ହାଇଦ୍ରାବାଦ: ବ୍ୟାୟାମ ପ୍ରତିଟି ବୟସର ଲୋକଙ୍କ ଶରୀର ଉପରେ ଉତ୍ତମ ପ୍ରଭାବ ପକାଏ । ମାତ୍ର ଏହା ଅଧିକ ଉପଯୋଗୀ ହୋଇଥାଏ ବୟସ୍କ ବା ବୃଦ୍ଧଙ୍କ ପକ୍ଷରେ । ଏମାନେ ବୟସାଧିକ କାରଣରୁ ଘରେ ରହୁଥିବାରୁ ଦୈନିକ ଶାରୀରିକ କାର୍ଯ୍ୟକଳାପ ଏମାନଙ୍କ ମସ୍ତିଷ୍କ ଉପରେ ଭଲ ପ୍ରଭାବ ପକାଏ । ଫଳରେ ମସ୍ତିଷ୍କର କାର୍ଯ୍ୟକଳାପ ବୃଦ୍ଧି ପାଇଥାଏ । ତେବେ ଏହା ଉପରେ ଏକ ଗବେଷଣା ହୋଇଥିଲା । ଏଥିରୁ ଜଣାପଡ଼ିଥିଲା ଯେ ଯେଉଁ ବୟସ୍କ ପ୍ରତିଦିନ କିଛି ନା କିଛି ଶାରୀରିକ କାର୍ଯ୍ୟ କରୁଛନ୍ତି ସେମାନଙ୍କ ମସ୍ତିଷ୍କ ଅଧିକ ଭଲ ଭାବେ କାର୍ଯ୍ୟ କରୁଛି ।
ମାତ୍ର ଯେଉଁ ବ୍ୟକ୍ତିମାନେ ପ୍ରତିଦିନ କୌଣସି ଶାରୀରିକ କାର୍ଯ୍ୟ କରୁନଥିଲେ, ସେମାନଙ୍କ ମସ୍ତିଷ୍କ ସକ୍ରିୟ ଭାବେ କାମ କରୁନଥିବା ଦେଖିବାକୁ ମିଳିଥିଲା । କେବଳ ମସ୍ତିଷ୍କ ନୁହେଁ, ସେମାନଙ୍କ ଶରୀରର ଅନ୍ୟ ଅଙ୍ଗ ମଧ୍ୟ ଭଲ ଭାବେ କାର୍ଯ୍ୟ କରୁଥିଲା । ଦୈନିକ ଶାରୀରିକ କାର୍ଯ୍ୟ କରିବା ଦ୍ବାରା ବୟସ୍କଙ୍କ ସ୍ମରଣ ଶକ୍ତି, ବୁଝିବା ଶକ୍ତି, ବିଚାରଧାରା, ସଚେତନତା ଆଦି ଅନେକ କ୍ଷେତ୍ରରେ ମଧ୍ୟ ସୁଧାର ଆସିଛି । ଏଥିରେ ପ୍ରାୟ ୫୦ରୁ ୭୪ ବର୍ଷର ବୟସ୍କଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା । ଶାରୀରିକ କାର୍ଯ୍ୟକଳାପ କମିଲେ ଏହି ସମସ୍ତ କ୍ଷେତ୍ର ଉପରେ ମଧ୍ୟ ପ୍ରଭାବ ପଡିଥାଏ ବୋଲି ଗବେଷକମାନେ କହିଛନ୍ତି ।
ଏହା ବି ପଢନ୍ତୁ: Benefits of Clove: ଲବଙ୍ଗର ବ୍ୟବହାର ଏହି ରୋଗରୁ ଦେଇଥାଏ ମୁକ୍ତି
ଏହି ଦୈନିକ ଛୋଟ ଛୋଟ କାର୍ଯ୍ୟ ଭବିଷ୍ୟତରେ ମସ୍ତିଷ୍କକୁ ସୁସ୍ଥ ରଖେ ନା ନାହିଁ ସେ ସମ୍ପର୍କରେ ଗବେଷକମାନେ ସ୍ପଷ୍ଟତା ଦେଇନାହାନ୍ତି । ଏଥିଲାଗି ସେମାନେ ଆଉ ଏକ ଗବେଷଣା କରିବେ ବୋଲି କହିଛନ୍ତି । ମାତ୍ର ଘରେ ଅଧିକ ସମୟ ବସି ନ ରହି ଘରର ଛୋଟ ଛୋଟ କାର୍ଯ୍ୟ କରିବାକୁ ବୟସ୍କଙ୍କୁ ଗବେଷକମାନେ ପରାମର୍ଶ ଦେଇଛନ୍ତି । ଯାହାକି ସେମାନଙ୍କ ଶରୀରକୁ ସକ୍ରିୟ ରଖିବାରେ ସାହାଯ୍ୟ କରେ ।
@ANI