ETV Bharat / sukhibhava

ତୃତୀୟ ଟ୍ରାଇମଷ୍ଟାରରେ କୋଭିଡ ଟିକା ଓ ଛୁଆର ଆଣ୍ଟିବଡି

author img

By

Published : Apr 4, 2021, 10:05 AM IST

ଏକ ନୂଆ ଅଧ୍ୟୟନ ଅନୁସାରେ ଯେଉଁ ମାଆମାନେ ସେମାନଙ୍କର ତୃତୀୟ ଟ୍ରାଇମଷ୍ଟାରରେ କୋଭିଡ ଟିକା ନେବେ, ତାହା ହେଲେ ସେମାନଙ୍କ ନବଜାତଙ୍କୁ ସେମାନେ ପ୍ରୋଟେକଟିଭ୍ ଆଂଟିବଡି ପାସ୍ କରିବା ସମ୍ଭାବନା ରହିଛି ।

ତୃତୀୟ ଟ୍ରାଇମଷ୍ଟାରରେ କୋଭିଡ ଟିକା ଓ ଛୁଆର ଆଣ୍ଟିବଡ

ଡେଲିଭରି ପରେ କୋଭିଡ-୧୯ ଟିକା ନେବାକୁ ଚାହାନ୍ତି କି ? ଏକ ନୂଆ ଅଧ୍ୟୟନ ଅନୁସାରେ ଯେଉଁ ମାଆମାନେ ସେମାନଙ୍କର ତୃତୀୟ ଟ୍ରାଇମଷ୍ଟାରରେ କୋଭିଡ ଟିକା ନେବେ, ତାହା ହେଲେ ସେମାନଙ୍କ ନବଜାତଙ୍କୁ ସେମାନେ ପ୍ରୋଟେକଟିଭ୍ ଆଂଟିବଡି ପାସ୍ କରିବା ସମ୍ଭାବନା ରହିଛି ।

ଏ ସଂପର୍କିତ ଏକ ସ୍ୱଳ୍ପ ଅଧ୍ୟୟନ ଆମେରିକାନ ଜର୍ନାଲ୍ ଅଫ୍ ଅବଷ୍ଟେଷ୍ଟ୍ରିକସ୍ ଆଣ୍ଡ୍ ଗ୍ୟାନକୋଲୋଜିରେ ପ୍ରକାଶିତ ହୋଇଛି । ଅଧ୍ୟୟନ ପାଇଁ ୨୭ ଗର୍ଭବତୀଙ୍କ ରକ୍ତ ନମୁନା ବିଶ୍ଳେଷଣ କରାଯାଇଥିଲା । ଉକ୍ତ ମହିଳାମାନେ ଫାଇଜର ବା ମଡେର୍ଣ୍ଣା ତୃତୀୟ ଟ୍ରାଇମଷ୍ଟାର ବେଳେ ନେଇଥିଲେ । ୨୮ ନବଜାତ ଛୁଆ ( ଜଣେ ମହିଳାଙ୍କ ଯମଜ ସନ୍ତାନ ଜନ୍ମ ନେଇଥିଲେ )ଙ୍କ ନାଭିକାର ରକ୍ତ ମଧ୍ୟ ପରୀକ୍ଷା କରାଯାଇଥିଲା ।

ଟିକା ନେଲା ପରେ ମହିଳାମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥିଲା । ଟିକା ଗର୍ଭବତୀ ମହିଳାଙ୍କୁ କୋଭିଡ-୧୯ରୁ ସୁରକ୍ଷା ଦେବ ବୋଲି ଅଧ୍ୟୟନରୁ ଜଣାପଡିଥିଲା । ଏହାଛଡା ଅଧିକାଂଶ ରୋଗୀଙ୍କ କ୍ଷେତ୍ରରେ ଟିକାକରଣ ଓ ଡେଲିଭରି ମଧ୍ୟରେ ରହୁଥିବା ଦୀର୍ଘ ସମୟର ବ୍ୟବଧାନ ଦ୍ୱାରା ନବଜାତ ଛୁଆଙ୍କୁ କୋଭିଡ ଆଂଟିବଡି ପ୍ରଭାବଶାଳୀ ଢଙ୍ଗରେ ସ୍ଥାନାନ୍ତର ହୋଇପାରିବ ବୋଲି ଗବେଷଣାରୁ ଜଣାପଡିଥିଲା ।

ଯମଜ ଛୁଆଙ୍କ ସମେତ ତିନିଜଣ ଛୁଆଙ୍କଠାରେ ହିଁ ଜନ୍ମବେଳେ ପଜିଟିଭ ଆଂଟିବଡି ନ ଥିଲା । ସେମାନଙ୍କ ମାଆମାନେ ଡେଲିଭରିର ମାତ୍ର ତିନି ସପ୍ତାହ ପୂର୍ବରୁ ହିଁ ପ୍ରଥମ କୋଭିଡ ଟିକା ନେଇଥିଲେ । ଯେଉଁ ମହିଳାମାନେ ପ୍ରସବ ପୂର୍ବରୁ କୋଭିଡର ଦ୍ୱିତୀୟ ଡୋଜ୍ ଟିକା ନେଇଥିଲେ, ସେମାନଙ୍କର ଆଂଟିବଡି ମଧ୍ୟ ଛୁଆକୁ ସ୍ଥାନାନ୍ତର ହେବା ସମ୍ଭାବନା ଅଧିକ ବୋଲି ଗବେଷଣାରୁ ଜଣାପଡିଥିଲା ।

ଗବେଷଣାର ଫଳାଫଳ କୋଭିଡ ଟିକା ପ୍ରସଙ୍ଗରେ ଗର୍ଭବତୀ ମହିଳାଙ୍କ ଦ୍ୱନ୍ଦ୍ୱ ଦୂର କରିବାରେ ସହାୟକ ହେବ ବୋଲି ଜଣେ ପ୍ରାଧ୍ୟାପିକା ଏମିଲି ମିଲର କହିଛନ୍ତି । ଗର୍ଭବତୀ ଥିବା ସମୟରେ ମହିଳାମାନେ କୋଭିଡ ଟିକା ନେଲେ କିଛି ଅସୁବିଧା ନାହିଁ ବୋଲି ମିଲର କହନ୍ତି । ଟିକାକରଣ ଦ୍ୱାରା ଛୁଆର କ୍ଷତି ହେବ ବୋଲି ଥିବା ଧାରଣା ସଂପୂର୍ଣ୍ଣ ଅମୂଳକ ବୋଲି ଏହି ଗବେଷଣାରୁ ସ୍ପଷ୍ଟ ହୋଇଛି ବୋଲି ଏମିଲି କହିଛନ୍ତି । ଟିକା ଦ୍ୱାରା ଛୁଆ ସୁରକ୍ଷିତ ରହେ । ଶୀଘ୍ର ଟିକା ନେଲେ ଭଲ ବୋଲି ପ୍ରାଧ୍ୟାପିକା ଏମିଲି କହିଛନ୍ତି । ଗର୍ଭାବସ୍ଥାର ପ୍ରଥମ ବା ଦ୍ୱିତୀୟ ଟ୍ରାଇମଷ୍ଟାରରେ ବି କୋଭିଡ ଟିକା ନେଲେ ଛୁଆକୁ ପ୍ରଭାବଶାଳୀ ଢଙ୍ଗରେ ଆଂଟିବଡି ଟ୍ରାନ୍ସଫର ହୋଇପାରିବ । ତେବେ ମାଆଠାରୁ ଛୁଆକୁ ସ୍ଥାନାନ୍ତର ହେଉଥିବା ଆଂଟିବଡିର ସ୍ଥାୟୀତ୍ୱ କେତେ ଦିନ, ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.