ହାଇଦ୍ରାବାଦ: ପଇଡ ସ୍ବାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ । ଡିହାଇଡ୍ରେସନ ଏବଂ କ୍ଲାନ୍ତକୁ ଦୂର କରିବା ପାଇଁ ପଇଡ ପାଣି ପିଇବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଥାଆନ୍ତି । ତେବେ ଭୁଲ ଉପାୟରେ ବା ଭୁଲ ସମୟପରେ ପଇଡ ପାଣି ପିଇବା ଦ୍ବାରା ଶରୀରକୁ କ୍ଷତି ପହଞ୍ଚିଥାଏ । ତେବେ ପ୍ରଶ୍ନ ଉଠୁଛି ସ୍ବାସ୍ଥ୍ୟ ପ୍ରତି ଉପକାରୀ ପଇଡ କେଉଁ ଭଳି ଭାବେ କ୍ଷତି ପହଞ୍ଚାଇପାରେ ? ତେବେ ଭୁଲ ଉପାୟରେ ପିଇବା ଦ୍ବାରା ଏହା ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ ବୋଲି କୁହାଯାଇଛି । ବାୟୋମେଡ୍ ରିସର୍ଚ୍ଚ ଅନ୍ଲାଇନ ପତ୍ରିକାରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଅଧିକ ନଡିଆ ପାଣି ପିଇବା ଦ୍ବାରା ପରିସ୍ରାରେ ପୋଟାସିୟମର ମାତ୍ରା ବୃଦ୍ଧି ପାଇଥାଏ । ଯାହା ଶରୀର ପାଇଁ କ୍ଷତିକାରକ ବୋଲି କୁହାଯାଏ ।
ଆବଶ୍ୟକତା ଠାରୁ ଅଧିକ ପଇଡ ପିଇବା ସ୍ବାସ୍ଥ୍ୟ ପକ୍ଷେ ହାନିକାରକ: ନଡିଆ ପାଣି ହେଉଛି ଏକ ପ୍ରାକୃତିକ ଇଲେକ୍ଟ୍ରୋଲାଇଟ୍ ସମୃଦ୍ଧ ପାନୀୟ ଅଟେ । ଏଥିରେ କ୍ୟାଲୋରୀ ଏବଂ ଶର୍କରା କମ ରହିଥାଏ । ଏହାସହ ପୋଟାସିୟମ, ମ୍ୟାଗ୍ନେସିୟମ, କ୍ୟାଲସିୟମ ଏବଂ ଆଇରନ ରହିଥାଏ । ନଡ଼ିଆ ପାଣି ହାଇଡ୍ରେଟ୍ କରିବା ଏବଂ ସତେଜ ଅନୁଭବ କରିବାରେ ସର୍ବୋତ୍ତମ ଅଟେ । ବିଶେଷ କରି ଗ୍ରୀଷ୍ମ ସମୟରେ ନଡ଼ିଆ ପାଣି ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ତେବେ ଆବଶ୍ୟକତା ଠାରୁ ଅଧିକ ପଇଡ ପିଇବା ଦ୍ବାରା ସ୍ବାସ୍ଥ୍ୟପ୍ରତି କ୍ଷତି ପହଞ୍ଚିଥାଏ । କେତେକ ସମୟରେ ଆଲର୍ଜି ହେବାର ମଧ୍ୟ ସମ୍ଭାବନା ରହିଥାଏ ।
ଏହା ମଧ୍ୟ ପଢନ୍ତୁ: Coconut Water Benefits: ପଇଡ ପାଣିରେ ଭରି ରହିଛି ଏହି ସବୁ ସ୍ବାସ୍ଥ୍ୟ ଉପକାରୀ ଗୁଣ
- ଡାଇରିଆ: ପଇଡ ପାଣିରେ ପୋଟାସିୟମ ଅଧିକ ମାତ୍ରାରେ ରହିଥାଏ । ତେବେ ପଇଡ ପାଣି ଶରୀରକୁ ହାଇଡ୍ରେଟ ରଖୁଥିଲେ ହେଁ ଏହାର ଅଧିକ ମାତ୍ରା ଶରୀରରେ ପୋଟାସିୟମର ବୃଦ୍ଧି କରିଥାଏ । ଯାହାକି ଶରୀର ପାଇଁ କ୍ଷତିକାରକ ବୋଲି କୁହାଯାଏ ।
- ରକ୍ତଶର୍କରା ବୃଦ୍ଧି: ପ୍ରତ୍ୟେକଙ୍କୁ ପଇଡ ପିଇବା ପସନ୍ଦ ହୋଇଥାଏ । କିନ୍ତୁ ସମୟର ଅଭାବ ହେତୁ ଲୋକେ ପଇଡ ଆଣି ପିଇବା ବଦଳରେ ବଜାରରେ ମିଳୁଥିବା ଡ୍ରିଙ୍କ୍ସକୁ ପିଇଥାଆନ୍ତି । ତେବେ ଷ୍ଟୋର କରି ରଖୁଥିବା ପଇଡ ପାଣିରେ ଶର୍କରା ଯୁକ୍ତ କରାଯାଇଥାଏ । ଅତ୍ୟଧିକ ଶର୍କରା ଶରୀର ପାଇଁ ହାନିକାରକ ହୋଇଥିବା ବେଳେ ମଧୁମେହ ରୋଗୀଙ୍କ କ୍ଷେତ୍ରରେ ଏହା ସାଘାଂତିକ ହୋଇପାରେ ।
- ଆଲର୍ଜି: ତେବେ ଅନେକ ଜଣଙ୍କୁ ପଇଡ ପାଣିରେ ଆଲର୍ଜି ରହିଥାଏ । କୁଣ୍ଡିଆ, ଫୁଲିବା ଘା ଭଳି ମଧ୍ୟ ଲକ୍ଷଣ ଦେଖାଯାଇପାରେ । ଯଦି ଆଲର୍ଜି ସମସ୍ୟା ଦେଖାଯାଇଥାଏ ତେବେ ତୁରନ୍ତ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନେବା ଆବଶ୍ୟକ ।
- ଔଷଧ ସହ ପିଇବା ଅନୁଚିତ: ନଡ଼ିଆ ପାଣିରେ ସ୍ୱାଭାବିକ ଭାବରେ ପୋଟାସିୟମରେ ଅଧିକ ରହିଥାଏ । ତେବେ ଏହାକୁ ଔଷଧ ସହ ପିଇବା ଦ୍ବାରା ପରିସ୍ରାରେ ସମସ୍ୟା ହୋଇପାରେ । ଏହାସହ ପାର୍ଶ୍ବ ପ୍ରତିକ୍ରିୟା ଦେଖାଯିବାର ମଧ୍ୟ ସମ୍ଭାବନା ରହିଥାଏ । ଯଦି କୌଣସି ଔଷଧ ସେବନ କରୁଛନ୍ତି ତାହେଲେ ପଇଡ ପାଣି ପିଇବା ଆଗରୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନେବା ଆବଶ୍ୟକ ।