ETV Bharat / sukhibhava

କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ଛାତ୍ରୀଙ୍କ ଋତୁସ୍ରାବ ସ୍ବଚ୍ଛତା ଉପରେ ଦିଅ ଗୁରୁତ୍ବ

author img

By

Published : Apr 11, 2023, 11:07 AM IST

ସ୍କୁଲ୍‌ ଆସୁଥିବା ଷଷ୍ଠରୁ ଦ୍ବାଦ୍ବାଶ ଶ୍ରେଣୀର ଝିଅଙ୍କୁ ମାଗଣା ସାନିଟାରୀ ପ୍ୟାଡ୍ ପ୍ରଦାନ ସହ ମାସିକ ଋତୁସ୍ରାବ ସ୍ବଚ୍ଛତା ଉପରେ ଧ୍ୟାନ ଦେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ

SC
SC

ନୂଆଦିଲ୍ଲୀ: ବିଦ୍ୟାଳୟ ଯାଉଥିବା ବାଳିକାମାନଙ୍କ ମାସିକ ଋତୁସ୍ରାବ ସ୍ବଚ୍ଛତାକୁ ଗୁରୁତ୍ବ ଦେଲେ ସୁପ୍ରିମକୋର୍ଟ । ଏହି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ଶୁଣାଣି କରି, ସ୍କୁଲ୍ ଆସୁଥିବା ଷଷ୍ଠ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ କିଶୋରୀଙ୍କୁ ମାଗଣା ସାନିଟାରୀ ପ୍ୟାଡ୍ ଦେବାକୁ କେନ୍ଦ୍ର ସରକାରଙ୍କୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ବିଦ୍ୟାଳୟରେ ବ୍ୟବହାର ପରେ ପ୍ୟାଡ୍ ଫିଙ୍ଗିବାର ସୁବିଧା କରାଇବାକୁ ଆଦେଶ ଦେଇଛନ୍ତି । ସୋମବାର(ଅପ୍ରେଲ 10)ରେ ସୁପ୍ରିମକୋର୍ଟ ଏହାକୁ ନେଇ ଶୁଣାଣି କରି କେନ୍ଦ୍ର ସରକାରଙ୍କୁ କହିଛନ୍ତି ଯେ, ବିଦ୍ୟାଳୟରେ ପଢୁଥିବା ବାଳିକାମାନଙ୍କ ମାସିକ ଋତୁସ୍ରାବ ସ୍ୱଚ୍ଛତା ସମ୍ପର୍କରେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସେସ୍(SOP) ଗଠନ ଏବଂ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଏକ ମଡେଲ ପ୍ରସ୍ତୁତ କରନ୍ତୁ ।

ଏଥିସହ ଗୋଟିଏ ମାସ ମଧ୍ୟରେ ମେନ୍ସୁରାଲ୍ ହାଇଜିନ୍ ଉପରେ ଜାତୀୟ ନୀତି ଆଣିବାର ବନ୍ଦୋବସ୍ତ କରନ୍ତୁ । ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୁଡ ଏବଂ ଜଷ୍ଟିସ୍ ପି.ଏସ୍ ନରସିହ୍ମା ଏବଂ ଜେ.ବି ପାରଦିୱାଲଙ୍କ ବେଞ୍ଚ କହିଛନ୍ତି ଯେ, ଜାତୀୟ ନୀତି ପ୍ରସ୍ତୁତ କରିବାକୁ ନୋଡାଲ ଅଧିକାରୀ ତଥ୍ୟ ସଂଗ୍ରହ କରନ୍ତୁ । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ସ୍କୁଲ୍‌ଗୁଡିକରେ ଛାତ୍ରୀଙ୍କ ପାଇଁ ଥିବା ଶୌଚାଳୟ ଓ ସାନିଟାରୀ ପ୍ୟାଡ୍ ଯୋଗାଣ ବାବଦରେ ତଥ୍ୟ ପୈଠ କରନ୍ତୁ । ଏଥିସହ ଏ ବାବଦକୁ କରାଯାଉଥିବା ଖର୍ଚ୍ଚର ସବିଶେଷ ଚିଠା ଜୁଲାଇ ଶେଷ ସୁଦ୍ଧା ପ୍ରଦାନ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ।

ମାମଲାର ଶୁଣାଣି ସମୟରେ ବେଞ୍ଚ କହିଛନ୍ତି ଯେ, ଏହି ପ୍ରସଙ୍ଗଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ ବାଳିକାମାନଙ୍କ ମାସିକ ଋତୁସ୍ରାବ ସ୍ବଚ୍ଛତା ପାଇଁ ସମସ୍ତ ହିତାଧିକାରୀଙ୍କ ସହ ସରକାର ଜଡିତ ହେବା ଉଚିତ୍ ଏବଂ ଏହି ଯୋଜନାରେ ପରିବର୍ତ୍ତନ ଆଣିବା ପାଇଁ ସୁବିଧା ଅନୁସାରେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଙ୍କୁ ମଧ୍ୟ ଅନୁମତି ଦେବା ଉଚିତ୍ । କେନ୍ଦ୍ରର ପ୍ରତିନିଧିତ୍ୱ କରୁଥିବା ଅତିରିକ୍ତ ସଲିସିଟର ଜେନେରାଲ୍ ଐଶ୍ୱର୍ଯ୍ୟା ଭାଟି କହିଛନ୍ତି ଯେ, "ବିଭିନ୍ନ ମନ୍ତ୍ରଣାଳୟର ଯୁବତୀ ଏବଂ କିଶୋରୀଙ୍କ ପାଇଁ ଋତୁସ୍ରାବର ସ୍ୱଚ୍ଛତାକୁ ସୁଦୃଢ କରିବା ପାଇଁ ନିର୍ଦ୍ଦେଶାବଳୀ ଏବଂ ଯୋଜନା ରହିଛି । ଜନସ୍ୱାସ୍ଥ୍ୟ ଏକ ରାଜ୍ୟର ବ୍ୟାପାର ହୋଇଥିବାରୁ ସ୍ୱାସ୍ଥ୍ୟସେବା ଯୋଗାଇବା ଦାୟିତ୍ବ ରାଜ୍ୟ ସରକାରଙ୍କ ଉପରେ ରହିଛି ବୋଲି ସେ କହିଛନ୍ତି ।"

ଆଡଭୋକେଟ(ଓକିଲ) ବରିନ୍ଦର କୁମାର ଶର୍ମାଙ୍କ ଦ୍ବାରା ଦାଖଲ ହୋଇଥିବା ଏହି ପିଟିସନରେ କୁହାଯାଇଛି ଯେ, "11ରୁ 18 ବର୍ଷ ବୟସର କିଶୋରୀମାନେ ମାସିକ ଧର୍ମ ସମୟରେ ଗୁରୁତର ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୁଅନ୍ତି । ଏହାର ମୁଖ୍ୟ କାରଣ ଆର୍ଥିକ ଅଭାବ ଏବଂ ସେମାନେ ଏ ବାବଦରେ ବିଶେଷ ଅବଗତ ନଥିବା । ଏପରିକି ସେମାନଙ୍କ ଅଭିଭାବକ ମଧ୍ୟ ଋତୁସ୍ରାବ ସ୍ବଚ୍ଛତା ଉପରେ ଜାଣନ୍ତି ନାହିଁ । ଫଳରେ ଅଧିକାଂଶ କିଶୋରୀ ଅଧାରୁ ପାଠପଢା ଛାଡିବାକୁ ବାଧ୍ୟ ହୁଅନ୍ତି ।" ତେଣୁ ଏପରି ଏକ ସମ୍ବେଦନଶୀଳ ମାମଲାରେ ସଜାଗ ରହିପାରିଲେ କୌଣସି ଝିଅ ଶିକ୍ଷାରୁ ବଞ୍ଚିତ ହେବେ ନାହିଁ ବୋଲି ସେ ଅଦାଲତରେ ପକ୍ଷ ରଖିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.