: Depression: ଡିପ୍ରେସନର ଶିକାର ହୋଇଛନ୍ତି କି? ଖାଆନ୍ତୁ ଏହି ଫଳ

ବଳକା ସମୟରେ ଚିତ୍ରାଙ୍କନ କିମ୍ବା ଅନ୍ୟାନ୍ୟ କାର୍ଯ୍ୟ କରିବା ଯେପରି ଭଲ ଲାଗେ, ସେହି ଭଳି ଭାବେ ରୋଷେଇକୁ ମଧ୍ୟ ଉକ୍ତରେ ଶ୍ରେଣୀରେ ଅନ୍ତର୍ଭୁକ୍ତ କରିବା ଜରୁରୀ ବୋଲି କୁହାଯାଇଛି । ତେବେ ରୋଷେଇ କରିବା ସମୟରେ ଆଖି ଲାଖିଗଲା ଭଳି ଗଠନ, ରଙ୍ଗ ଏବଂ ବାସ୍ନା କରିବା ପାଇଁ ଚେଷ୍ଟା କରିବା ଉଚିତ୍‌ । ଯେତେବେଳେ କିଛି ନୂଆ କରିବା ପାଇଁ ଚିନ୍ତା କରିବେ ସେତେବେଳେ ମନରୁ ଚାପ ଦୂର ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

ତେବେ ଏକ ଅଧ୍ୟୟନରେ କୁହାଯାଇଛି ଯେ, ବନ୍ଧୁତାରେ ସ୍ବାର୍ଥପରତା ହୋଇପାରେ । କିନ୍ତୁ ଖାଦ୍ୟ ସହ ତାହା ହୋଇପାରିବ ନାହିଁ । ନୂଆ ନୂଆ ଖାଦ୍ୟ ତିଆରି କରି ସାଙ୍ଗମାନଙ୍କୁ ଖାଇବାକୁ ଦେବା ଦ୍ବାରା ଅନ୍ୟମାନଙ୍କୁ ଦକ୍ଷତା ଦେଖାଇପାରିବେ । ଏହାସହ ପ୍ରଶଂସାର ପାତ୍ର ମଧ୍ୟ ହୋଇପାରିବେ । ତେବେ ଏହି ସମସ୍ତ ଟିପ୍ସ ଆପଣାଇବା ଦ୍ବାରା ଥକ୍କା, ଚିନ୍ତା, ଚାପ ଏବଂ ଏକୁଟିଆ ଅନୁଭବ ହେବ ନାହିଁ। ପରିବାର ଲୋକ ଖୁସି ହେବା ସହିତ ଚାପ ଦୂର ହୋଇପାରିବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.