ETV Bharat / sukhibhava

ସାବଧାନ ! ମଧୁମେହ ରୋଗୀଙ୍କ ପାଇଁ ଏହି ସବୁ ଖାଦ୍ୟ ବିଷ ସଦୃଶ - କେଉଁ ସବୁ ଖାଦ୍ୟ ମଧୁମେହ ରୋଗୀଙ୍କ ପାଇଁ ହାନିକାରକ

ମଧୁମେହ ରୋଗୀମାନେ ସେମାନଙ୍କର ସ୍ୱାସ୍ଥ୍ୟ ପ୍ରତି ବିଶେଷ ଯତ୍ନ ନେବା ଉଚିତ୍ । କାରଣ ମଧୁମେହ ରୋଗୀଙ୍କ ପାଇଁ ଅଧିକ ଶର୍କରା ବିଷ ଠାରୁ କିଛି କମ୍ ନୁହେଁ । କେଉଁ ସବୁ ଖାଦ୍ୟ ମଧୁମେହ ରୋଗୀଙ୍କ ପାଇଁ ବିଷ ସଦୃଶ, ଜାଣନ୍ତୁ

diabetes
diabetes
author img

By

Published : Apr 8, 2023, 5:57 PM IST

ହାଇଦ୍ରାବାଦ: ମଧୁମେହ ଏକ ରୋଗ, ଯେଉଁ କାରଣରୁ ରକ୍ତରେ ଶର୍କରା ସ୍ତର ବୃଦ୍ଧିପାଏ । ଯଦି ଏହି ରୋଗ ଠିକ୍ ସମୟରେ ଚିକିତ୍ସା କରା ନ ଯାଏ, ତେବେ ଶରୀରରେ ଅନ୍ୟାନ୍ୟ ଅନେକ ରୋଗ ସୃଷ୍ଟି ହୋଇପାରେ । ଦୀର୍ଘ ସମୟ ଧରି ରକ୍ତରେ ଗ୍ଲୁକୋଜ ବା ଶର୍କରା ବୃଦ୍ଧି ସ୍ବାସ୍ଥ୍ୟ ପାଇଁ ବିପଦଜନକ । ମଧୁମେହ ରୋଗୀମାନେ ସେମାନଙ୍କର ସ୍ୱାସ୍ଥ୍ୟ ପ୍ରତି ବିଶେଷ ଯତ୍ନ ନେବା ଉଚିତ୍ । କାରଣ ମଧୁମେହ ରୋଗୀଙ୍କ ପାଇଁ ଅଧିକ ଶର୍କରା ବିଷ ଠାରୁ କିଛି କମ୍ ନୁହେଁ ।

ମଧୁମେହରେ ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ଖାଦ୍ୟରେ କଟକଣା । ଏହି ସମୟରେ ଅନେକ ଖାଦ୍ୟ ଖାଇବାକୁ ଏବଂ ନ ଖାଇବାକୁ ପରାମର୍ଶ ଦିଆଯାଏ । ଏଥିପାଇଁ ମଧୁମେହ ରୋଗୀ ଅନେକ ସମୟରେ ଦ୍ବନ୍ଦ୍ବରେ ପଡନ୍ତି । ତେବେ ଆଜିର ଆର୍ଟିକିଲରେ ଏପରି କିଛି ଖାଦ୍ୟ ବାବଦରେ ଆଲୋଚନା କରାଯାଇଛି, ଯାହାକୁ ମଧୁମେହ ରୋଗୀଙ୍କଠାରୁ ଦୂରେଇ ରଖିବା ଉଚିତ୍ । ସେଗୁଡିକ କଣ, ଜାଣନ୍ତୁ ।

ଚକୋଲେଟ୍ ମିଲ୍କ: କ୍ଷୀରର ସ୍ୱାଦ ବଢାଇବାକୁ, ଲୋକମାନେ ପ୍ରାୟତଃ ଏଥିରେ ବିଭିନ୍ନ ଜିନିଷ ଯୋଗ କରନ୍ତି, ଯାହା ମଧ୍ୟରୁ ଗୋଟିଏ ହେଉଛି ଚକୋଲେଟ୍ । ଅନେକ ଲୋକ କ୍ଷୀରରେ ଚକୋଲେଟ୍ ମିଶ୍ରଣ କରି ପିଅନ୍ତି । ହେଲେ ଜାଣନ୍ତି କି ଏଥିରେ ପ୍ରଚୁର ପରିମାଣରେ ଶର୍କରା ଥାଏ ବୋଲି । ଆଜ୍ଞା ହଁ, ଚକୋଲେଟ୍ ମିଲ୍କରେ ପ୍ରଚୁର ପରିମାଣରେ ଶର୍କରା ଥାଏ । ଏହା ମଧୁମେହ ରୋଗୀଙ୍କ ପାଇଁ ହାନିକାରକ । ସେଥିପାଇଁ ମଧୁମେହ ରୋଗୀମାନେ ଚକୋଲେଟ୍ କ୍ଷୀର ପିଇବା ଉଚିତ୍ ନୁହେଁ ।

ସ୍ୱାଦଯୁକ୍ତ ଦହି: ଦହି ଆମ ସ୍ୱାସ୍ଥ୍ୟ ପାଇଁ ଅନେକ ଉପାୟରେ ଲାଭଦାୟକ । ଏହା ଅନ୍ତନଳୀ ସ୍ବାସ୍ଥ୍ୟ ପାଇଁ ବେଶ୍ ଉପକାରକ । ତଥାପି, ଦହିରେ ଯେକୌଣସି ପ୍ରକାରର ସ୍ୱାଦ ମିଶାଇ ଖାଇବା ବିପଜ୍ଜନକ । ସ୍ବାଦଯୁକ୍ତ ଦହି ମଧୁମେହ ରୋଗୀଙ୍କ ସମସ୍ୟାକୁ ବହୁଗୁଣିତ କରିଦିଏ । ସ୍ବାଦଯୁକ୍ତ ଦହିରେ କୃତ୍ରିମ ଚିନି ଥିବା କାରଣରୁ ଏହା ରକ୍ତରେ ଶର୍କରା ସ୍ତରକୁ ବୃଦ୍ଧି କରେ । ତେଣୁ ମଧୁମେହ ରୋଗୀ ସ୍ବାଦଯୁକ୍ତ ବା ଫ୍ଲେଭର୍ଡ ଦହି ଠାରୁ ଦୂରେଇ ରହିବା ଉଚିତ୍ ।

ଏହା ମଧ୍ୟ ପଢନ୍ତୁ:- ଅନୁସନ୍ଧାନ: ଦିନକୁ 3 ଘଣ୍ଟାରୁ ଅଧିକ ସ୍ମାର୍ଟଫୋନ୍ ବ୍ୟବହାର ପିଠି ଯନ୍ତ୍ରଣାର କାରଣ

ସ୍ୱାଦଯୁକ୍ତ କଫି: ଅଧିକରୁ ଅଧିକ କଫି ପିଇବା ସର୍ବଦା ବିପଜ୍ଜନକ ବୋଲି ବିବେଚନା କରାଯାଏ । କିନ୍ତୁ କିଛି ଲୋକ ଏଥିରେ ସ୍ୱାଦ ଯୋଗ କରି ଏହାକୁ ଆହୁରି ମାରାତ୍ମକ କରିଦିଅନ୍ତି ! ସ୍ୱାଦଯୁକ୍ତ କଫିରେ ଥିବା ଚିନି ରକ୍ତରେ ଶର୍କରା ସ୍ତରରେ ତୁରନ୍ତ ବୃଦ୍ଧି କରାଇପାରେ । ତେଣୁ ମଧୁମେହ ରୋଗୀ ଏଥିରୁ ଦୂରେଇ ରହିବା ଉଚିତ୍ ।

ଅଧିକ ଚିନି ଥିବା ଫଳ: ମଧୁମେହ ରୋଗୀଙ୍କୁ ସେହି ଫଳରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଏ, ଯେଉଁଥିରେ ଚିନି ପରିମାଣ ବହୁତ ଅଧିକ । ଆମ୍ବ ଏବଂ ସପୁରୀ ଭଳି ଫଳ ଗୁଡିକରେ ଚିନି ପରିମାଣ ବହୁତ ଅଧିକ । ତେଣୁ ମଧୁମେହ ରୋଗୀ ଏସବୁ ଫଳର ପାଖ ମାଡିବା ଉଚିତ୍ ନୁହେଁ ।

ଟମାଟୋ ସସ୍: ଲୋକମାନେ ପ୍ରାୟତଃ ବ୍ରେଡ୍, ସମୋସା, ଚାଓମିନ୍ ପରି ଫାଷ୍ଟଫୁଡ୍‌ରେ ଟମାଟୋ ସସ୍ ମିଶାଇ ଖାଇଥାନ୍ତି । ଯଦି ଆପଣଙ୍କର ମଧୁମେହ ଅଛି, ଆଉ ଏପରି ଖାଦ୍ୟ ଖାଇବାକୁ ପସନ୍ଦ କରୁଛନ୍ତି ତେବେ ସାବଧାନ ରୁହନ୍ତୁ । କାରଣ କେଚ୍‌ଅପ୍‌ରେ ଚିନି ପରିମାଣ ବହୁତ ଅଧିକ । ଏହା ରକ୍ତରେ ଶର୍କରା ସ୍ତରକୁ ବୃଦ୍ଧି କରିପାରେ । ତେଣୁ ମଧୁମେହ ରୋଗୀ ଏହିସବୁ ଖାଦ୍ୟଠାରୁ ଦୂରେଇ ରହିବା ଉଚିତ୍ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.