ETV Bharat / sukhibhava

ଭୁଲ୍‌ରେ ବି ଚାପି ରଖନ୍ତୁ ନାହିଁ ପରିସ୍ରା ! ହୋଇପାରେ ଏହି ସବୁ ସ୍ବାସ୍ଥ୍ୟ ସମସ୍ୟା - ସ୍ବାସ୍ଥ୍ୟ ଖବର

ବାରମ୍ବାର ପରିସ୍ରା ଲାଗୁଛି, ଆଉ ଏହାକୁ ଚାପି ରଖୁଛନ୍ତି କି ? ଏପରି ଅଭ୍ୟାସ ଥିଲେ ସତର୍କ ହୋଇଯାଆନ୍ତୁ । ହୋଇପାରେ ଏହି ସବୁ ଜଟିଳ ସ୍ବାସ୍ଥ୍ୟ ସମସ୍ୟା । ଅଧିକ ପଢନ୍ତୁ

woman with urine problems
woman with urine problems
author img

By

Published : Mar 14, 2023, 9:24 PM IST

ହାଇଦ୍ରାବାଦ: ମଳ-ମୂତ୍ର ତ୍ୟାଗ ଏକ ପ୍ରକାର ପ୍ରାକୃତିକ ପ୍ରକ୍ରିୟା । ଏହି ପ୍ରକ୍ରିୟା ଠିକ୍ ଭାବେ ହେଲେ ଜଣେ ବ୍ୟକ୍ତି ସୁସ୍ଥ ଅଛନ୍ତି ବୋଲି ଜଣାଯାଏ । ସାଧାରଣତଃ ଗ୍ରୀଷ୍ମଋତୁ ଅପେକ୍ଷା ଶୀତଋତୁରେ ଅଧିକ ପରିସ୍ରା ଲାଗିଥାଏ । କାରଣ ଗ୍ରୀଷ୍ମଋତୁରେ ଝାଳ ଆକାରରେ ଶରୀରରୁ ପାଣି ନିଷ୍କାସିତ ହୋଇଯାଏ ମାତ୍ର ଶୀତଦିନେ ଏପରି ହୋଇନଥାଏ । ଅଧିକାଂଶ ଲୋକେ ପରିସ୍ରା ଯିବାକୁ କୁଣ୍ଠାବୋଧ କରନ୍ତି । ବାରମ୍ବାର ପରିସ୍ରା ଚାପି ରଖନ୍ତି ।

ଆପଣ ବି ଯଦି ଏହିପରି ଅଭ୍ୟାସରେ ଅଭ୍ୟସ୍ତ ହୋଇଗଲେଣି ତେବେ ସତର୍କ ହୋଇଯାଆନ୍ତୁ । କାରଣ ଏହି ଅଭ୍ୟାସ ସ୍ବାସ୍ଥ୍ୟ ଉପରେ ପକାଇପାରେ ଗମ୍ଭୀର ପ୍ରଭାବ । ତେବେ ବାରମ୍ବାର ମୂତ୍ର ଚାପି ରଖିବା ଦ୍ବାରା କି କି ସ୍ବାସ୍ଥ୍ୟ ସମସ୍ୟା ହୁଏ, ଜାଣନ୍ତୁ...

ମୂତ୍ରାଶୟ ସଂକ୍ରମଣ

ଯଦି ଆପଣ ପରିସ୍ରାକୁ ଦୀର୍ଘ ସମୟ ଚାପି ରଖନ୍ତି, ତେବେ ପରିସ୍ରା ପଥ(ମୂତ୍ରାଶୟ)ରେ ସଂକ୍ରମଣର ସମସ୍ୟା ହୋଇପାରେ । ମୂତ୍ରନଳୀରେ ଜୀବାଣୁ ବଢିବା ଆରମ୍ଭ କରନ୍ତି । ଏହା ପରିସ୍ରାରେ ରକ୍ତ, ଜଳୁଥିବା ସେନ୍ସେସ୍, ଗାଢ ରଙ୍ଗର ପରିସ୍ରା, ତଳ ପେଟରେ ଯନ୍ତ୍ରଣା ଭଳି ସମସ୍ୟା ସୃଷ୍ଟି କରିପାରେ । ମହିଳାମାନଙ୍କଠାରେ ଏହି ପ୍ରକାର ସମସ୍ୟା ଅଧିକ ଦେଖାଯାଏ କାରଣ ସେମାନେ ଦୀର୍ଘ ସମୟ ଧରି ପରିସ୍ରା ଚାପି ରଖିଥାନ୍ତି ।

ମୂତ୍ରାଶୟ ଯନ୍ତ୍ରଣା

ଯେଉଁମାନେ ଦୀର୍ଘ ସମୟ ଧରି ପରିସ୍ରା ଚାପି ରଖିଥାନ୍ତି, ସେମାନଙ୍କ ବ୍ଲାଡର ଏବଂ କିଡନୀରେ ଯନ୍ତ୍ରଣା ଅନୁଭବ ହୋଇପାରେ । ବାସ୍ତବରେ, ବିଷାକ୍ତ ପଦାର୍ଥ ବାହାର କରିବା ପାଇଁ କିଡନୀ କାର୍ଯ୍ୟ କରିଥାଏ । କିନ୍ତୁ ପରିସ୍ରା ବନ୍ଦ କରିବା କିଡନୀ କାର୍ଯ୍ୟ ପ୍ରକ୍ରିୟାରେ ବାଧା ସୃଷ୍ଟି କରେ । ଏହା ପରିସ୍ରା ମାଂସପେଶୀ ଏବଂ କିଡନୀରେ ଯନ୍ତ୍ରଣା ସୃଷ୍ଟି କରେ ।

କିଡନୀ ଷ୍ଟୋନ୍

ଦୀର୍ଘ ସମୟ ପର୍ଯ୍ୟନ୍ତ ପରିସ୍ରା ଚାପି ରଖିବାର କୁପ୍ରଭାବ ସିଧାସଳଖ କିଡନୀ ଉପରେ ପଡିଥାଏ । ଦୀର୍ଘ ସମୟ ପର୍ଯ୍ୟନ୍ତ ଏହି ଅଭ୍ୟାସ ରହିଲେ କିଡନୀରେ ଷ୍ଟୋନ୍ ହୋଇଯାଏ । ଠିକ୍ ସମୟରେ ଚିକିତ୍ସା କରାନଗଲେ କିଡନୀ ଫେଲ୍(ନଷ୍ଟ) ହୋଇଯିବାର ମଧ୍ୟ ସମ୍ଭାବନା ଥାଏ ।

ବ୍ଲାଡର ଫାଟିପାରେ

ଯଦି ବାରମ୍ବାର ପରିସ୍ରା ବନ୍ଦ କରୁଛନ୍ତି, ତେବେ ଏହା ବ୍ଲାଡରରକୁ ଦୁର୍ବଳ କରିବା ଆରମ୍ଭ କରେ । ଯଦି ଏହି ପରିସ୍ଥିତି ଦୀର୍ଘ ସମୟ ଧରି ପୁନରାବୃତ୍ତି ହୁଏ, ତେବେ ବ୍ଲାଡର ଫାଟିଯିବାର ଆଶଙ୍କା ରହିପାରେ । ପରିସ୍ରା ଲିକ୍ ହେବାର ସମ୍ଭାବନା ରହିପାରେ । ଏହି କାରଣରୁ, ପ୍ରାଇଭେଟ୍‌ ପାର୍ଟରେ ଅସହ୍ୟ ଯନ୍ତ୍ରଣା ହୁଏ । ତେଣୁ ଏସବୁ କୁଅଭ୍ୟାସକୁ ଏଡାଇବାକୁ ଚେଷ୍ଟା କରନ୍ତୁ । ଯେତେ କାର୍ଯ୍ୟ ସମସ୍ୟାରେ ଥିଲେ ମଧ୍ୟ ପ୍ରାକୃତ୍ରିକ ପ୍ରକ୍ରିୟାକୁ ଅବହେଳା କରନ୍ତୁ ନାହିଁ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଖାଦ୍ୟ କିମ୍ବା ସପ୍ଲିମେଣ୍ଟ ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.