ETV Bharat / sukhibhava

ପୁଣି ଉପରମୁହାଁ କୋରୋନା: ଦିନକରେ 1300 ସଂକ୍ରମିତ ଚିହ୍ନଟ, ଚଳିତ ବର୍ଷର ସର୍ବାଧିକ

author img

By

Published : Mar 23, 2023, 1:32 PM IST

ଦିନକରେ ଚଳିତ ବର୍ଷର ସର୍ବାଧିକ କୋଭିଡ୍ ମାମଲା ଚିହ୍ନଟ । XBB.1.16 ଭାରିଆଣ୍ଟ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଭୟଭୀତ ନହେବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ । ଅଧିକ ପଢନ୍ତୁ

XBB
XBB

ନୂଆଦିଲ୍ଲୀ: ଦେଶରେ ଉପରମୁହାଁ ରହିଛି କୋରୋନା ସଂକ୍ରମଣ । ଗତ 140 ଦିନ ମଧ୍ୟରେ ସର୍ବାଧିକ 1300 ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ 3 ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, ମାର୍ଚ୍ଚ 22ରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ସର୍ବାଧିକ XBB.1.16 ଭାରିଆଣ୍ଟରେ ଆକ୍ରାନ୍ତ ହୋଇଛନ୍ତି । ଏହା ଏକ ନୂଆ ୱେଭ୍‌କୁ ସୂଚାଉନାହିଁ, ତେଣୁ ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ତଥାପି କୋରୋନା ଏକ ସଂକ୍ରାମକ ରୋଗ ହୋଇଥିବାରୁ ସତର୍କ ରହିବା ଉଚିତ୍ ବୋଲି ସେମାନେ କହିଛନ୍ତି ।

ଖବର ଅନୁସାରେ, ଗତ 24 ଘଣ୍ଟା ମଧ୍ୟରେ 1300 ନୂଆ କୋଭିଡ ମାମଲା ସାମ୍ନାକୁ ଆସିଛି, ଯାହା ଚଳିତ ବର୍ଷର ସର୍ବାଧିକ ବୋଲି କୁହାଯାଇଛି । ଏଥିସହ ଆଜି 3 ଜଣଙ୍କ ମୃତ୍ୟୁ ଘଟି ଥିବାବେଳେ ଗତକାଲି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ବିଶେଷଜ୍ଞଙ୍କ କହିବା ଅନୁସାରେ, ପାଣିପାଗରେ ପରିବର୍ତ୍ତନ କାରଣରୁ କୋଭିଡ୍‌ରେ ମାମଲା ବୃଦ୍ଧି ପାଇଛି । ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବା ପରେ ସଂକ୍ରମଣ ହ୍ରାସ ପାଇବ ବୋଲି ଆଶା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ:- World TB Day 2023: କେବଳ ଫୁସ୍‌ଫୁସ୍‌ ନୁହେଁ ମହିଳାଙ୍କ ପ୍ରଜନନ ସ୍ବାସ୍ଥ୍ୟକୁ ପ୍ରଭାବିତ କରେ ଯକ୍ଷ୍ମା

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ନୂତନ ପ୍ରକାରକୁ ଭୟ କରିବାର କିଛି ନାହିଁ । କୋଭିଡର ଏହି ନୂତନ ପ୍ରକାର ସାଧାରଣ ଫ୍ଲୁ କିମ୍ବା ଥଣ୍ଡା ଭଳି । XBBର ଲକ୍ଷଣ ମଧ୍ୟ ସାଧାରଣ ଥଣ୍ଡା ପରି ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା, କ୍ଳାନ୍ତି ବା ଥକାପଣ, ଗଳା ସମସ୍ୟା, ନାକରେ ସମସ୍ୟା, କଫ ଜମାଟ ବାନ୍ଧିବା ଆଦି ରହିଛି । ଏହା ବ୍ୟତୀତ ରୋଗୀଙ୍କ ପେଟ ଯନ୍ତ୍ରଣା ଭଳି ସମସ୍ୟା ଦେଖାଯାଇପାରେ ।

କେମିତି ରହିବେ ସତର୍କ

ଯେହେତୁ କୋରୋନା ସହ ଇନ୍‌ଫ୍ଲୁଏଞ୍ଜା H3N2 ଭାଇରସ୍ ସଂକ୍ରମଣ ବୃଦ୍ଧି ପାଉଛି, ସେଥିପାଇଁ ବିଶେଷ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି । ଯଦି କୌଣସି ପ୍ରକାରର ଥଣ୍ଡା, କାଶ ଏବଂ ଜ୍ୱର ଅଛି, ତେବେ ବାହାରକୁ ଯାଆନ୍ତୁ ନାହିଁ । ନିହାତି ଆବଶ୍ୟକ ଥିଲେ ମାସ୍କ ପିନ୍ଧି ବାହାରକୁ ଯାଆନ୍ତୁ । ଜନଗହଳି ସ୍ଥାନକୁ ବିନା ମାସ୍କରେ ଯାଆନ୍ତୁ ନାହିଁ । ହାତ ସଫା ରଖନ୍ତୁ । ପରିବାରର କୌଣସି ସଦସ୍ୟ ଥଣ୍ଡା, ଜ୍ବରରେ ପୀଡିତ ବିଶେଷ ସତର୍କତା ଅବଲମ୍ବନ କରନ୍ତୁ । 2ରୁ 3 ସପ୍ତାହ ପର୍ଯ୍ୟନ୍ତ କାଶ, ଥଣ୍ଡା ଲାଗି ରହୁଥିଲେ ଡାକ୍ତରଙ୍କ ପରାମର୍ଶ କରନ୍ତୁ । ବଜାରରୁ କୌଣସି ପ୍ରକାର ଔଷଧ ସେବନ ନ କରିବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.