ETV Bharat / sukhibhava

Diabetes Control: ରକ୍ତରେ ଶର୍କରା ସ୍ତର କମାଏ ଏହିସବୁ ଖାଦ୍ୟ - କେଉଁ ଖାଦ୍ୟ ଖାଇପାରିବେ ମଧୁମେହ ରୋଗୀ

ଶୀତ ଦିନରେ ଗମ୍ଭୀର ହୋଇଯାଏ ମଧୁମେହ ରୋଗୀଙ୍କ ସ୍ବାସ୍ଥ୍ୟ ଅବସ୍ଥା । ରକ୍ତରେ ଶର୍କରା ସ୍ତର ହ୍ରାସ କରିବା ପାଇଁ ଏହିସବୁ ଖାଦ୍ୟ ଖାଆନ୍ତୁ (Eat these foods in winter to control blood sugar level)...

vegetables
vegetables
author img

By

Published : Dec 24, 2022, 7:01 PM IST

ହାଇଦ୍ରାବାଦ: ଶୀତଋତୁକୁ ସାଧାରଣତ ରୋଗର ଋୁତୁ କୁହାଯାଏ ! କାରଣ ଏହି ଋତୁରେ ଚର୍ମ ସମସ୍ୟାଠାରୁ ଆରମ୍ଭ କରି ଜ୍ବର, ଥଣ୍ଡା ଆଦି ହୋଇଥାଏ । ସେହିପରି ଏହି ସମୟରେ ପୂର୍ବରୁ ରୋଗରେ ପୀଡିତ ରୋଗୀଙ୍କ ସମସ୍ୟା ଆହୁରି ଦ୍ବିଗୁଣିତ ହୋଇଯାଏ । ଏଥିରେ ଅଧିକ ସମସ୍ୟା ଭୋଗିଥାନ୍ତି ମଧୁମେହ ରୋଗୀ । କାରଣ ଶାରୀରିକ ପରିଶ୍ରମ କମ୍ କାରଣରୁ ରୋଗ ଆଦୌ ଭଲ ହୋଇନଥାଏ ।

ମଧୁମେହ ରୋଗୀମାନେ ଶୀତଋତୁରେ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେବାକୁ ସର୍ବଦା ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି । କାରଣ ଏହି ଋତୁରେ ରକ୍ତରେ ସୁଗାରର ଅନେକ ପରିବର୍ତ୍ତନ ଦେଖାଯାଏ । ସେଥିପାଇଁ ଏହି ସମୟରେ ଏପରି ଖାଦ୍ୟ ଖାଇବା ଉଚିତ୍ ଯାହା ଦ୍ବାରା ରକ୍ତରେ ଶର୍କରା ସ୍ୱାଭାବିକ ରହିପାରିବ(Diabetes Control)

ଏହା ମଧ୍ୟ ପଢନ୍ତୁ:-Diabetes Control: ଏହି ସବୁ ଘରୋଇ ଉପଚାର ଦୂର କରିବ ମଧୁମେହ

ମେଥି
ମେଥି

ମେଥି: ଉଭୟ ସ୍ୱାଦ ଏବଂ ସ୍ୱାସ୍ଥ୍ୟ ପାଇଁ ମେଥି ଭଲ ବୋଲି ବିବେଚନା କରାଯାଏ । ଏଥିରେ ଏକ ସ୍ୱତନ୍ତ୍ର ପ୍ରକାରର ଆମିନୋ ଏସିଡ୍ ମିଳିଥାଏ, ଯାହା ଆଣ୍ଟି-ଡାଇବେଟିସ୍ ଉପାଦାନ ଭାବରେ କାର୍ଯ୍ୟ କରିଥାଏ । ଏହା ଇନସୁଲିନ୍ କ୍ଷରଣକୁ ବଢାଇଥାଏ ଯାହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ ।

ଡାଲଚିନି
ଡାଲଚିନି

ଡାଲଚିନି: ଏହା ରକ୍ତରେ ଶର୍କରା ସ୍ତରକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ସମସ୍ତ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଏଥିରେ ମିଳିଥାଏ, ଯାହା ଶରୀରରେ ଅକ୍ସିଡେଟିଭ୍ ଚାପକୁ ହ୍ରାସ କରିଥାଏ । ଏହା ବ୍ୟତୀତ ଡାଲଚିନିରେ ଉଭୟ ଗ୍ଲୁକୋଜ ଏବଂ ଟ୍ରାଇଗ୍ଲିସେରାଇଡ୍‌ର ସ୍ତରକୁ ସ୍ୱାଭାବିକ ରଖେ ।

ବିଟ୍
ବିଟ୍

ବିଟ୍: ଟାଇପ୍-୨ ମଧୁମେହ ରୋଗୀଙ୍କ ପାଇଁ ବିଟ୍ ଖାଇବା ଅତ୍ୟନ୍ତ ଲାଭଦାୟକ। ଏଥିରେ ଫାଇବର ଏବଂ ପୋଟାସିୟମ୍, ଆଇରନ୍, ମାଙ୍ଗାନିଜ୍ ଏବଂ ଫାଇଟୋକେମିକାଲ୍ସ ଭଳି ଅନ୍ୟାନ୍ୟ ଜରୁରୀ ଖଣିଜ ପଦାର୍ଥ ଭରପୂର ପରିମାଣରେ ରହିଛି । ଏହା ରକ୍ତରେ ଶର୍କରାକୁ ସ୍ୱାଭାବିକ କରିଥାଏ ।

ଗାଜର
ଗାଜର

ଗାଜର: ମାଟିରୁ ମିଳୁଥିବା ପନିପରିବା ମଧୁମେହ ରୋଗୀଙ୍କ ପାଇଁ ହାନିକାରକ କୁହାଯାଉ ଥିଲେ ମଧ୍ୟ ମଧୁମେହ ରୋଗୀଙ୍କ ପାଇଁ ଗାଜର ଅତ୍ୟନ୍ତ ଲାଭଦାୟକ । ଏଥିରେ ଏକ ସ୍ୱତନ୍ତ୍ର ପ୍ରକାରର ଫାଇବର ମିଳିଥାଏ ଯାହା ରକ୍ତରେ ଶର୍କା ପ୍ରବାହକୁ ନିୟନ୍ତ୍ରଣ କରିଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.