ETV Bharat / sukhibhava

ବଲିଉଡ୍‌ର ମସ୍ତାନି ଦୀପିକା ପାଦୁକୋନ ଏହି ମାରାତ୍ମକ ରୋଗର ଶିକାର - ହାର୍ଟ ଏରିଥ୍‌ମିଆ ରୋଗ କଣ

ନିକଟରେ ହାର୍ଟ ଜନିତ ସମସ୍ୟାର ଶିକାର ହୋଇଛନ୍ତି "ବାଜିରାଓ ମସ୍ତାନି" ଫେମ୍ ଦୀପିକା ପାଦୁକୋନ୍ । ଦୀପିକା ଶିକାର ହୋଇଥିବା ହାର୍ଟ ଏରିଥ୍‌ମିଆ(Heart Arrhythmia)କୁ ନେଇ ଏବେ ସବୁଠି ଚର୍ଚ୍ଚା । ତେବେ କଣ ଏହି ରୋଗ, କେତେ ବିପଦଜନକ, କାହିଁକି ହୋଇଥାଏ ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ...

Heart Arrhythmiaର ଶିକାର ଦୀପିକା ପାଦୁକୋନ, ଜାଣନ୍ତୁ ରୋଗ ବାବଦରେ

author img

By

Published : Sep 30, 2022, 3:54 PM IST

ମୁମ୍ବାଇ: ଜ୍ଞାନ କୌଶଳ, ଯନ୍ତ୍ରପାତିର ଯେତେ ବହୁଳ ବ୍ୟବହାର ହେଉଛି ମଣିଷକୁ ସେତେ ରୋଗ ଗ୍ରାସୁଛି ! ପୂର୍ବ ସମୟରେ ଆର୍ଥିକ ସଙ୍କଟ, ସ୍ବଚ୍ଛତାରେ ଅବହେଳା ଆଦି ରୋଗର କାରଣ ବୋଲି କୁହାଯାଉଥିଲା । ମାତ୍ର ବର୍ତ୍ତମାନ ସମୟରେ ପିଲାଠୁ ବୁଢା, ଧନୀଠୁ ଗରିବ ସମସ୍ତଙ୍କୁ ଜଟିଳ ଶାରୀରିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଏହାରି ମଧ୍ୟରେ ହୃଦ ଜନିତ ସମସ୍ୟା ବା ହାର୍ଟ ଡିଜିଜ୍ ଏକ ମୁଖ୍ୟ ସମସ୍ୟା ପାଲଟିଗଲାଣି । ଅଧିକାଂଶ ବଲିଉଡ୍ ଅଭିନେତା ଓ ଅଭିନେତ୍ରୀ ଏହି ରୋଗର ଶିକାର ହେଉଛନ୍ତି ।

"ବାଜିରାଓ ମସ୍ତାନି" ଫେମ୍ ଦୀପିକା ପାଦୁକୋନ୍ ମଧ୍ୟ ହାର୍ଟ ରୋଗର ଶିକାର ହୋଇଛନ୍ତି । ସେ ନିକଟରେ ଡାକ୍ତରଖାନାରେ ଭର୍ତ୍ତି ହୋଇ ଥିବାବେଳେ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡିଛି । ମାତ୍ର ଦୀପିକା ଶିକାର ହୋଇଥିବା ରୋଗକୁ ନେଇ ଏବେ ସବୁଠି ଚର୍ଚ୍ଚା । ଡାକ୍ତରଙ୍କ କହିବା ଅନୁସାରେ ଦୀପିକା ହାର୍ଟ ଏରିଥ୍‌ମିଆ(Heart arrhythmia) ରୋଗର ଶିକାର ହୋଇଛନ୍ତି । ସେ ଡାକ୍ତରଖାନାରେ ଭର୍ତ୍ତିହେବା ଏହା ପ୍ରଥମ ନୁହଁ । ପୂର୍ବରୁ ମଧ୍ୟ ସେ ଏହି କାରଣରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ତେବେ ହାର୍ଟ ଏରିଥ୍‌ମିଆ କ'ଣ ? କାହିଁକି ହୁଏ ଏହି ରୋଗ ? କେତେ ବିପଦଜନକ ଏହି ରୋଗ ? ଏପରି ଅନେକ ପ୍ରଶ୍ନ ଅନେକଙ୍କ ମନରେ ଉଙ୍କି ମାରୁଛି । ଜାଣନ୍ତୁ ହାର୍ଟ ଏରିଥ୍‌ମିଆର କାରଣ, ଲକ୍ଷଣ ଓ ନିରାକରଣ ବାବଦରେ...

ହାର୍ଟ ଏରିଥ୍‌ମିଆ କ’ଣ ଏବଂ ଏହି ରୋଗ କେତେ ବିପଦଜନକ ?

ହାର୍ଟ ଏରିଥ୍‌ମିଆ ଏକ ହୃଦ ସମସ୍ୟା ଜନିତ ରୋଗ, ଯେଉଁଥିରେ ହୃଦସ୍ପନ୍ଦନ ଗତିରେ ପରିବର୍ତ୍ତନ ଦେଖାଯାଇଥାଏ । ହୃଦୟର ଏହି ଗତି ପଛରେ ହୃଦୟର ଇଲେକ୍ଟ୍ରିକାଲ ବା ବୈଦ୍ୟୁତିକ ପ୍ରକ୍ରିୟା ରହିଛି, ଯାହା ଇଲେକ୍ଟ୍ରିକାଲ ଇମ୍ପୁଲ୍ସ କରିଥାଏ । ତେବେ ଏହି ପ୍ରକ୍ରିୟା ହୃଦୟର ଏକ ନିର୍ଦ୍ଦିଷ୍ଟ ପଥରେ ସଞ୍ଚାଳିତ ହୋଇଥାଏ ଏବଂ ହୃଦୟ ମାଂସପେଶୀର କାର୍ଯ୍ୟକଳାପକୁ ସଂଯୋଜନା କରିଥାଏ, ଯାହାଫଳରେ ହାର୍ଟ ମଧ୍ୟକୁ ଆରାମରେ ରକ୍ତ ସଞ୍ଚାଳନ ହୋଇଥାଏ । ଏହି ଇଲେକ୍ଟ୍ରିକାଲ୍ ଇମ୍ପୁଲ୍ସରେ ସମସ୍ୟା କାରଣରୁ ଏରିଥ୍‌ମିଆ ସମସ୍ୟା ଦେଖାଯାଏ ।

ଅଧିକାଂଶ କ୍ଷେତ୍ରରେ ହାର୍ଟ ଏରିଥ୍‌ମିଆ ଏତେ ବିପଦଜନକ ହୋଇନଥାଏ । କିନ୍ତୁ ଯେତେବେଳେ ଏହି ସମସ୍ୟା ମସ୍ତିଷ୍କ, ଫୁସଫୁସ, ହୃଦୟ କିମ୍ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ରକ୍ତ ପ୍ରବାହରେ ସମସ୍ୟା ସୃଷ୍ଟି କରେ, ସେତେବେଳେ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ ।

ରୋଗର ଲକ୍ଷଣ ଏବଂ କାରଣଗୁଡ଼ିକ କ’ଣ ?

ଏହାର ଲକ୍ଷଣ ବିଷୟରେ କହିବାକୁ ଗଲେ ହୃଦସ୍ପନ୍ଦନରେ ଅନିୟମିତତା, ବେକ କିମ୍ବା ଛାତି ଯନ୍ତ୍ରଣା, ହୃଦସ୍ପନ୍ଦନ ଦ୍ରୁତ କିମ୍ବା ଧୀର ହୋଇଯିବା ଉଚିତ୍ । ଏହା ବ୍ୟତୀତ ଛାତିରେ ଯନ୍ତ୍ରଣା, ନିଶ୍ୱାସ ନେବାରେ ଅସୁବିଧା, ବାନ୍ତି, ଥକାପଣ, ଅତ୍ୟଧିକ ଝାଳ ବୋହିବା ଭଳି ଲକ୍ଷଣ ମଧ୍ୟ ଦେଖାଦିଏ । ଏହାର କାରଣ ଉଚ୍ଚ ରକ୍ତଚାପ, ଉଦାସୀନତା, ବ୍ୟାୟାମ, ଚାପ କିମ୍ବା ଚିନ୍ତାଠାରୁ ଆରମ୍ଭ କରି ଆଲର୍ଜି, ଥଣ୍ଡା ପର୍ଯ୍ୟନ୍ତ ବିଭିନ୍ନ କାରଣ ଥାଇପାରେ ।

କେମିତି କରିବେ ଚିକିତ୍ସା ?

ଯଦି ଅନୁଭବ କରୁଛନ୍ତି ଯେ, ହୃଦସ୍ପନ୍ଦନ ଦ୍ରୁତ ଗତିରେ ବା ଧିରେ ଧିରେ ଚାଲୁଛି, ନିଶ୍ବାସ ପ୍ରଶ୍ବାସରେ ଅସୁବିଧା, ଛାତି ଯନ୍ତ୍ରଣା କିମ୍ବା ହୃଦୟରେ ହଠାତ୍ କିଛି ଆଘାତ୍ ଲାଗିବା ଭଳି ଅନୁଭବ ହେଉଛି, ତେବେ ତୁରନ୍ତ ଡାକ୍ତରୀ ପରାମର୍ଶ କରାଇ ନିଅନ୍ତୁ । ଭେଣ୍ଟ୍ରିକୁଲାର ଫିବ୍ରିଲେସନ୍(Ventricular Fibrillation) ନାମକ ଏକ ପ୍ରକାର ଏରିଥ୍‌ମିଆ ହଠାତ୍ ରକ୍ତଚାପ ହ୍ରାସ କରିପାରେ । ଏହି କାରଣରୁ ଏକ ସେକେଣ୍ଡ ମଧ୍ୟରେ ଜୀବନ ଚାଲିଯିବାର ସମ୍ଭାବନା ରହିଥାଏ । ତେଣୁ ଯଥା ସମ୍ଭବ ଡାକ୍ତରଙ୍କ ପରାମର୍ଶ କରାଇ ନିଅନ୍ତୁ । ସଠିକ୍ ସମୟରେ ଚିକିତ୍ସା ଫଳରେ ବହୁମୂଲ୍ୟ ଜୀବନ ରକ୍ଷା କରାଯାଇପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.