ହାଇଦ୍ରାବାଦ: ଧୀରେ ଧୀରେ କୋଭିଡ ମହାମାରୀର ପ୍ରକୋପ ହ୍ରାସ ପାଉଥିଲେ ମଧ୍ୟ ଏହାର ପାର୍ଶ୍ବ ପ୍ରତିକ୍ରିୟା ସ୍ବରୂପ ଯେଉଁସବୁ ଲକ୍ଷଣ ଦେଖା ଯାଉଛି ତାହା ଚିନ୍ତାର କାରଣ ପାଲଟିଛି । ଏହି କ୍ରମରେ କୋଭିଡ ସଂକ୍ରମଣର ପାର୍ଶ୍ବ ପ୍ରତିକ୍ରିୟାର ଆଉ ଏକ ଆଶ୍ଚର୍ଯ୍ୟକର ରିପୋର୍ଟ ସାମ୍ନାକୁ ଆସିଛି । ଏକ ନୂତନ ଅନୁସନ୍ଧାନ ଅନୁସାରେ କୋଭିଡ ସଂକ୍ରମଣ ପରେ ପୁରୁଷମାନଙ୍କ ସ୍ପର୍ମ କ୍ବାଲିଟି ପ୍ରଭାବିତ ହେଉଛି(Covid infection may impact semen quality in men) ।
ଅର୍ଥାତ୍ ଯେଉଁ ପୁରୁଷମାନେ କୋଭିଡରେ ସଂକ୍ରମିତ ହୋଇଥିଲେ, ସେମାନେ ସୁସ୍ଥ ହେବା ପରେ ମଧ୍ୟ ସେମାନଙ୍କର ଶୁକ୍ରାଣୁ ଗଠନ ଦୁର୍ବଳ ହୋଇଛି । ଏହି ରିପୋର୍ଟ କ୍ୟୁରିଅସ୍ ଜର୍ଣ୍ଣାଲ୍ ଅଫ୍ ମେଡିକାଲ ସାଇନ୍ସ(Cureus Journal of Medical Science)ରେ ପ୍ରକାଶ ପାଇଛି । ଅଲ୍ ଇଣ୍ଡିଆ ମେଡିକାଲ୍ ସାଇନ୍ସେସ ପାଟନା(AIIMS Patna) ତତ୍ତ୍ବାବଧାନରେ ଏହି ଅନୁସନ୍ଧାନ କରାଯାଇଥିଲା । 2020 ରୁ 2021 ମଧ୍ୟରେ ୪୩ ବର୍ଷର ୩୦ ଜଣ ପୁରୁଷଙ୍କ ଏହି ପରୀକ୍ଷଣ କରାଯାଇଥିଲା । ଏହି ରିସର୍ଚ୍ଚ ସିମନ ବିଶ୍ଳେଷଣ ଓ ସ୍ପର୍ମ କାଉଣ୍ଟ ଟେଷ୍ଟ ଉପରେ ଧ୍ୟାନ ଦେଇଥିଲା ।
ଅଧ୍ୟୟନରେ ସାମିଲ ହୋଇଥିବା ବ୍ୟକ୍ତିଙ୍କର ପ୍ରଥମେ କୋରୋନା ସଂକ୍ରମଣ ସମୟରେ ସିମନ ଟେଷ୍ଟ କରାଯାଇଥିବା ବେଳେ ଦ୍ୱିତୀୟ ଟେଷ୍ଟ କୋରୋନା ସଂକ୍ରମିତ ହେବାର ୨-୩ମାସ ମଧ୍ୟରେ କରାଯାଇଥିଲା । ଏଥିରେ ସମସ୍ତ ରୋଗୀଙ୍କର ସିମନ ଏକାଠି କରାଯାଇଥିଲା । ଏଥିରୁ ଜଣାପଡିଲା ଯେ, ପ୍ରଥମ ପରୀକ୍ଷଣରେ ସମସ୍ତ ରୋଗୀଙ୍କ ସିମନ କ୍ୱାଲିଟି ଦୁର୍ବଳ ହୋଇଥିବା ବେଳେ ଦ୍ୱିତୀୟ ସାମ୍ପଲ ଟେଷ୍ଟରେ ସିମନ ସାମ୍ପଲ ଆହୁରି ଦୁର୍ବଳ ହୋଇଯାଇଛି ।
ଷ୍ଟଡି ରିପୋର୍ଟ ମୁତାବକ ଜଣେ ପରୁଷ କରୋନା ସଂକ୍ରମିତ ହୋଇ ପୁଣି ସୁସ୍ଥ ହେବାର ୧୦ ସପ୍ତାହ ପରେ ବି ୩୦ ରୁ ୪୦ ପ୍ରତିଶତ ପୁରୁଷଙ୍କ ସ୍ପର୍ମ କାଉଣ୍ଟ ବେଶ୍ କମ ଥିଲା । ସେହିଭଳି ୪୦ ପ୍ରତିଶତ ପୁରୁଷଙ୍କ ମଧ୍ୟରୁ ୧୦ ପ୍ରତିଶତ ପୁରୁଷଙ୍କ ଠାରେ ୧୦ ସପ୍ତାହ ପରେ ମଧ୍ୟ ସିମନ୍ କାଉଣ୍ଟ କମ୍ ରହୁଛି । ଏହାର ଅର୍ଥ କୋଭିଡରେ ସଂକ୍ରମିତ ହୋଇଥିବା ପୁରୁଷମାନେ ସୁସ୍ଥ ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସିମନ୍ କାଉଣ୍ଟ ପ୍ରଭାବିତ ହେଉଛି । ଏହି ଅଧ୍ୟୟନରେ ପାଟନା ଏମ୍ସ ସମେତ, ଦିଲ୍ଲୀ ଏବଂ ହାଇଦ୍ରାବାଦର ମଙ୍ଗରଲଗରି ଇନଷ୍ଟିଚ୍ୟୁଟ୍ ସାମିଲ୍ ଥିଲା ।
ପ୍ରକାଶ ଥାଉକି, ସିମନ ବିଶ୍ଳେଷଣରେ ତିନୋଟି ପ୍ରମୁଖ କାରକ ମାପ କରାଯାଇଥାଏ । ଏଥିରେ ସ୍ପର୍ମର ସଂଖ୍ୟା, ଆକାର ଓ ଗତିଶୀଳତା ଉପରେ ନଜର ରଖାଯାଏ । ଜଣେ ସାଧାରଣ ୪୦ ବର୍ଷର ପୁରୁଷଙ୍କ ଠାରେ ସିମନ ଭଲ୍ୟୁମ ୧.୫ ମିଲିଟିରରୁ ୫ ମିଲିଲିଟର ମଧ୍ୟରେ ଥାଏ । ହେଲେ କୋଭିଡ ଆକ୍ରାନ୍ତ ପୁରୁଷଙ୍କ ଠାରେ ଏହା ୧.୫ ମିଲିଲିଟରରୁ କମ୍ ରହୁଛି । ସେହିପରି ପ୍ରଥମ ସିମନ ସାମ୍ପଲିଂ ବେଳେ ଜଣାପଡିଛି କି, ଅନୁସନ୍ଧାନରେ ସାମିଲ ଥିବା ୩୦ ଜଣ ପୁରୁଷଙ୍କ ମଧ୍ୟରୁ ୨୬ ଜଣ ପୁରୁଷଙ୍କ ସିମନ ପତଳା ରହିଛି । ୨୯ ଜଣଙ୍କ ସ୍ପର୍ମ କାଉଣ୍ଟ କମ୍ ଓ ୨୨ ଜଣଙ୍କ ଠାରେ ସ୍ପର୍ମର ଗତିଶୀଳତା ପ୍ରଭାବିତ ହୋଇଛି । ହେଲେ ସମାନ ପୁରୁଷଙ୍କ ୨-୩ ମାସ ପରେ ନିଆଯାଇଥିବା ସାମ୍ପଲ ଟେଷ୍ଟ ବେଳେ ଏଥିରେ ସାମାନ୍ୟ ସୁଧାର ଆସିଥିବା ଷ୍ଟଡି ରିପୋର୍ଟ କହିଛି ।
ଅନୁସନ୍ଧାନକାରୀଙ୍କ କହିବା ଅନୁସାରେ, ଅଧ୍ୟୟନର ଦ୍ବିତୀୟ ନମୁନା ପରୀକ୍ଷଣରେ ଓଲଟା ରେଜଲ୍ଟ ଦେଖିବାକୁ ମିଳିଛି । ତେଣୁ ଏହି ଅଧ୍ୟୟନରେ ସହାୟକ ହୋଇଥିବା ଆସିଷ୍ଟେଜ୍ ପ୍ରଡକ୍ଟିଭିଟି ଟେକ୍ନଲୋଜି (Assisted Reproductive Technology, ART) କ୍ଲିନିକ୍ ଏବଂ ଶୁକ୍ରାଣୁ ବ୍ୟାଙ୍କିଙ୍ଗ୍ ସୁବିଧା COVID-19 ସଂକ୍ରମିତ ପୁରୁଷଙ୍କ ବୀଜାଣୁ ଆକଳନ କରିବାକୁ ବିଚାର କରିବା ଉଚିତ୍ ବୋଲି ଅଧ୍ୟୟନକାରୀ ସୂଚାଇ ଦେଇଛନ୍ତି ।