ETV Bharat / sukhibhava

ଗର୍ଭାବସ୍ଥାରେ କୋଭିଡ, ମହିଳାଙ୍କ ଜୀବନ ପ୍ରତି ବଢାଇଛି ଅଧିକ ବିପଦ - ଗର୍ଭବତୀଙ୍କ ପାଇଁ କୋଭିଡ ବିପଦ

କୋଭିଡ ପାର୍ଶ୍ବ ପ୍ରତିକ୍ରିୟା ସ୍ବରୂପ ଏବେ ଆଉ ଏକ ଚମକାଇ ଦେବା ଭଳି ଖବର ସାମ୍ନାକୁ ଆସିଛି । ଏକ ନୂତନ ଅନୁସନ୍ଧାନ ଅନୁସାରେ ଯେଉଁ ମହିଳାମାନେ ଗର୍ଭାବସ୍ଥାରେ କୋଭିଡରେ ସଂକ୍ରମିତ ହୋଇଥିଲେ ସେମାନଙ୍କର ଜୀବନ ପ୍ରତି ବିପଦ ସାତ ଗୁଣା ବୃଦ୍ଧି ପାଇଛି । ଅଧିକ ପଢନ୍ତୁ

pregnant woman
pregnant woman
author img

By

Published : Jan 18, 2023, 2:03 PM IST

ସାନ ଫ୍ରାନ୍ସିସ୍କୋ: ଗର୍ଭାବସ୍ଥାରୁ ମହିଳାଙ୍କ ସ୍ବାସ୍ଥ୍ୟ ସମସ୍ୟା ଆରମ୍ଭ ହୋଇଯାଏ କହିଲେ କିଛି ଭୁଲ୍ ହେବନି । କାରଣ ପୂର୍ବ ସମୟରେ ଅନେକ ମହିଳା ଗର୍ଭାବସ୍ଥାରେ କିମ୍ବା ପ୍ରସବ ସମୟରେ ପ୍ରାଣ ହରାଉଥିଲେ । ସ୍ବାସ୍ଥ୍ୟ ସୁବିଧା ଓ ସଚେତନା ଅଭାବ ଏଥିପାଇଁ ମୁଖ୍ୟ ଭାବେ ଦାୟୀ ଥିଲା । ମାତ୍ର ବର୍ତ୍ତମାନ ସେସବୁ ଅଭାବ ଆଉ ନାହିଁ, ଅଧିକାଂଶ ମହିଳା ବିପଦଶୂନ୍ୟ ପ୍ରସବ କରିପାରୁଛନ୍ତି ।

ସୁସ୍ଥ ଶିଶୁ ଜନ୍ମ ହେବା ସହ ମାଆ ମଧ୍ୟ ସୁସ୍ଥ ରହୁଛନ୍ତି । ହେଲେ ଏ ଆଧୁନିକ ଚିକିତ୍ସା କ୍ଷେତ୍ରକୁ ଦୋହଲାଇ ଦେଇଛି କୋଭିଡ ମହାମାରୀ । ନିକଟରେ ହୋଇଥିବା ଏକ ଅନୁସନ୍ଧାନ ଅନୁସାରେ, ଯେଉଁ ମହିଳାମାନେ ଗର୍ଭବତୀ ଥିବା ସମୟରେ କୋଭିଡରେ ସଂକ୍ରମିତ ହୋଇଛନ୍ତି ସେମାନଙ୍କର ଜୀବନ ପ୍ରତି ବିପଦ ସାତ ଗୁଣା ବୃଦ୍ଧି ପାଇଛି ।

ଏଥିସହ ଏକ ଇଣ୍ଟେନ୍ସିଭ୍ କେୟାର ୟୁନିଟରେ ଭର୍ତ୍ତି ହେବା କିମ୍ବା ନିମୋନିଆରେ ପୀଡିତ ହେବାର ଆଶଙ୍କା ରହିଛି ବୋଲି ନୂତନ ଅଧ୍ୟୟନରୁ ଜଣାପଡିଛି । ବିଏମଜେ ଗ୍ଲୋବାଲ ହେଲ୍‌ଥରେ ପ୍ରକାଶିତ ଅଧ୍ୟୟନ ଅନୁଯାୟୀ, ଗର୍ଭଧାରଣ ସମୟରେ କୋଭିଡ ସଂକ୍ରମଣ ଶିଶୁ ସ୍ବାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଉଛି । ମାଆ ଗର୍ଭାବସ୍ଥାରେ ସଂକ୍ରମିତ ହୋଇଥିଲେ ଶିଶୁକୁ ଇଣ୍ଟେନ୍ସିଭ୍ କେୟାରରେ ରଖିବାର ଆଶଙ୍କା ବଢିଥାଏ ବୋଲି ଗ୍ଲୋବାଲ ହେଲ୍‌ଥରେ ପ୍ରକାଶ ପାଇଛି ।

ଏହା ମଧ୍ୟ ପଢନ୍ତୁ:- ଗର୍ଭାବସ୍ଥାରେ ଓଜନ ନିୟନ୍ତ୍ରଣ ପାଇଁ ଆପଣାନ୍ତୁ ଏହିସବୁ ଉପାୟ

ଏହି ଅଧ୍ୟୟନର ମୁଖ୍ୟ ଲେଖକ ତଥା ଆମେରିକାର ଜର୍ଜ ୱାଶିଂଟନ୍ ବିଶ୍ୱବିଦ୍ୟାଳୟର ବିଶ୍ୱ ସ୍ୱାସ୍ଥ୍ୟ ବିଭାଗର ସହକାରୀ ପ୍ରଫେସର ଏମିଲି ଆର ସ୍ମିଥ୍ କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ କରାଯାଇଥିବା ଅନୁସନ୍ଧାନ ମଧ୍ୟରେ ଏହି ସଦ୍ୟତମ ଅନୁସନ୍ଧାନ ସ୍ପଷ୍ଟ କରିଛି ଯେ, ଗର୍ଭାବସ୍ଥାରେ କୋଭିଡରେ ସଂକ୍ରମଣ ଏକ ବିପଦ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମର ଅନୁସନ୍ଧାନ ପ୍ରସବ ବୟସର ସମସ୍ତ ମହିଳାଙ୍କ ପାଇଁ କୋଭିଡ-19 ଟୀକାକରଣର ଗୁରୁତ୍ୱକୁ ଦର୍ଶାଉଛି ।

ଅଧିକନ୍ତୁ, ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ, କୋଭିଡରେ ସଂକ୍ରମିତ ହୋଇନଥିବା ଗର୍ଭବତୀ ମହିଳାଙ୍କ ତୁଳନାରେ, ସଂକ୍ରମିତ ଗର୍ଭବତୀ ମହିଳାଙ୍କୁ ଏକ ଇଣ୍ଟେନ୍ସିଭ୍ କେୟାର ୟୁନିଟରେ ଭର୍ତ୍ତି ହେବାର ଆଶଙ୍କା ତିନି ଗୁଣରୁ ଅଧିକ ଥିଲା । ସେହିପରି, ଯେଉଁମାନେ ଆଇସିୟୁରେ ଭର୍ତ୍ତି ହୋଇଥିଲେ ସେମାନଙ୍କର ମୃତ୍ୟୁର ଆଶଙ୍କା ଅଧିକ ଥିଲା । କୋଭିଡ ଶ୍ବାସକ୍ରିୟା କ୍ଷମତାକୁ ଦୁର୍ବଳ କରିପାରେ ଏବଂ ଗୁରୁତର ଅବସ୍ଥାରେ ରୋଗୀମାନେ ବଞ୍ଚିବା ପାଇଁ ଯାନ୍ତ୍ରିକ ଭେଣ୍ଟିଲେସନ୍ ଆବଶ୍ୟକ କରନ୍ତି ବୋଲି ଅଧ୍ୟୟନରୁ ଜଣାପଡିଛି ।

ଅଧ୍ୟୟନରୁ ଆହୁରି ମଧ୍ୟ ଜଣାପଡିଛି ଯେ, ଗର୍ଭାବସ୍ଥାରେ କୋଭିଡ ସଂକ୍ରମଣ ନିମୋନିଆ ହେବାର ଆଶଙ୍କାକୁ ପ୍ରାୟ 23 ଗୁଣା ଅଧିକ ବୃଦ୍ଧି କରିଛି । ଏହା ଜୀବନ ପ୍ରତି ବିପଦ ଏବଂ ଥ୍ରୋମ୍ବୋମ୍ବୋଲିକ ରୋଗ(ରକ୍ତ ଜମାଟ ବାନ୍ଧିବା)ର 5 ଗୁଣ ଅଧିକ ବିପଦ ଯାହା ଯନ୍ତ୍ରଣା, ଫୁଲା ଏବଂ ଅନ୍ୟାନ୍ୟ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ । ସ୍ମିଥ ଦର୍ଶାଇଛନ୍ତି ଯେ, ସ୍ୱାସ୍ଥ୍ୟର ଅତ୍ୟଧିକ ବିପଦ ସତ୍ତ୍ୱେ, 80 ରୁ ଅଧିକ ଦେଶ ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମହିଳାଙ୍କୁ କୋଭିଡ୍ ଟୀକା ଗ୍ରହଣ କରିବାକୁ ସୁପାରିଶ କରନ୍ତି ନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.