ETV Bharat / sukhibhava

ବୁଷ୍ଟର ଡୋଜ୍‌ ଭାବେ ଖୁବ୍‌ଶୀଘ୍ର Covovax ପାଇବ ବ୍ୟବହାର ଅନୁମତି: SII CEO - କୋଭୋଭାକ୍ସ ବୁଷ୍ଟର ଡୋଜକୁ ମିଳିବ ଅନୁମତି

ଖୁବ୍‌ଶୀଘ୍ର କୋଭୋଭାକ୍ସ ବୁଷ୍ଟର ଟିକାକୁ ମିଳିବ ବ୍ଯବହାର ଅନୁମତି(Covovax to get approval as booster soon) । କୋଭିଡ ମୁକାବିଲା କ୍ଷେତ୍ରରେ ହେବ ସହାୟକ । ଅଧିକ ପଢନ୍ତୁ

Covovax
Covovax
author img

By

Published : Jan 9, 2023, 1:18 PM IST

ମୁମ୍ବାଇ: କୋରୋନା ମୁକାବିଲା କ୍ଷେତ୍ରରେ ଆସୁଛି ଆଉ ଏକ ଅସ୍ତ୍ର । ଖୁବ୍‌ଶୀଘ୍ର କୋଭୋଭାକ୍ସ ବୁଷ୍ଟର ଟିକାକୁ ମିଳିବ ବ୍ୟବହାର ଅନୁମତି । ଏନେଇ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ(Serum Institute of India)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଦର ପୁନାୱାଲା(SII CEO Adar Poonawalla) ସୂଚନା ଦେଇଛନ୍ତି । ଆସନ୍ତା 10ରୁ 15 ଦିନ ମଧ୍ୟରେ କୋଭୋଭାକ୍ସ ଟିକା COVID-19 ବିରୁଦ୍ଧରେ ଏକ ବୁଷ୍ଟର ଭାବରେ ଅନୁମୋଦନ ପାଇବ ବୋଲି ସେ କହିଛନ୍ତି(Covovax to get approval as booster in 10-15 days) ।

Covovax
Covovax

ଭାରତୀ ବିଦ୍ୟାପୀଠ ବିଶ୍ୱବିଦ୍ୟାଳୟ(Bharti Vidyapeeth University)ର ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରର ପୁନାୱାଲା ଟିକା ସଂକ୍ରାନ୍ତରେ ଗଣମାଧ୍ୟମ ସହ ଆଲୋଚନା କରିଛନ୍ତି । ସେ କହିଛନ୍ତି ଯେ, କୋରୋନା ଭାଇରସ୍‌ର ଓମିକ୍ରନ୍ ଭାରିଆଣ୍ଟ ବିରୁଦ୍ଧରେ କୋଭୋଭାକ୍ସ ଟିକା ପ୍ରଭାବ ପକାଉଛି । ରାଜ୍ୟ ତଥା ଜିଲ୍ଲାମାନଙ୍କୁ କୋଭିଶିଲ୍ଡ(Covishield) ଟିକା ମିଳୁ ନାହିଁ ବୋଲି ପଚରାଯିବାରୁ ସେ କହିଛନ୍ତି ଯେ, "ଟିକା ଯୋଗାଣ ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ଷ୍ଟକ୍ ଅଛି । ଆସନ୍ତା 10-15 ଦିନ ମଧ୍ୟରେ କୋଭୋଭାକ୍ସକୁ ମଧ୍ୟ ବୁଷ୍ଟର୍ ଭାବରେ ଅନୁମୋଦନ ମିଳିଯିବ ।"

ଏହା ମଧ୍ୟ ପଢନ୍ତୁ:- Cold Wave Shock: ଶୀତରେ ବଢୁଛି ହୃଦୟ-ମସ୍ତିଷ୍କ ଆଘାତ, ସପ୍ତାହରେ 98 ମୃତ

ସେ ଆହୁରି ମଧ୍ୟ କହିଛନ୍ତି ଯେ, "ଓମିକ୍ରନ୍ ବିରୁଦ୍ଧରେ କୋଭିଶିଲ୍ଡ ଅପେକ୍ଷା କୋଭୋଭାକ୍ସ ଅଧିକ ପ୍ରଭାବୀ । କେବଳ ସ୍ୱାସ୍ଥ୍ୟସେବା ଦୃଷ୍ଟିରୁ ନୁହେଁ ବରଂ ଦେଶ ଏକ ବିଶାଳ ତଥା ବିବିଧ ଜନସଂଖ୍ୟାର ଯତ୍ନ ନେବାରେ ସଫଳ ହୋଇଛି ଏବଂ COVID-19 ମହାମାରୀ ସମୟରେ 70ରୁ 80 ଦେଶକୁ ମଧ୍ୟ ସାହାଯ୍ୟ କରିଛି । ଆମର କେନ୍ଦ୍ର ସରକାର, ରାଜ୍ୟ ସରକାର, ସ୍ୱାସ୍ଥ୍ୟସେବା କର୍ମଚାରୀ, ଉତ୍ପାଦକଙ୍କ ନେତୃତ୍ୱ ହେତୁ ଏହା ସବୁ ସମ୍ଭବ ହୋଇପାରିଛି, ସମସ୍ତେ ଗୋଟିଏ ସାଧାରଣ ଲକ୍ଷ୍ୟ ସହ ମିଶି କାର୍ଯ୍ୟ କରିଥିଲେ ବୋଲି ପୁନାୱାଲା କହିଛନ୍ତି ।"

ଏହା ମଧ୍ୟ ପଢନ୍ତୁ:- Covid Impact: ସୁସ୍ଥ ପରେ ବି ରହୁଛି କୋଭିଡ ପ୍ରଭାବ, ବଦଳୁଛି ପୁରୁଷଙ୍କ ସ୍ପର୍ମ କାଉଣ୍ଟ

ଏହି ଅବସରରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି(Nationalist Congress Party, NCP) ମୁଖ୍ୟ ଶରଦ ପାୱାର ଏବଂ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଦ୍ବାରା ପୁନୱାଲାଙ୍କୁ ପ୍ରଥମ ଡ. ପନ୍ତଗରାୱ କଦମ ମେମୋରିଆଲ ପୁରସ୍କାର(Dr Pantangrao Kadam Memorial Award) ପ୍ରଦାନ କରାଯାଇଥିଲା । ପଶ୍ଚିମ ମହାରାଷ୍ଟ୍ରର ସ୍ୱର୍ଗତ ମନ୍ତ୍ରୀ ପନ୍ତଗରୱ କଦମଙ୍କ ଜନ୍ମ ବାର୍ଷିକୀ ପାଳନ ଅବସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.