ETV Bharat / sukhibhava

ପୁଣି ଚେତାଇଲା WHO, କୋଭିଡ ସଂକ୍ରମଣ ହ୍ରାସ ପାଇଥିଲେ ବି କମିନି ଓମିକ୍ରନ ବିପଦ - କୋଭିଡ ନ୍ୟୁଜ

ଚେତାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) । WHO କହିଛି ଯେ, ଯଦିଓ କୋଭିଡ୍-19 ମହାମାରୀର ସମସ୍ତ କଟକଣା ହଟିବାକୁ ଯାଉଛି, ତଥାପି ଓମିକ୍ରନ୍ ବର୍ତ୍ତମାନ ମଧ୍ୟ ଆମ ଭିତରେ ରହିଛି ଏବଂ ଏହା ଦ୍ରୁତଗତିରେ ସଂକ୍ରମଣ କରିବା ସହ ଜୀବନ ମଧ୍ୟ ନେଉଛି(Covid emergency phase closer to end but Omicron transmission remains) । ଅଧିକ ପଢନ୍ତୁ

ମହାମାରୀକୁ ନେଇ ଚେତାଇଲା WHO ! କୋଭିଡ ସଂକ୍ରମଣ ହ୍ରାସ ପାଇଥିଲେ ବି କମିନି ଓମିକ୍ରନ ବିପଦ

author img

By

Published : Dec 4, 2022, 7:48 AM IST

ଜେନେଭା: କୋଭିଡ ମହାମାରୀ ସଂକ୍ରମଣ ହ୍ରାସ ପାଇଥିଲେ ବି ହ୍ରାସ ପାଇନି ଓମିକ୍ରନ, ଚେତାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) । WHO କହିଛି ଯେ, ଯଦିଓ କୋଭିଡ୍-19 ମହାମାରୀର ସମସ୍ତ କଟକଣା ହଟିବାକୁ ଯାଉଛି, ତଥାପି ଓମିକ୍ରନ୍ ବର୍ତ୍ତମାନ ମଧ୍ୟ ଆମ ଭିତରେ ରହିଛି ଏବଂ ଏହା ଦ୍ରୁତଗତିରେ ସଂକ୍ରମଣ କରିବା ସହ ଜୀବନ ମଧ୍ୟ ନେଉଛି । ଆମେ ମହାମାରୀର ଜରୁରୀକାଳୀନ ପର୍ଯ୍ୟାୟ ଶେଷ ହୋଇଛି ବୋଲି ଘୋଷଣା କରିବା ପାଇଁ ନିକଟତର ହୋଇଯାଇଛୁ ସତ, କିନ୍ତୁ ଆମେ ଏପର୍ଯ୍ୟନ୍ତ ସେଠାରେ ପହଞ୍ଚି ନାହୁଁ ବୋଲି WHO ମହାନିର୍ଦ୍ଦେଶକ ଟେଡ୍ରୋସ ଆଡାନୋମ ଗେବ୍ରେଏସସ୍(WHO Director-General Tedros Adhanom Ghebreyesus) କହିଛନ୍ତି ।

ଏକ ସାମ୍ବାଦିକ ସମ୍ମିଳନୀରେ ଟେଡ୍ରୋସ କହିଛନ୍ତି ଯେ, "ଏପରି କହିବାର ମୁଖ୍ୟ କାରଣ, ଓମିକ୍ରନ୍ ଏହାର ପୂର୍ବ ଭାରିଆଣ୍ଟ ଡେଲଟା ଅପେକ୍ଷା ଅଧିକ ସଂକ୍ରମଣକାରୀ ବୋଲି ପ୍ରମାଣିତ ହୋଇଛି ଏବଂ ସଂକ୍ରମଣର ତୀବ୍ରତା ହେତୁ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏହି ସମୟରେ କୋଭିଡ ପରୀକ୍ଷା-ନିରୀକ୍ଷା ହ୍ରାସ ପାଇ ଥିବାବେଳେ ଟୀକାକରଣକୁ ବହୁତ ଦିନ ହୋଇଗଲାଣି । ଯାହା ଫଳରେ ଭାରିଆଣ୍ଟ ପ୍ରଭାବୀ ହୋଇପାରେ ବୋଲି ବୋଲି ଟେଡ୍ରୋସ କହିଛନ୍ତି ।

WHOର ପରିସଂଖ୍ୟାନ ଦର୍ଶାଇଛି ଯେ, ଗତ ପାଞ୍ଚ ସପ୍ତାହ ମଧ୍ୟରେ ସାପ୍ତାହିକ ମୃତ୍ୟୁସଂଖ୍ୟା ସାମାନ୍ୟ ହ୍ରାସ ପାଇଥିଲେ ବି ଗତ ସପ୍ତାହରେ 8,500 ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ତିନି ବର୍ଷ ଧରି ମହାମାରୀ ସହ ସଙ୍ଘର୍ଷ କରିବା ଏବଂ ସଂକ୍ରମଣକୁ ରୋକିବା ପାଇଁ ବିକଳ୍ପ ପ୍ରସ୍ତୁତ କରିବା ସତ୍ତ୍ବେ ମୃତ୍ୟୁ ଘଟିବା ବାସ୍ତବରେ ଗ୍ରହଣୀୟ ନୁହେଁ । WHO ଆକଳନ କରିଛି ଯେ, ବିଶ୍ବର ଅତିକମରେ 90% ଲୋକଙ୍କର ବର୍ତ୍ତମାନ ସଂକ୍ରମଣ କିମ୍ବା ଟୀକାକରଣ କାରଣରୁ SARS-CoV-2 ବିରୁଦ୍ଧରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଛି । ତଥାପି ସଜାଗ ରହିବାର ଆବଶ୍ୟକତା ରହିଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଚେତାଇ ଦେଇଛି ।

ଏହା ମଧ୍ୟ ପଢନ୍ତୁ:- ପେରୁରେ କୋଭିଡର ପଞ୍ଚମ ଲହର ଆରମ୍ଭ

କହି ରଖୁଛୁ ଯେ, ଗତକାଲି(ଡିସେମ୍ବର 2)ରେ ପେରୁ ସରକାରଙ୍କ ପକ୍ଷରୁ ଦେଶରେ କୋଭିଡର ପଞ୍ଚମ ଲହର ଘୋଷଣା କରାଯାଇଛି । ଗତ 3 ସପ୍ତାହ ଧରି ସଂକ୍ରମଣ ଏବଂ ମୃତ୍ୟୁହାର ବୃଦ୍ଧି ପାଇବାରୁ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.