ETV Bharat / sukhibhava

ନିମ୍ନମାନର ଔଷଧ ପ୍ରସ୍ତୁତକାରୀ କମ୍ପାନୀ ଉପରେ ଚଢାଉ, 18 ସଂସ୍ଥାର ଲାଇସେନ୍ସ ରଦ୍ଦ

author img

By

Published : Mar 29, 2023, 9:47 AM IST

ଭାରତୀୟ କଫ ସିରପ୍ ଖାଇ ଗାମ୍ବିଆରେ ଶିଶୁଙ୍କ ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ପରେ ସଜାଗ କେନ୍ଦ୍ର । ଗତ ଦୁଇ ସପ୍ତାହ ମଧ୍ୟରେ 20ଟି ରାଜ୍ୟର 76 ଔଷଧ ବିତରଣ କମ୍ପାନୀ ଉପରେ ଚଢାଉ । ଲାଇସେନ୍ସ ହରାଇଲେ 18 କମ୍ପାନୀ । ଅଧିକ ପଢନ୍ତୁ

DCGI
DCGI

ନୂଆଦିଲ୍ଲୀ: ନିମ୍ନମାନର ଔଷଧ ପ୍ରସ୍ତୁତକାରୀ କମ୍ପାନୀରେ ଚଢାଉ । ଗତ ଦୁଇ ସପ୍ତାହ ମଧ୍ୟରେ ସମଗ୍ର ଦେଶରେ 18 କମ୍ପାନୀର ଲାଇସେନ୍ସ ରଦ୍ଦ । ନିମ୍ନମାନର ଔଷଧ ପ୍ରସ୍ତୁତ କରୁଥିବା ଫାର୍ମାସ୍ୟୁଟିକାଲ୍ କମ୍ପାନୀଗୁଡିକ ବିରୁଦ୍ଧରେ ଏପରି ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛି ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) । 20ଟି ରାଜ୍ୟରେ ମୋଟ 76ଟି ଫାର୍ମା କମ୍ପାନୀ ଉପରେ ଚଢାଉ କରିଥିବା ସୂଚନା ।

ଏଥିସହ ତିନୋଟି ସଂସ୍ଥାର ଉତ୍ପାଦ ଅନୁମତି ମଧ୍ୟ ବାତିଲ କରାଯାଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । 26ଟି ସଂସ୍ଥାକୁ କାରଣଦର୍ଶାଅ ନୋଟିସ୍ ମଧ୍ୟ ଜାରି କରାଯାଇଛି । ସୂଚନା ଅନୁସାରେ, ଏହି ଚଢାଉରେ ପ୍ରାଥମିକ ପର୍ଯ୍ୟାୟରେ ମୋଟ 203 କମ୍ପାନୀ ଚିହ୍ନଟ କରାଯାଇଛି । ଆଗାମୀ ଦିନରେ ଏପରି ପଦକ୍ଷେପ ଜାରି ରହିବ ବୋଲି ସୂତ୍ରରୁ ପ୍ରକାଶ ।

ସୂଚନା ଅନୁସାରେ, ଆନ୍ଧ୍ରପ୍ରଦେଶ, ବିହାର, ଦିଲ୍ଲୀ, ଗୋଆ, ଗୁଜୁରାଟ, ହରିୟାଣା, ହିମାଚଳ ପ୍ରଦେଶ, ଜମ୍ମୁ କାଶ୍ମୀର, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ପୁଡୁଚେରୀ, ପଞ୍ଜାବ, ରାଜସ୍ଥାନ, ସିକ୍କିମ, ତାମିଲନାଡୁ, ତେଲେଙ୍ଗାନା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଏବଂ ପଶ୍ଚିମବଙ୍ଗରେ ଚଢାଉ କରାଯାଇଥିଲା ।

ବିଭାଗ ପକ୍ଷରୁ କୁହାଯାଇଛି ଯେ, "ନକଲି ତଥା ନିମ୍ନମାନର ଔଷଧ ବିରୁଦ୍ଧରେ କଟକଣା ଲଗାଇବାକୁ ସଂକଳ୍ପବଦ୍ଧ । ଏହି ଚଢାଉ ଜାରି ରହିବ ଏବଂ ଲୋକଙ୍କ ପାଇଁ ହିତକର ଔଷଧ ଉତ୍ପାଦନ କ୍ଷେତ୍ରରେ ଗୁରୁତ୍ବାରୋପ ଦିଆଯିବ । ଏହାସହ ଅନୁପଯୁକ୍ତ ଔଷଧ ପ୍ରସ୍ତୁତକାରୀ କମ୍ପାନୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଥିପାଇଁ ଆମେ 203 କମ୍ପାନୀ ଚିହ୍ନଟ କରିଛୁ । ପ୍ରାଥମିକ ପର୍ଯ୍ୟାୟରେ 76ଟି କମ୍ପାନୀ ଉପରେ ଚଢାଉ ହୋଇଥିଲା । ତିନୋଟି ସଂସ୍ଥାର ଉତ୍ପାଦ ଅନୁମତି ବାତିଲ କରାଯାଇଛି ଏବଂ ଅନ୍ୟ 26ଟି ସଂସ୍ଥାକୁ କାରଣଦର୍ଶାଅ ନୋଟିସ୍ ଜାରି କରାଯାଇଛି ।"

ସୂତ୍ର ଆହୁରି ମଧ୍ୟ କହିଛି ଯେ, ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ଗୁଜୁରାଟରେ ସର୍ବାଧିକ ନକଲି ଓ ନିମ୍ନମାନର ଔଷଧ ଉତ୍ପାଦ ହେଉଛି । ହିମାଚଳ ପ୍ରଦେଶର 70ଟି ଫାର୍ମା କମ୍ପାନୀରେ, ଉତ୍ତରପ୍ରଦେଶରେ 45, ମଧ୍ୟପ୍ରଦେଶରେ 23 ଏବଂ ଗୁଜୁରାଟରେ 16ଟି ଫାର୍ମା କମ୍ପାନୀରେ ଏହି ଚଢାଉ କରାଯାଇଥିଲା । ଗତ କିଛି ମାସ ମଧ୍ୟରେ ଏପରି ଅନେକ ମାମଲା ସାମ୍ନାକୁ ଆସିଛି । ବିଭିନ୍ନ ଭାରତୀୟ ଔଷଧ ଦ୍ରବ୍ୟ ବିଭିନ୍ନ ଦେଶକୁ ରପ୍ତାନି ହେବା ପରେ ପର୍ଯ୍ୟାପ୍ତ ଗୁଣବତ୍ତା ନଥିବା ଜଣାପଡିଥିଲା ।

ତେବେ କହି ରଖୁଛୁ ଯେ, ଗାମ୍ବିଆରେ ଭାରତରେ ଉତ୍ପାଦିତ କଫ୍ ସିରପ ଖାଇ ଅନେକ ଶିଶୁଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ଆସିଥିଲା । ମାତ୍ର ଭାରତ ସରକାର ଏହାକୁ ଅସ୍ବୀକାର କରିଥିଲେ ମଧ୍ୟ ଦେଶରେ ଏପରି କାର୍ଯ୍ୟ କରୁଥିବା ଫାର୍ମାସ୍ୟୁଟିକାଲ୍ କମ୍ପାନୀଗୁଡିକୁ ବନ୍ଦ କରିବା ପାଇଁ ପ୍ରକ୍ରିୟା ଜାରି ରଖିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.